ETV Bharat / sports

Junior Women National Championship: ତାମିଲନାଡୁ ଚିତପଟାଙ୍ଗ୍‌, କ୍ବାର୍ଟର ଫାଇନାଲରେ ଓଡିଶା - ଜୁନିୟର ମହିଳା ହକି ଚମ୍ପିଆନସିପ କ୍ବାର୍ଟରରେ ଓଡିଶା

13ତମ ଜାତୀୟ ଜୁନିୟର ମହିଳା ହକି ଚମ୍ପିଆନସିପରେ ଓଡିଶା ଦମଦାର ପ୍ରଦର୍ଶନ କରିଛି । ତାମିଲନାଡୁ ବିପକ୍ଷରେ ଏକତରଫା ବିଜୟ ହାସଲ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡିଶା ।

Junior Women National Championship
Odisha qualification for quarterfinals
author img

By

Published : Jul 4, 2023, 10:17 AM IST

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ 13ତମ ହକି ଇଣ୍ଡିଆ ଜାତୀୟ ଜୁନିୟର ମହିଳା ହକି ଚମ୍ପିଆନସିପ ଜାରି ରହିଛି । ଏଥିରେ ଓଡିଶା ଦଳ ଦମଦାର ପ୍ରଦର୍ଶନ କରିଛି । ତାମିଲନାଡୁ ବିପକ୍ଷ ମ୍ୟାଚରେ ଏକତରଫା ବିଜୟ ହାସଲ କରିଛି ଓଡିଶା । 4-0 ଗୋଲରେ ତାମିଲନାଡୁକୁ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡିଶା । ଏହା ସହିତ ସୋମବାର ଖେଳାଯାଇଥିବା ଅନ୍ୟ ମ୍ୟାଚରେ ଓଡିଶା ସମେତ ମହାରାଷ୍ଟ୍ର ଓ ହରିୟାଣା ବିଜୟୀ ହୋଇଛନ୍ତି ।

  • Odisha emerged victorious over Tamil Nadu with a 4-0 victory in the 13th Hockey India Junior Women National Championship in 2023. This win ensured Odisha's qualification for the quarterfinals of the tournament.#OdishaForHockey pic.twitter.com/hRbwQEjFME

    — Odisha Sports (@sports_odisha) July 3, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Sub junior Womens Hockey National Championship: ହରିୟାଣା ଚମ୍ପିଆନ୍, ତୃତୀୟରେ ଓଡିଶା

ଓଡ଼ିଶା ତାମିଲନାଡୁ ମ୍ୟାଚର ନବମ ମିନିଟରେ ପ୍ରତିଭା ଏକ୍କା, 16ତମ ମିନିଟରେ ରମ୍ଭା କୁଜୁର, 29ତମ ମିନିଟରେ ଅସୀମା ରାଉତ ଏବଂ 58ତମ ମିନିଟରେ ପୂଜା ସାହୁ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଦଳକୁ ବିଜୟୀ ଭେଟି ଦେଇଥିଲେ । ଶେଷ ଯାଏଁ ଗୋଲ ପରିଶୋଧ କରିବାକୁ ପ୍ରୟାସ ଜାରି ରଖିଥିଲା ତାମିଲନାଡୁ ମାତ୍ର ଗୋଟିଏ ବି ଗୋଲ୍‌ କରିପାରିନଥିଲା । ପ୍ରାଣମୂର୍ଚ୍ଛା ଉଦ୍ୟମ ସତ୍ତ୍ବେ ପରାସ୍ତ ହୋଇଥିଲା ତାମିଲନାଡୁ । କ୍ବାର୍ଟର ପାଇନାଲରେ ଛତିଶଗଡ଼ ବିପକ୍ଷରେ ଖେଳିବ ଓଡ଼ିଶା ।

ଏହା ବି ପଢନ୍ତୁ...SAFF Championship 2023: ଆଜି ଭାରତ-କୁଏତ ଫାଇନାଲ ଫାଇଟ, ନବମ ଟାଇଟଲ ଲକ୍ଷ୍ୟରେ ଭାରତ

ପୁଲ-ଏରୁ ପଞ୍ଜାବ, ପୁଲ ଜିରୁ ମିଜୋରାମ, ପୁଲ-ଇରୁ ମଧ୍ୟପ୍ରଦେଶ ଏବଂ ପୁଲ-ଏରୁ ହରିୟାଣା କ୍ବାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଜି ଖେଳାଯିବାକୁ ଥିବା କ୍ବାର୍ଟର ଫାଇନାଲ ମହାରାଷ୍ଟ୍ର ବନାମ ମଧ୍ୟପ୍ରଦେଶ ମ୍ୟାଚ ଖେଳିବାଯିବାକୁ ଥିବାବେଳେ ହରିୟାଣା ସହ ପଞ୍ଜାବ ଓ ଝାଡଖଣ୍ଡ ସହ ମିଜୋରାମର ମୁକାବିଲ ହେବ । ସୋମବାର ଖେଳାଯାଇଥିବା ଅନ୍ୟ ମ୍ୟାଚରେ ମହାରାଷ୍ଟ୍ର 6-2 ଗୋଲରେ ଦିଲ୍ଲୀକୁ ପରାସ୍ତ କରିଛି । ଅଧିନାୟିକା ହିମାଶିଂ ହ୍ୟାଟ୍ରିକ ଗୋଲ କବି ମହାରାଷ୍ଟ୍ର ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ । ସେହପରି ହରିୟାଣା 10-4 ଗୋଲରେ ବେଙ୍ଗାଲୁରୁ ଓ ଝାଡଖଣ୍ଡ 9-0 ଗୋଲରେ ରାଜସ୍ଥାନକୁ ପରାସ୍ତ କରିଛି ।

ପ୍ରକାଶଥାଉ କି, ଗତମାସରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ 13ତମ ଉପ କନିଷ୍ଠ ମହିଳା ଜାତୀୟ ହକି ଚମ୍ପିଆନସିପ ହରିୟାଣା ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିଆନ ହୋଇଥିବା ବେଳେ ଝାଡ଼ଖଣ୍ଡ ଦ୍ବିତୀୟ ଓ ଓଡ଼ିଶା ତୃତୀୟ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଥିଲା । ବ୍ରୋଞ୍ଜ ପଦକ ମୁକାବିଲାରେ ଓଡ଼ିଶା ସୁଟଆଉଟରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.