ନୂଆଦିଲ୍ଲୀ: 5ଏ ସାଇଡ ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଘୋଷଣା କରିଛି ହକି ଇଣ୍ଡିଆ । ଓଡିଶାରୁ ମୋଟ 4ଜଣ ଖେଳାଳି ଏଥିରେ ସ୍ଥାନ ପାଇଛନ୍ତି । ଓମାନରେ ଏହି 5ଏ ସାଇଡ ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବ । ଅଗଷ୍ଟ 25ରୁ ଅଗଷ୍ଟ 28 ଯାଏ ମହିଳା 5ଏ ସାଇଡ ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ଖେଳା ଯିବାକୁ ଥିବାବେଳେ ଅଗଷ୍ଟ 29ରୁ ସେପ୍ଟେମ୍ବର 2 ଯାଏ ପୁରୁଷ 5ଏ ସାଇଡ ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବ ।
-
Here are the Indian Men's and Women's Hockey Teams for the upcoming Asian Hockey 5s World Cup Qualifiers.
— Hockey India (@TheHockeyIndia) August 16, 2023 " class="align-text-top noRightClick twitterSection" data="
📍: Oman
🗓 Women's Asian Hockey 5S World Cup Qualifier: August 25th to August 28th 2023
🗓 Men's Asian Hockey 5S World Cup Qualifier: August 29th to September 2nd 2023… pic.twitter.com/3x9m0jZRNG
">Here are the Indian Men's and Women's Hockey Teams for the upcoming Asian Hockey 5s World Cup Qualifiers.
— Hockey India (@TheHockeyIndia) August 16, 2023
📍: Oman
🗓 Women's Asian Hockey 5S World Cup Qualifier: August 25th to August 28th 2023
🗓 Men's Asian Hockey 5S World Cup Qualifier: August 29th to September 2nd 2023… pic.twitter.com/3x9m0jZRNGHere are the Indian Men's and Women's Hockey Teams for the upcoming Asian Hockey 5s World Cup Qualifiers.
— Hockey India (@TheHockeyIndia) August 16, 2023
📍: Oman
🗓 Women's Asian Hockey 5S World Cup Qualifier: August 25th to August 28th 2023
🗓 Men's Asian Hockey 5S World Cup Qualifier: August 29th to September 2nd 2023… pic.twitter.com/3x9m0jZRNG
ମନଦୀପ ମୋରଙ୍କ ନେତୃତ୍ବରେ 9 ଜଣିଆ ଦଳ ପୁରୁଷ 5ଏ ସାଇଡ ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ଖେଳିବ । ମହମ୍ମଦ ରାହୀଲଙ୍କୁ ଉପଅଧିନାୟକ ଭାର ଦିଆଯାଇଛି । ସେହିଭଳି ନବଜୋତ କୌର ଓ ଜ୍ୟୋତି ଯଥାକ୍ରମେ ଭାରତୀୟ ମହିଳା ଦଳର ଅଧିନାୟିକା ଓ ଉପଅଧିନାୟିକା ନିଯୁକ୍ତ ହୋଇଛନ୍ତି ।
ଏହା ବି ପଢନ୍ତୁ...Asian Champions Trophy: FIH ରାଙ୍କ୍ରେ ତୃତୀୟକୁ ଉନ୍ନିତ ହେଲା ଭାରତ
ଏହା ବି ପଢନ୍ତୁ...ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ୍, ଟ୍ୱିନ୍ ସିଟିରେ ହେବ ଟେବୁଲ ଟେନିସ ଇଣ୍ଡୋର ଷ୍ଟାଡିୟମ
ଏହା ବି ପଢନ୍ତୁ...Asian champions trophy 2023 Final: ମାଲେସିଆକୁ ୪-୩ରେ ହରାଇ ଭାରତ ଚମ୍ପିଆନ୍
ଓଡିଶାରୁ 4 ଖେଳାଳି: 5ଏ ସାଇଡ ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଘୋଷିତ ଦଳରେ ଓଡିଶାରୁ 4 ଜଣ ଖେଳାଳି ସ୍ଥାନ ପାଇଛନ୍ତି । ମହିଳାରେ ଆଜମିନା କୁଜୁର, ଦୀପି ମୋନିକା ଟପ୍ପୋ, ମାରିଆନା କୁଜୁର, ଦୀପସାନ ତିର୍କୀଙ୍କୁ ସ୍ଥାନ ମିଳିଛି ।
ଭାରତୀୟ ପୁରୁଷ ଦଳ: ସୁରଜ କରକେରା (ଗୋଲକିପର), ଯୁଗରାଜ ସିଂହ, ଦୀପସାନ ତିର୍କୀ, ମନଦୀପ ମୋର (ରକ୍ଷଣଭାଗ), ମହମ୍ମଦ ରାହୀଲ (ଉପ ଅଧିନାୟକ), ମନିନ୍ଦର ସିଂହ (ମଧ୍ୟଭାଗ), ପବନ ରାଜଭର ଓ ଗୁରଜୋସ ସିଂହ (ଅଗ୍ରଭାଗ) ।
ଭାରତୀୟ ମହିଳା ଦଳ: ବନସାରୀ ସୋଲାଙ୍କି (ଗୋଲକିପର), ଅକ୍ଷତା ଅବାସୋ ଧେକାଲେ, ମହିମା ଚୌଧୁରୀ, ସୋନିଆ ଦେବୀ (ରକ୍ଷଣଭାଗ), ଜ୍ୟୋତି (ଉପଅଧିନାୟିକା), ଆଜମିନା କୁଜୁର, ଦୀପି ମୋନିକା ଟପ୍ପୋ, ମାରିଆନା କୁଜୁର ।
ପ୍ରକାଶ ଥାଉ କି, ନିକଟରେ ଭାରତୀୟ ହକି ଦଳ ଏସିଆନ ଚମ୍ପିଆନସିପ ବିଜେତା ହୋଇଛି । ଫାଇନାଲରେ ମାଲେସିଆକୁ 4-3 ଗୋଲରେ ପରାସ୍ତ କରି ଚତୁର୍ଥ ଥର ଏସୀୟ ଚମ୍ପିଆନ୍ସ ଟ୍ରଫି ଚମ୍ପିଆନ ହୋଇଛି ଭାରତ । ଏହା ପୂର୍ବରୁ ୨୦୧୧, ୨୦୧୬ ଓ ୨୦୧୮ରେ ଚମ୍ପିଆନ୍ ହୋଇଥିଲା ଟିମ୍ ଇଣ୍ଡିଆ । ଏସୀୟ ଚମ୍ପିଆନ୍ସ ଟ୍ରଫି ଚମ୍ପିଆନ ପରେ ଭାରତର ମାନ୍ୟତା ତୃତୀୟକୁ ଉନ୍ନୀତ ହୋଇଛି ।