ETV Bharat / sports

ଲଞ୍ଚ ହେଲା ହକି ଆନ୍ଥେମ୍, ପ୍ରତିଟି ଶବ୍ଦ ଖେଳାଳିଙ୍କ ଦେହରେ ଭରିବ ଜୋଶ୍ - ହକି ବିଶ୍ବକପ ଏନ୍‌ଥମ୍‌ ଲଞ୍ଚ

ହକି ମହାକୁମ୍ଭ ପୂର୍ବରୁ ଏକ ହକି ଆନ୍ଥେମ୍ ଲଞ୍ଚ କରାଯାଇଛି । ଏହାର ପ୍ରତିଟି ଶବ୍ଦ ପ୍ରତ୍ୟେକ ହକି ଷ୍ଟାରଙ୍କୁ ଉତ୍ସର୍ଗ ହୋଇଛି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି

author img

By

Published : Jan 6, 2023, 10:14 PM IST

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ହକି ବିଶ୍ବକପ ପାଇଁ ଆରମ୍ଭ ହୋଇ ଗଲାଣି କାଉଣ୍ଟ ଡାଉନ । ଏହି ହକି ମହାକୁମ୍ଭ ପୂର୍ବରୁ ଏକ ହକି ଆନ୍ଥେମ୍ ଲଞ୍ଚ କରାଯାଇଛି । ହିନ୍ଦୁସ୍ତାନର ଜୟ ହେଉ ହକି ଇଣ୍ଡିଆ ଆନ୍ଥେମଟି ଦେଶଭକ୍ତିର ଭାବନା ଜାଗ୍ରତ କରୁଛି । ଖାଲି ସେତିକି ନୁହେଁ ଯୁବକମାନଙ୍କୁ ଇତିହାସ ସୃଷ୍ଟି କରିବାର ପ୍ରେରଣା ମଧ୍ୟ ଯୋଗାଉଛି ଏହି ଆନ୍ଥେମ୍ । ଏହି ଆନ୍ଥେମଟିର ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ ଦେଇଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବା ଭାରତୀୟ ଗାୟକ ସୁଖବିନ୍ଦର ସିଂହ ଏହାକୁ ଗାଇଛନ୍ତି । ହକି ଷ୍ଟାରମାନଙ୍କୁ ଉତ୍ସର୍ଗ କରାଯାଉଥିବା ଏହି ଆନ୍ଥେମର କ୍ରିଏଟିଭ ଡିରେକ୍ଟର ଆଲୋକ କୁମାର ମିଶ୍ର ରହିଛନ୍ତି ।

ଏହି ଗୀତଟି ଭାରତୀୟ ସ୍ବାଧୀନତାର ୭୫ ବର୍ଷର ପୂର୍ତ୍ତିକୁ ଦେଶଭକ୍ତି ଭାବନା ମଧ୍ୟ ଯୋଗାଉଛି । ଏହି ଆନ୍ଥେମକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଖାଲି ସେତିକି ନୁହଁ ଏହାକୁ ଭାରତୀୟ ହକି ଟିମର ଅଧିନାୟକ ହରମନପ୍ରିତ ସିଂହ ଆନ୍ଥେମର ଭାବନାକୁ ସମ୍ମାନ ଜଣାଇବାଇ ସହିତ ପ୍ରଶଂସା ମଧ୍ୟ କରିଛନ୍ତି । ହରମନପ୍ରିତ କହିଛନ୍ତି, "ଟିମରେ ସମସ୍ତେ ଜଣେ ଜଣେ ସଙ୍ଗୀତ ପ୍ରେମୀ । ମୋତେ ବ୍ୟାକ୍ତିଗତ ଭାବରେ ପ୍ରେରଣା ଦେଉଥିବା ଗୀତ ଶୁଣିବାକେ ଭଲ ଲାଗେ । ଯାହା ଆମକୁ ଭିତରୁ ଜାଗ୍ରତ କରିଥାଏ । ହକି ବିଶ୍ବକପ ନେଇ ଏହି ଏହି ଆନ୍ଥେମ୍ ସମସ୍ତ ଭାରତୀୟ ହକି ଖେଳାଳିଙ୍କ ପାଇଁ ଏକଦମ ଉପଯୁକ୍ତ ଅଟେ । ହକି ଇଣ୍ଡିଆର ଏଭଳି ପ୍ରୟାସ ବେଶ୍ ପ୍ରଶଂସନୀୟ । ତେବେ କୋଟି କୋଟି ଭାରତୀୟଙ୍କ ସ୍ବପ୍ନକୁ ସାକାର କରିବା ଏବେ ଭାରତୀୟ ହକି ଦାୟିତ୍ବ ।"

ସେହିପରି ଏବାବଦରେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ କହିଛନ୍ତି, "ହକି ଇଣ୍ଡିଆରେ ମୁଁ ଏହା ଅନୁଭବ କରିଥିଲି ହକି ବିଶ୍ବକପ ଅବସରରେ ଦେଶ ପାଇଁ ଏକ ଏକ୍ସକ୍ଲୁଜିଭ ସଙ୍ଗୀତ ଲଞ୍ଚ କରିବା । ଯାହା ଖେଳାଳିଙ୍କୁ ମଇଦାନରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ପ୍ରେରଣା ଦେବ । ସେମାନଙ୍କୁ ଭିତରୁ ଜାଗ୍ରତ କରିବ । ଏହି ହକି ବିଶ୍ବକପର ପ୍ରତ୍ୟେକଟି ମ୍ୟାଚ କୌଣସି ଯୁଦ୍ଧଠାରୁ କମ ନୁହେଁ । ଆମେ ପ୍ରାୟ ସେହିପରି ଗୀତ ଶୁଣିଥାଉ ଯାହା ଆମକୁ ପ୍ରେରଣା ଦିଏ ଆମକୁ ଜାଗ୍ରତ କରାଏ । ତେଣୁ ଏହି ଅବସରରେ ଏହି ହକି ଏନ୍‌ଥମ୍‌ ଭାରତୀୟ ହକି ଖେଳାଳିଙ୍କୁ ପାଇଁ ଉପଯୁକ୍ତ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.