ETV Bharat / sports

New Coach of Men's Hockey Team: କ୍ରେଗ ଫୁଲଟନ ଭାରତୀୟ ପୁରୁଷ ଦଳ ମୁଖ୍ୟ କୋଚ

ହକି ଇଣ୍ଡିଆ ଭାରତୀୟ ପୁରୁଷ ହକି ଦଳ ପାଇଁ କ୍ରେଗ ଫୁଲଟନଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ଗ୍ରାହମ ରିଡ ଇସ୍ତଫା ପରେ ଖାଲି ପଡିଥିଲା ମୁଖ୍ୟ କୋଚ ପଦ । ଅଧିକ ପଢନ୍ତୁ

author img

By

Published : Mar 3, 2023, 1:56 PM IST

hockey india announced new chief coach
ଭାରତୀୟ ପୁରୁଷ ହକି ଦଳ ନୂଆ କୋଚ

ନୂଆଦିଲ୍ଲୀ: ଭାରତୀୟ ହକି ଦଳକୁ ନୂଆ ମୁଖ୍ୟ କୋଚ ମିଳିଛନ୍ତି । ହକି ବିଶ୍ବକପରେ ଭାରତର ନିରାଶାଜନକ ପ୍ରଦର୍ଶନ ପରେ ଗ୍ରାହମ ରିଡ ଇସ୍ତଫା ଦେଇଥିଲେ । ଏହାପରେ ମୁଖ୍ୟ କୋଚ ପଦ ଖାଲି ପଡିଥିଲା । ପୁରୁଷ ହକି ଦଳ ପାଇଁ ଦକ୍ଷିଣ ଆଫ୍ରିକାର କ୍ରେଗ ଫୁଲଟନଙ୍କୁ ନୂଆ ମୁଖ୍ୟ କୋଚ ଭାରେ ଘୋଷଣା କରିଛି ହକି ଇଣ୍ଡିଆ ।

କ୍ରେଗ ଫୁଲଟନଙ୍କର 25 ବର୍ଷର କୋଚ ଅଭିଜ୍ଞତା ରହିଛି । ଭାରତର ମୁଖ୍ୟ କୋଚ ନିଯୁକ୍ତ ହେବା ପରେ ସେ ଖୁସି ବ୍ୟକ୍ତ କରିବା ସହ ଭାରତକୁ ସଫଳତାର ଶିଖର ଛୁଆଁଇବା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଖୁସିବକ୍ତ କରି ଫୁଲଟନ କହିଛନ୍ତି, ଦଳର ମୁଖ୍ୟ କୋଚ ନିଯୁକ୍ତ ହେବା ମୋ ପାଇଁ ଗର୍ବର କଥା । ଦଳକୁ ସଫଳତା ଦିଗରେ ପହଞ୍ଚାଇବା ପାଇଁ ପ୍ରୟାସ କରିବି । ଟୋକିଓ ଅଲିମ୍ପିକ୍ସରେ ଗ୍ରାହମ ରିଡଙ୍କ ତତ୍ତ୍ବବଧାନରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ଆଗକୁ ଦଳ କିପରି ଆଗକୁ ଯିବ ତାହା ଉପରେ ଗୁରୁତ୍ବ ଦେବି ।''

ଏହା ବି ପଢନ୍ତୁ...WPL 2023: ମହିଳା ଆଇପିଏଲ ମାସ୍କଟ 'ଶକ୍ତି' ଉନ୍ମୋଚିତ

ହକି ଇଣ୍ଡିଆ କୋଚ ଦୌଡରେ ଅନେକ ନାମ ଥିଲା । ମାକ୍ସ କାଲଡାସ, ଏକମ୍ୟାନ, ହରେନ୍ଦ୍ର ଓ ଅଲ୍ଟମ୍ୟାନ୍ସ ରହିଥିଲେ । ଏଥର ଭାରତରୁ କେହି ହକି ମୁଖ୍ୟ କୋଚ ହେବା ଆଶା କରାଯାଉଥିଲା ମାତ୍ର ଜଣେ ବିଦେଶ କୋଚ ନିଯୁକ୍ତ ହୋଇଛନ୍ତି । 1996ରେ ଅଟଲାଣ୍ଟା ଅଲମ୍ପିକ୍ସରେ ଦକ୍ଷିଣ ଆଫ୍ରିକା ଦଳର ସଦସ୍ୟ ଥିଲେ କ୍ରେଗ ଫୁଲଟନ । ସେ ହକି ବିଶ୍ବକପ ଏବଂ ରାଜ୍ୟସ୍ତରୀୟ କ୍ରୀଡା ମଧ୍ୟ ଖେଳିଛନ୍ତି । କ୍ରେଗ ଫୁଲଟନ ଭାରତୀୟ ହକି ଦଳ ମୁଖ୍ୟ କୋଚ ନିଯୁକ୍ତ ହେବା ନେଇ ଖୁସି ବ୍ୟକ୍ତ କରିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ମାର୍ଚ୍ଚ 10 ତାରିଖରୁ ରାଉରକେଲାରେ ହେବାକୁ ଥିବା ଅଷ୍ଟ୍ରେଲିଆ ଓ ଜର୍ମାନୀ ବିପକ୍ଷ ଏଫଆଇଏଚ ପ୍ରୋ ଲିଗ ମଧ୍ୟରେ ଭାଗରେ ଯୋଗ ଦେଇପାରନ୍ତି କ୍ରେଗ ଫୁଲଟନ ।

ଏହା ବି ପଢନ୍ତୁ...IND vs AUS 3rd Test: ଇନ୍ଦୋରରେ ହାରିଲା ଭାରତ, 9 ୱିକେଟରେ ଜିତିଲା କଙ୍ଗାରୁ ଦଳ

ପ୍ରକାଶଥାଉକି ଜାନୁଆରୀ 13ରୁ ଆରମ୍ଭ ହୋଇଥିବା ପୁରୁଷ ହକି ବିଶ୍ବକପରେ ଭାରତର ପ୍ରଦର୍ଶନ ନିରାଶାଜନକ ରହିଥିଲା । କ୍ବାର୍ଟର ଫାଇନାଲରେ ପ୍ରବେଶ କରିପାରିନଥିଲା ଭାରତ । ହନର୍ମପ୍ରୀତଙ୍କ ନେତୃତ୍ବରେ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚରେ ନିରାଶାଜନକ ପ୍ରଦର୍ଶନ କରିଥିଲା । ବିଶ୍ବକପରେ ଅଂଶଗ୍ରହଣ କରିଥିବା 16ଟି ଟିମରେ ଭାରତ ନବମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ଦଳ ଭଲ ପ୍ରଦର୍ଶନରେ ବିଫଳ ହେବାରୁ ମୁଖ୍ୟ କୋଚ ପଦରୁ ଅଷ୍ଟ୍ରେଲିଆନ ଗ୍ରାହମ ରିଡ ଇସ୍ତଫା ଦେଇଥିଲେ । ତାଙ୍କ ସହିତ ଅନାଲିଟିକାଲ କୋଟ ଗ୍ରେଗ କ୍ଲର୍କ ଓ ସାଇଣ୍ଟିଫିକ ଆଡାଭାଇଜର ମିଚେଲ ଡେଭିଡ ମଧ୍ୟ ଇସ୍ତଫା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.