ETV Bharat / sports

Hockey World Cup 2023: କ୍ଲାସିଫିକେସନ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଲା ଭାରତ - ଭାରତ ବନାମ ଦକ୍ଷିଣ ଆଫ୍ରିକା

କ୍ଲାସିଫିକେସନ ମ୍ୟାଚରେ ୫-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଭାରତୀୟ ହକି ଦଳ
ଭାରତୀୟ ହକି ଦଳ
author img

By

Published : Jan 28, 2023, 9:32 PM IST

Updated : Jan 28, 2023, 10:04 PM IST

ରାଉରକେଲା: କ୍ଲାସିଫିକେସନ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ଟିମ ଇଣ୍ଡିଆ । ୫-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇଛି ହରମନପ୍ରିତବାହିନୀ । ଆଜି (ଶନିବାର) ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ରାଉରକେଲାସ୍ଥିତ ବିର୍ସାମୁଣ୍ଡା ଷ୍ଟାଡିୟମରେ କ୍ଲାସିଫିକେସନ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ୫-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଅଭିଷେକ ଆଜିର ମ୍ୟାଚର ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଭାରତର ଏହା ଦ୍ବିତୀୟ କ୍ଲାସିଫିକେସନ ମ୍ୟାଚ ଥିଲା । ପ୍ରଥମ କ୍ଲାସିଫିକେସନ ମ୍ୟାଚରେ ଭାରତ ଜାପାନକୁ ୮-୦ ଗୋଲରେ ପରାସ୍ତ କରି ଏକତରଫା ବିଜୟ ଲାଭ କରିଥିଲା ।

ପ୍ରାରମ୍ଭରୁ ଭାରତ ଆଟାକିଂ ମୋଡରେ ଖେଳିଥିଲା । ମ୍ୟାଚର ପ୍ରଥମାର୍ଦ୍ଧରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ୨-୦ ଗୋଲରେ ଆଗୁଆ ରହିଥିଲା । ମ୍ୟାଚର ୫ ମିନିଟରେ ଭାରତ ଗୋଲ ଦେଇ ଖାତା ଖୋଲିଥିଲା । ଏହି ଗୋଲ ଅଭିଷେକ ଦେଇଥିଲେ । ଏହା ପରେ ମ୍ୟାଚର ୧୨ ମିନିଟରେ ଭାରତ ପୁଣି ଆଉ ଏକ ଦ୍ବିତୀୟ ଗୋଲ ଦେଇଥିଲା । ଏହି ଗୋଲ ଅଧିନାୟକ ହରମନପ୍ରିତ ସିଂହ ଦେଇଥିଲେ । ଭାରତ ପ୍ରଥମାର୍ଦ୍ଧରେ ଦୁଇଟି ଗୋଲ ଦେଇଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ବି ଗୋଲ ଦେଇପାରିନଥିଲା ।

ସେପଟେ ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ ମଧ୍ୟରେ ଦେଖିବାକୁ ମିଳିଥିଲା କଡା ଟକ୍କର । ଗୋଲ ପାଇଁ ଉଭୟ ଦଳ ଜୋରଦାର ସଂଘର୍ଷ କରିଥିଲେ । ମ୍ୟାଚର ୪୫ ମିନିଟରେ ଭାରତ ତୃତୀୟ ଗୋଲ ଦେଇଥିଲା । ଏହି ଗୋଲ ଶମଶେର ସିଂହ ଦେଇଥିଲେ । ସେହିପରି ୪୯ ମିନିଟରେ ଆକାଶଦୀପ ସିଂହ ଚତୁର୍ଥ ଗୋଲ ଦେଇଥିଲେ । ସେପଟେ ମ୍ୟାଚର ୪୯ ମିନିଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ଏହି ମ୍ୟାଚ ସାମକେଲୋ ଦେଇଥିଲେ । ମ୍ୟାଚର ୫୯ ମିନିଟରେ ଭାରତ ତାର ପଞ୍ଚମ ଗୋଲ ଦେଇ ସ୍ଥିତି ମଜବୁତ କରିଥିଲା । ସେପଟେ ଦକ୍ଷିଣ ଆଫ୍ରିକା ମ୍ୟାଚର ୬୦ ମିନିଟରେ ଦ୍ବିତୀୟ ଗୋଲ ଦେଇଥିଲା । ମ୍ୟାଚର ଫାଇନାଲ ଜାଟ୍ ବେଳକୁ ଭାରତ ୫ ଟି ଗୋଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୨ ଟି ଗୋଲ ଦେଇଥିଲା ।

କ୍ରସଓଭର ମ୍ୟାଚରେ ଭାରତ ନ୍ୟଜିଲାଣ୍ଡଠାରୁ ପେନାଲ୍ଟି ସୁଟ ଆଉଟରେ ପରାସ୍ତ ହୋଇ ବିଶ୍ବକପ ଅଭିଯାନ ଶେଷ କରିଥିଲା । ଏହାପରେ FIHରେ ଦେଶ ଗୁଡିକ ନିଜ ମାନ୍ୟତା ବଜାୟ ରଖିବା ପାଇଁ କ୍ଲାସିଫିକେସନ ମ୍ୟାଚ ଖେଳିଥାନ୍ତି । ତେବେ ଭାରତ ପ୍ରଥମ କ୍ଲାସିଫିକେସନ ମ୍ୟାଚରେ ଜାପାନକୁ ପରାସ୍ତ କରିଥିବା ବେଳେ ଦ୍ବିତୀୟ କ୍ଲାସିଫିକେସନ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । କ୍ଲାସିଫିକେସନ ମ୍ୟାଚରେ ଭାରତ ଲଗାତାର ଦୁଇ ଥର ବିଜୟ ଲାଭ କରି FIH ମାନ୍ୟତାରେ ନିଜର ନବମ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛି ।

Last Updated : Jan 28, 2023, 10:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.