ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଟେବୁଲ ଟେନିସ ଜାତୀୟ କ୍ୟାମ୍ପ । ଦୀର୍ଘ ଦିନ ପରେ ଅଭ୍ୟାସକୁ ଫେରି ଭାରତୀୟ ଷ୍ଟାର ଟେବୁଲ ଟେନିସ ଖେଳାଳି ସରଥ କମଲ ଖୁସି ବ୍ୟକ୍ତ କରିଛନ୍ତି । ଅକ୍ଟୋବର 28ରୁ ଆରମ୍ଭ ହୋଇଥିବା ଏହି କ୍ୟାମ୍ପ ଡିସେମ୍ବର 8 ପର୍ଯ୍ୟନ୍ତ ଚାଲିବ ।
କ୍ୟାମ୍ପରେ ମୋଟ 11 ଜଣ ଖେଳାଳି ରହିଛନ୍ତି । ସେଥିମଧ୍ୟରେ 5ଜଣ ପୁରୁଷ ଓ 6ଜଣ ମହିଳା ଖେଳାଳି ରହିଛନ୍ତି । ଦିଲ୍ଲୀ ପବ୍ଳିକ ସ୍କୁଲ ସୋନିପତରେ ଅନ୍ୟ 4ଜଣ ସପୋର୍ଟ ଷ୍ଟାଫଙ୍କୁ ନେଇ ଭାରତୀୟ ଟେବୁଲ ଟେନିସ ଫେଡେରେସନ ଏହି ଜାତୀୟ କ୍ୟାମ୍ପର ଆୟୋଜନ କରିଛି ।
ଏହି କ୍ୟାମ୍ପ ପାଇଁ ପ୍ରାୟ 18 ଲକ୍ଷ ଟଙ୍କା ଅନୁମୋଦନ ହୋଇଛି । କ୍ୟାମ୍ପରେ ଭାଗନେଇଥିବା ଖେଳାଳିଙ୍କ ପାଇଁ ଡିପିଏସ ସୋନିପତରେ ରହିବାର ବ୍ୟବସ୍ଥା ହୋଇଛି । ତେବେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ଏସଓପିକୁ କଡାକଡି ପାଳନ କକରାଯାଉଛି ।
ଗତ ମାର୍ଚ୍ଚରେ କୋରୋନା ଭାଇରସ ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା ପରେ ଏହା ପ୍ରଥମ ଟେବୁଲ ଟେନିସ ଜାତୀୟ କ୍ୟାମ୍ପ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ