ହାଇଦ୍ରାବାଦ: ଉଡନ୍ତା ବିମାନରେ ଭାରତୀୟ ଅଫ ସ୍ପିନର ହରଭଜନ ସିଂହଙ୍କ ବ୍ୟାଟ ଗାୟବ । ହରଭଜନ ଇଣ୍ଡିଗୋ ବିମାନ ନମ୍ବର 6E6313 ଯୋଗେଁ, ମୁମ୍ବାଇରୁ କୋଏମ୍ବାଟୁର ଯାତ୍ରା କରିବା ସମୟରେ ଘଟିଛି ଏପରି ଏହି ଘଟଣା ।
ତେବେ ତାଙ୍କ କିଟ ବ୍ୟାଗରୁ ଗୋଟିଏ ବ୍ୟାଟନଥିବା ଜାଣିପାରିଥିଲେ ଭଜି । ତେବେ ଚୋରି ହୋଇଛି କିମ୍ବା ହଜିଯାଇଛି ସେ ଜାଣିନଥିବା କହିଛନ୍ତି । ତେବେ ହରଭଜନ ଟ୍ବିଟ କରି ଏହି ଘଟଣା ସମ୍ପର୍କରେ କହିବା କହ, ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ହରଭଜନଙ୍କ ଟ୍ବିଟର ଉତ୍ତର ମଧ୍ୟ ଇଣ୍ଡିଗୋ ପକ୍ଷରୁ ଟ୍ବିଟ ଯୋଗେ ଦିଆଯାଇଛି । ଏହି ଘଟଣା ପାଇଁ ଦୁଃଖିତ ବୋଲି କହିବା ସହ, ତୁରନ୍ତ ପଦକ୍ଷେପ ନିଆଯାଉଛି ବୋଲି କୁହାଯାଇଛି ।