ETV Bharat / sports

ଟ୍ୟୁନିସିଆ ଟେବୁଲ ଟେନିସ୍ କଣ୍ଟେଣ୍ଡରରେ ଚମକିଲେ ଭାରତୀୟ ଯୁବ ପେଡଲର

author img

By

Published : Sep 16, 2021, 5:09 PM IST

ଟ୍ୟୁନିସିଆରେ ଜାରି ରହିଥିବା ବିଶ୍ବ ଟେବୁଲ ଟେନିସ କଣ୍ଟେଣ୍ଡରରେ କମାଲ କଲେ ଭାରତୀୟ ଖେଳାଳି । ୧୯ ବର୍ଷରୁ କମ୍‌ ବିଭାଗର ଫାଇନାଲରେ ସ୍ବସ୍ତିକା ଘୋଷ ଯସଶ୍ବିନୀ ଘୋରପଡେଙ୍କୁ ମାତ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ଟ୍ୟୁନିସିଆ ଟେବୁଲ ଟେନିସ୍ କଣ୍ଟେଣ୍ଡରରେ ଚମକିଲେ ଭାରତୀୟ ଯୁବ ପେଡଲର
ଟ୍ୟୁନିସିଆ ଟେବୁଲ ଟେନିସ୍ କଣ୍ଟେଣ୍ଡରରେ ଚମକିଲେ ଭାରତୀୟ ଯୁବ ପେଡଲର

ନୂଆଦିଲ୍ଲୀ: ଟ୍ୟୁନିସିଆରେ ଜାରି ରହିଥିବା ବିଶ୍ବ ଟେବୁଲ ଟେନିସ କଣ୍ଟେଣ୍ଡରରେ କମାଲ କଲେ ଭାରତୀୟ ଖେଳାଳି । ୧୯ ବର୍ଷରୁ କମ୍‌ ବିଭାଗର ଫାଇନାଲରେ ସ୍ବସ୍ତିକା ଘୋଷ ଯସଶ୍ବିନୀ ଘୋରପଡେଙ୍କୁ ମାତ ଦେଇଛନ୍ତି । ଫଳରେ ଏହି ବିଭାଗରେ ଭାରତକୁ ଉଭୟ ସ୍ବର୍ଣ୍ଣ ପଦକ ଓ ରୌପ୍ୟ ପଦକ ମିଳିଛି ।

୧୯ ବର୍ଷରୁ କମ୍‌ ଫାଇନାଲ ମ୍ୟାଚରେ ଦୁଇ ଭାରତୀୟ ପେଡଲରଙ୍କ ମଧ୍ୟରେ ମୋଟ ୫ଟି ସେଟ୍ ଖେଳାଯାଇଥିଲା । ଦୁହିଁଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଯସଶ୍ବିନୀ ପ୍ରଥମ ଓ ତୃତୀୟ ସେଟରେ ଦମ୍‌ଦାର୍‌ ବିଜୟ ହାସଲ କରିଥିଲେ । କିନ୍ତୁ ଏହାପରେ ଗେମ୍‌ ଓଲଟି ଯାଇଥିଲା । ଲଗାତାର ୪ଟି ସେଟ୍‌ରେ ବିଜୟ ହାସଲ କରିଥିଲେ ସ୍ବସ୍ତିକା ଘୋଷ୍‌ । ପ୍ରଥମ ସେଟ୍‌ରେ ଯସଶ୍ବିନୀ ୬-୧୧ରେ ବିଜୟ ହାସଲ କରିଥିବା ବେଳେ ଦ୍ବିତୀୟ ସେଟ୍‌ରେ ମଧ୍ୟ ୧୧-୬ରେ ବିଜୟ ହାସଲ କରିଥିଲେ ।

ସ୍ବସ୍ତିକା ଦ୍ବିତୀୟ ସେଟ୍‌କୁ ୧୧-୬ରେ ଜିତି ନେଇଥିଲେ । ତୃତୀୟ ସେଟ୍‌ରେ ପରାଜିତ ହେବାପରେ ପୁନଃ ଚତୁର୍ଥ ସେଟ୍‌କୁ ୧୧-୬ରେ ଜିତି ନେଇଥିଲେ । ଏହାପରେ ଶେଷ ସେଟକୁ ସେ ୧୧-୮ରେ ନିଜ ନାମରେ କରିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟର ୧୭ ବର୍ଷରୁ କମ ବିଭାଗରେ ଯସଶ୍ବିନୀ ସ୍ବର୍ଣ୍ଣ ପଦକ ହାସଲ କରି ସାରିଛନ୍ତି । ସେ ଇଜିପ୍ଟର ଫରିଦାଙ୍କୁ ମାତ୍ ଦେଇ ଏହି ପଦକ ହାସଲ କରିଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ଆହୁରି ପଦକ ଆସିବା ବାକି ଅଛି । କାରଣ ୧୫ ବର୍ଷରୁ କମ୍‌ କାଟାଗୋରୀରେ ମଧ୍ୟ ଦୁଇ ଭାରତୀୟ ସଟଲର ସୁହାନା ସାଇନି ଓ ପ୍ରିଥା ବର୍ତ୍ତିକାର ମଧ୍ୟରେ ଟକ୍କର ହେବ । ୧୩ ବର୍ଷରୁ କମ୍ ବିଭାଗରେ ଭାର ଏମ୍‌. ହଂସିନି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ୧୧ ବର୍ଷରୁ କମ୍ ବିଭାଗରେ ମଧ୍ୟ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.