ETV Bharat / sports

Hockey World Cup 2023 : କ୍ବାର୍ଟରରେ ଅଷ୍ଟ୍ରେଲିଆ, ୯-୨ ଗୋଲରେ ଦକ୍ଷିଣ ଆଫ୍ରିକା ପରାସ୍ତ - ହକି ବିଶ୍ବକପ ୨୦୨୩

ଆଜି ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ଖେଳାଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ବିଜୟ ପରେ କ୍ବାର୍ଟରଫାଇନାଲ ଟିକଟ ହାତେଇଲା ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

ଅଷ୍ଟ୍ରେଲିଆ ହକି ଟିମ
ଅଷ୍ଟ୍ରେଲିଆ ହକି ଟିମ
author img

By

Published : Jan 20, 2023, 5:37 PM IST

Hockey World Cup 2023 : କ୍ବାର୍ଟରରେ ଅଷ୍ଟ୍ରେଲିଆ, ୯-୨ ଗୋଲରେ ଦକ୍ଷିଣ ଆଫ୍ରିକା ପରାସ୍ତ

ରାଉରକେଲା: କ୍ବାର୍ଟରଫାଇନାଲ ଟିକଟ ହାତେଇଲା ଅଷ୍ଟ୍ରେଲିଆ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆର ଦମଦାର ବିଜୟ । ହକି ବିଶ୍ବକପ ୨୦୨୩ ର ଆଜି ( ଗୁରୁବାର ) ଅଷ୍ଟମ ଦିନ । ଆଜି ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ଖେଳାଯାଉଛି । ଆଜିର ପ୍ରଥମ ମ୍ୟାଚରେ ମୁହାମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା । ଅଷ୍ଟ୍ରେଲିଆ ହକି ଟିମ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିଧାସଳଖ କ୍ବାର୍ଟର ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି ।

ବିର୍ସାମୁଣ୍ଡା ଷ୍ଟାଡିୟମରେ ଆଜି ଶେଷ ପର୍ଯ୍ୟାୟ ଲିଗ୍‌ ମ୍ୟାଚ୍‌ ଖେଳାଯାଉଛି । ଆଜିର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା । ଆଟାକିଂ ମୁଡରେ ଖେଳି ମ୍ୟାଚରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ ଦଳ । ନିଜ ନାମ "ଦି ବିଗି ଔସିସ" ନାମକୁ ବଜାୟ ରଖିଛି କାଙ୍ଗାରୁ ଟିମ । ପୁଲ Aରୁ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । ପ୍ରାରମ୍ଭରୁ ଉଭୟ ଦଳ ମଧ୍ୟରେ କଡା ଟକ୍କର ହୋଇଥିଲା । ଅଷ୍ଟ୍ରେଲିଆର ବ୍ଲାକ ଗୋଭର୍ସ ସର୍ବାଧିକ ୪ଟି ଗୋଲ ଦେଇଥିଲେ । ଦକ୍ଷିଣ ଆଫ୍ରିକା ଉପରେ ଭାରି ପଡିଥିଲା ଅଷ୍ଟ୍ରେଲିଆ । ପ୍ରଥମାର୍ଦ୍ଧରେ ଅଷ୍ଟ୍ରେଲିଆ ୭ ଗୋଲ ଦେଇଥିବା ବେଳେ ଦକ୍ଷିଣ ଅଫ୍ରିକା ମାତ୍ର ଗୋଟିଏ ଗୋଲ କରି ପାରିଥିଲା ।

ମ୍ୟାଚ ଆରମ୍ଭରୁ ଅଷ୍ଟ୍ରେଲିଆର ବ୍ଲାକ ଗୋଭର୍ସ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ । ଏହି ଗୋଲ ସେ ଖେଳର ୪ ମିନିଟରେ ଦେଇଥିଲେ । ଏହା ପରେ ମ୍ୟାଚର ଅଷ୍ଟମ ମିନିଟରେ ଦକ୍ଷିଣ ଆଫ୍ରିକା ଗୋଟିଏ ଗୋଲ କରିଥିଲା । ଏହାପରେ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଜୋରଦାର ଲଢେଇ । ଅଷ୍ଟ୍ରେଲିଆ ଆଟାକିଂ ମୁଡରେ ଖେଳି ପ୍ରଥମାର୍ଦ୍ଧରେ ଗୋଟିଏ ପରେ ଗୋଟିଏ ଗୋଲ ଦେବାରେ ଲାଗିଥିଲା । ଖେଳର ୧୦ମ ମିନିଟରେ ଟମ କ୍ରାଏଗ ଗୋଟିଏ ଗୋଲ ଦେଇଥିଲେ । ଏହାପରେ ମ୍ୟାଚର ୧୫ତମ ମିନିଟରେ ବ୍ଲାକ ଗୋଭର୍ସ ଆଉ ଗୋଟିଏ ଗୋଲ ଦେଇଥିଲେ । ସେହିପରି ୧୯ ମିନିଟ ଏବଂ ୨୦ ମିନିଟରେ ଲଗାତାର ଗୋଲ ଦେଇଥିଲେ ବ୍ଲାକ ଗୋଭର୍ସ । ପୁଣି ମ୍ୟାଚର ୨୨ ମିନିଟରେ ଜ୍ୟାକ ହାର୍ଭି ଗୋଟିଏ ଗୋଲ ଦେଇଥିବା ବେଳେ ନାଥନ ଏଫରୌମସ ମ୍ୟାଚ ୨୮ ମିନିଟରେ ଗୋଲ ଦେଇ ପ୍ରଥମାର୍ଦ୍ଧରେ ଅଷ୍ଟ୍ରେଲିଆର ଗୋଲ ସଂଖ୍ୟା ୭କୁ ପହଁଞ୍ଚାଇଥିଲେ । ଅଷ୍ଟ୍ରେଲିଆ ରଣନୀତି ଆଗରେ ଫେଲ୍ ମାରିଥିଲା ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ପ୍ରଥମାର୍ଦ୍ଧରେ କେବଳ ଗୋଟିଏ ଗୋଲ କରିପାରିଥିଲା ।

ସେହିପରି ମ୍ୟାଚର ଦ୍ବିତୀୟାର୍ଦ୍ଧରେ ମଧ୍ୟ ଅଷ୍ଟ୍ରେଲିଆ ହକି ଟିମ ନିଜର ଦବଦବା ଜାରି ରଖିଥିଲା । ଦ୍ବିତୀୟାର୍ଦ୍ଧରେ ଦଳ ଆଉ ଦୁଇଟି ଗୋଲ ଦେଇ ଖେଳର ନିର୍ଦ୍ଧାରିତ ସମୟ ସୁଦ୍ଧା ୯ଟି ଗୋଲ ଦେଇଥିଲା । ଦକ୍ଷିଣ ଆଫ୍ରିକା ଦ୍ବିତୀୟାର୍ଦ୍ଧରେ ଗୋଟିଏ ଗୋଲ ଦେଇ ମ୍ୟାଚର ଫୁଲ ଟାଇମ ସୁଦ୍ଧା ୨ଟି ଗୋଲ ଦେଇଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.