ETV Bharat / sports

Hockey World Cup 2023: ତୃତୀୟ ଥର ପାଇଁ ବିଶ୍ୱ ଚମ୍ପିଆନ ହେଲା ଜର୍ମାନୀ - ବେଲଜିୟମ ବନାମ ଜର୍ମାନୀ

ହକି ବିଶ୍ବକପ ୨୦୨୩ ଫାଇନାଲରେ ବେଲଜିୟମକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ବ ଚମ୍ପିଆନ ହୋଇଛି ଜର୍ମାନୀ । ଅଧିକ ପଢନ୍ତୁ

ବେଲଜିୟମ ବନାମ ଜର୍ମାନୀ
ବେଲଜିୟମ ବନାମ ଜର୍ମାନୀ
author img

By

Published : Jan 29, 2023, 9:25 PM IST

Updated : Jan 30, 2023, 6:24 AM IST

Hockey World Cup 2023: ତୃତୀୟ ଥର ପାଇଁ ବିଶ୍ୱ ଚମ୍ପିଆନ ହେଲା ଜର୍ମାନୀ

ଭୁବନେଶ୍ବର : ବିଶ୍ବ ଚମ୍ପିଆନ ହେଲା ଜର୍ମାନୀ । ଫାଇନାଲରେ ବେଲଜିୟମକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ବ ଚମ୍ପିଆନ ହୋଇଛି ଜର୍ମାନୀ । ପେନାଲ୍ଟି ସୁଟ ଆଉଟରେ ୫-୪ ଗୋଲରେ ବେଲଜିୟମକୁ ପରାସ୍ତ କରିଛି ଜର୍ମାନୀ । ହକି ବିଶ୍ବକପ ୨୦୨୩ ଆଜି(ରବିବାର) ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ ମୁହାଁମୁହିଁ ହୋଇଥିଲେ ବେଲଜିୟମ ବନାମ ଜର୍ମାନୀ । ନିର୍ଦ୍ଧାରିତ ସମୟ ବେଳକୁ ଉଭୟ ଦଳର ଗୋଲ ୩-୩ ରେ ବରାବର ରହିଥିଲା । ଏହାପରେ ପେନାଲ୍ଟି ସୁଟ୍ ଆଉଟରେ ଜର୍ମାନୀ ବେଲଜିୟମକୁ ୫-୪ ଗୋଲରେ ପରାସ୍ତ କରିବାରେ ସଫଳ ହୋଇଛି ।

ଦୁଇ ସପ୍ତାହରୁ ଅଧିକ ଦିନ ଧରି ରାଜ୍ୟରେ ଚାଲିଥିବା FIH ପୁରଷ ହକି ବିଶ୍ବକପ ରବିବାର ଶେଷ ହୋଇଛି । ଜର୍ମାନୀ ହକି ବିଶ୍ବକପ ୨୦୨୩ରେ ବିଶ୍ବ ବିଜୟୀ ଆଖ୍ୟା ଅର୍ଜନ କରି ଏହି ମହାକୁମ୍ଭରେ ପୂର୍ଣ୍ଣଛେଦ ପକାଇଛି । ଦୁଇଥର ବିଶ୍ବବିଜେତା ଜର୍ମାନୀ ଦୀର୍ଘ 17 ବର୍ଷ ପରେ ବିଶ୍ବକପ ଟ୍ରଫି ହାତେଇବାରେ ସଫଳ ହୋଇଛି । ଏହା ପୂର୍ବରୁ ଜର୍ମାନୀ ବର୍ଷ ୨୦୦୨ ଏବଂ ବର୍ଷ ୨୦୦୬ରେ ବିଶ୍ବ ଚମ୍ପିଆନ ହୋଇଥିଲା । ହକି ବିଶ୍ବକପ ୨୦୨୩ ଫାଇନାଲ ମ୍ୟାଚରେ ବେଲଜିୟମକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଶ୍ବ ବିଜେତା ହୋଇଛି ।

କଳିଙ୍ଗ ଷ୍ଟାଡିୟମରେ ସୁପର ସଣ୍ଡେରେ ଦେଖିବାକୁ ମିଳିଥିଲା ସୁପର ସୋ । ବିଶ୍ବକପ ଟାଇଟଲ ହାତେଇବା ପାଇଁ ଜର୍ମାନୀ ଏବଂ ବେଲଜିୟମ ମଧ୍ୟରେ ଖେଳାଯାଇଥିଲା ହାଇଭୋଲଟେଜ ମୁକାବିଲା । ଆରମ୍ଭରୁ ଉଭୟ ଦଳ ଆଟାକିଂ ମୋଡରେ ଖେଳିଥିଲେ । ଗୋଲ ପାଇଁ ଉଭୟ ଦଳର ଜାରି ରହିଥିଲା ସଂଘର୍ଷ । ସମୟ ଯେତେ ଗଡୁଥିଲା ମ୍ୟାଚ ସେତେ ରୋମାଞ୍ଚକର ହେବାକୁ ଲାଗିଥିଲା । କେହି କାହାଠାରୁ ପରାସ୍ତ ହେବାକୁ ପ୍ରସ୍ତୁତ ନ ଥିଲେ । ମ୍ୟାଚର ନିର୍ଦ୍ଧାରିତ ସମୟ ବେଳକୁ ଉଭୟ ଦଳର ଗୋଲ ସ୍କୋର ୩-୩ରେ ବରାବର ରହିଥିଲା ।

ମ୍ୟାଚର ପ୍ରଥମାର୍ଦ୍ଧରେ ବେଲଜିୟମ ୨-୧ ଗୋଲରେ ଜର୍ମାନୀଠାରୁ ଆଗୁଆ ରହିଥିଲା । ମ୍ୟାଚର ୧୦ ମିନିଟରେ ବେଲଜିୟମ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ଏହି ଗୋଲ ଫ୍ଲୋରେଣ୍ଟ ଭେନ ଔବେଲ ଦେଇଥିଲେ । ପୁଣି ମ୍ୟାଚର ୧୧ତମ ମିନିଟରେ ଦଳ ଲଗାତାର ଦ୍ବିତୀୟ ଗୋଲ ଦେଇ ସ୍ଥିତି ମଜଭୁତ କରିଥିଲା । ସେପଟେ ଜର୍ମାନୀ ମ୍ୟାଚର ୨୯ ମିନିଟରେ ପ୍ରଥମ ଗୋଲ୍‌ ଦେଇ ଖାତା ଖୋଲିଥିଲା । ଏହି ଗୋଲ ନିକଲସ ୱାଲେନ ଦେଇଥିଲେ ।

ମ୍ୟାଚର ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ ମଧ୍ୟରେ ମୁକାବିଲା ଆହୁରି ରୋମାଞ୍ଚକର ହେବାକୁ ଲାଗିଥିଲା । ମ୍ୟାଚର ୪୧ ମିନିଟ ଏବଂ ୪୮ ମିନିଟରେ ଜର୍ମାନୀ ଦୁଇଟି ଗୋଲ ଦେଇ ବେଲଜିୟମଠୁ ୩-୨ ଗୋଲରେ ଆଗୁଆ ରହିଥିଲା । ଏହି ଗୋଲ କ୍ରମଶଃ ଗଞ୍ଜାଲୋ ପେଇଲଟ ଓ ମାଟ୍ସ ଗ୍ରାମବୁସ୍ଚ ଦେଇଥିଲେ । ସେପଟେ ମ୍ୟାଚର ୫୯ ମିନିଟରେ ବେଲଜିୟମ ତୃତୀୟ ଗୋଲ ଦେଇ ଜର୍ମାନୀ ସହିତ ୩-୩ ରେ ଗୋଲ ବରାବର କରିଥିଲା । ଏହା ପରେ ପେନାଲ୍ଟି ସୁଟ୍ ଆଉଟ ମ୍ୟାଚ ହୋଇଥିଲା । ଏଥିରେ ଜର୍ମାନୀ ୫-୪ ଗୋଲରେ ବେଲଜିୟମକୁ ପରାସ୍ତ କରି ବିଶ୍ବ ବିଜୟୀ ହୋଇଛି । ସେପଟେ ବେଲଜିୟମକୁ ହକି ବିଶ୍ବକପ ୨୦୨୩ରେ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଛି ।

Last Updated : Jan 30, 2023, 6:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.