ETV Bharat / sports

Intercontinental Cup: ଆଜି ଭାରତ-ଲେବାନନ ମୁକାବିଲା

author img

By

Published : Jun 15, 2023, 9:55 AM IST

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲରେ ଆଜି ଭାରତର ତାର ତୃତୀୟ ମୁକାବିଲା ଖେଳିବାକୁ ଯାଉଛି । ଲେବାନନକୁ ଭେଟିବ ଭାରତ । ଅଧିକ ପଢନ୍ତୁ

intercontinental cup football
ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲ

ଭୁବନେଶ୍ବର: ଜୁନ 9 ତାରିଖରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲରେ ଆଜି ଦୁଇଟି ମ୍ୟାଚ ରହିଛି । ଅପରାହ୍ନ 4ଟା 30ରେ ମଙ୍ଗୋଲିଆ ବନାମ ଭାନୁଆଟୁ ମୁକାବିଲା ହେବାକୁ ଥିବାବେଳେ ରାତି 7ଟା30ରେ ଭାରତ ଓ ଲେବାନନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତ ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ।

ଭାରତ ବନାମ ଲେବାନନ: ଆୟୋଜକ ଭାରତ ତାର ପ୍ରଥର ଦୁଇ ମ୍ୟାଚ ଜିତି ଇଣ୍ଟରକଣ୍ଟିନେଣ୍ଟାସ କପ୍ ଫୁଟବଲ ତୃତୀୟ ସଂସ୍କରଣର ଫାଇନାଲରେ ପ୍ରବେଶ କରି ସାରିଛି । ଅନ୍ତିମ ମ୍ୟାଚରେ 99ତମ ସ୍ଥାନରେ ଥିବା ଲେବାନନ ବିପକ୍ଷରେ ଜିତିବାକୁ ଲକ୍ଷ୍ୟ ରଖିଛି । ଭାରତ ଯଦି ଏହି ମ୍ୟାଚ ଜିତେ ତେବେ ଫିଫା ମାନ୍ୟତାର ଶ୍ରେଷ୍ଠ 100 ଦଳ ମଧ୍ୟରେ ପ୍ରବେଶ କରିବ । ଘରୋଇ ଦଳ ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ମଙ୍ଗୋଲିଆ ଓ ଭାନୁଆଟୁ ବିପକ୍ଷରେ ବିଜୟ ହାସଲ କରିଛି ।

ଦୁଇ ମ୍ୟାଚ ଜିତିଥିଲେ ସୁଦ୍ଧା ଅଧିକ ଗୋଲ ସ୍କୋର କରି ନଥିଲା ଆଜି ଲେବାନନ ବିପକ୍ଷରେ ବଡ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଲେବାନନ ଏକ ଶକ୍ତିଶାଳୀ ଦଳ । ପ୍ରଥମ ମ୍ୟାଚରେ ଭାନୁଆଟୁ 3-1 ଗୋଲରେ ପରାସ୍ତ କରିଥିଲା । ଦ୍ବିତୀୟ ମ୍ୟାଚରେ ମଙ୍ଗୋଲିଆ ବିପକ୍ଷରେ ଡ୍ର ରହିଥିଲା । 1996ରେ ଫିଫା ମାନ୍ୟତାରେ 94ସ୍ଥାନରେ ପହଞ୍ଚି ଥିଲା ଏହା ପରେ ଭାରତ ଏହି ସ୍ଥାନ ଛୁଇଁ ନଥିଲା । ଆଜିର ମ୍ୟାଚ ଭାରତ ପାଇଁ ଜିତିବା ଗୁରୁତ୍ବପୂର୍ଣ୍ଣ ।

ଭାନୁଆଟୁ ବନାମ ମଙ୍ଗୋଲିଆ: ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲରେ ଆଜି ଭାନୁଆଟୁ ଓ ମଙ୍ଗୋଲିଆ ମଧ୍ୟରେ ଆଉ ଏକ ମ୍ୟାଚ ଖେଳାଯିବ । ଏଥିରେ ଭାନୁଆଟୁ ଓ ମଙ୍ଗୋଲିଆ ପରସ୍ପରକୁ ଭେଟିବେ । ଦୁଇ ଦଳ ଆଜି ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି । ଉଭୟ ଦଳ ସେମାନଙ୍କ ସେମାନ ପ୍ରଥମ ଦୁଇ ମ୍ୟାଚରେ ପରାସ୍ତ ହୋଇଛନ୍ତି ।

ଏହା ବି ପଢନ୍ତୁ...WFI Elections: ପୁଣି ବଦଳିଲା ତାରିଖ, ଜୁଲାଇ 6ରେ ଭାରତୀୟ କୁସ୍ତି ସଂଘ ନିର୍ବାଚନ

ଏହା ବି ପଢନ୍ତୁ...Intercontinental Cup: ଭାନୁଆଟୁକୁ ହରାଇ ଫାଇନାଲରେ ଭାରତ, ମଙ୍ଗୋଲିଆ-ଲେବାନନ ମ୍ୟାଚ ଡ୍ର

ପ୍ରକାଶଥାଉ କି, ଭାରତ ତାର ପ୍ରଥମ ମୁକାବିଲାରେ ମଙ୍ଗୋଲିଆକୁ 2-0 ଗୋଲରେ ପରାସ୍ତ କରିଥିଲା । ଦ୍ବିତୀୟ ମୁକାବିଲାରେ 1-0 ଗୋଲରେ ଭାନୁଆଟୁକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଆଜି ତୃତୀୟ ମୁକାବିଲାରେ ଲେବାନନକୁ ଭେଟିବାକୁ ଯାଉଛି । ସେହିପରି ଇଣ୍ଟରକଣ୍ଟିନେଣ୍ଟାଲ କପର ପ୍ରଥମ ଦିନରେ ଲେବାନନ ଓ ଭାନୁଆଟୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲେବାନନ 3-1 ଗୋଲରେ ବିଜୟ ହାସଲ କରିଥିଲା । ଜୁନ 12 ତାରିଖରେ ଲେବାନନ ଓ ମଙ୍ଗୋଲିଆ ମଧ୍ୟରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଥିଲା ଫଳରେ ଦୁଇଦଳ ପଏଣ୍ଟ ବାଣ୍ଟିଥିଲେ । ଜୁନ 18 ତାରିଖରେ ଗ୍ରୁପ ଟପ୍ପର ଓ ଗ୍ରୁପ ରନର୍ସଅପ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.