ହାଇଦ୍ରାବାଦ: ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ବ କପ । ଏହା ପୂର୍ବରୁ ଭାରତୀୟ ହକି ଦଳ ପାଇବ ନୂଆ ଅଧ୍ୟକ୍ଷ । ଅକ୍ଟୋବର ୯ ତାରିଖ ପୂର୍ବରୁ ଭାରତୀୟ ହକି ଦଳର ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଏନେଇ ଅନ୍ତର୍ଜାତୀୟ ହକି ମହାସଂଘ (International Hockey Federation) ଭାରତୀୟ ହକି ଦଳକୁ ସହମତି ଜଣାଇଛି ।
ଏହା ସହିତ ଏଫଆଇଏଚ ଏବଂ ସିଓଏ କହିଛନ୍ତି କି ସମ୍ବିଧାନର ଶେଷ ମୌସଦା ଆଗାମୀ ୧୦ ଦିନ ମଧ୍ୟରେ ଏଫ୍ଆଇଏଚ ମୁଖ୍ୟ କାର୍ଯ୍ୟାଳୟକୁ ପଠାଯିବ । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦ୍ବାରା ନିର୍ଦ୍ଦେଶିତ ହକି ଇଣ୍ଡିଆର ସଂଶୋଧିତ ସମ୍ବିଧାନର ପ୍ରଥମ ମୌସଦା ଆଜି ଅନ୍ତର୍ଜାତୀୟ ହକି ମହାସଂଘକୁ ଦିଆଯାଇଛି । ଏହା ସହିତ ହକି ଇଣ୍ଡିଆର ନିର୍ବାଚନ ୯ ଅକ୍ଟୋବର ୨୦୨୨ ମସିହା ପୂର୍ବରୁ ଶେଷ ହେବ ବୋଲି ସହମତି ଜଣାଇଛି ଅନ୍ତର୍ଜାତୀୟ ହକି ମହାସଂଘ ।