ETV Bharat / sports

Hockey World Cup: ଆଜି ଫାଇନାଲ ଫାଇଟ, କଳିଙ୍ଗରେ ମୁହାଁମୁହିଁ ହେବେ ବେଲଜିୟମ-ଜର୍ମାନୀ - ହକି ବିଶ୍ବକପ ଫାଇନାଲ

FIH ପୁରଷ ହକି ବିଶ୍ବକପରେ ଆଜି ଫାଇନାଲ ଫାଇଟ । ଟାଇଟଲ ଲଢେଇରେ ମୁହାଁମୁହିଁ ହେବେ ଡିଫେଡିଂ ଚମ୍ପିଅନ ବେଲଜିୟମ ଓ ଜର୍ମାନୀ । ଅଧିକ ପଢନ୍ତୁ

ଆଜି ଫାଇନାଲ ଫାଇଟ, କଳିଙ୍ଗରେ ମୁହାଁମୁହିଁ ହେବେ ବେଲଜିୟମ-ଜର୍ମାନୀ
Hockey World Cup final
author img

By

Published : Jan 29, 2023, 10:06 AM IST

ଭୁବନେଶ୍ବର: ଦୁଇ ସପ୍ତାହରୁ ଅଧିକ ଦିନ ଧରି ରାଜ୍ୟରେ ଚାଲିଥିବା FIH ପୁରଷ ହକି ବିଶ୍ବକପର ଆଜି ଅନ୍ତିମ ଦିନ । କଳିଙ୍ଗ ଷ୍ଟାଡିୟମରେ କିଏ ହେବ କିଙ୍ଗ ? ପୁଣି ବାଜି ମାରି ନେବକି ଡିଫେଡିଂ ଚମ୍ପିଆନ ବେଲଜିୟମ ନା ଇତିହାସ ଲେଖିବ 2006 ବିଶ୍ବ ଚମ୍ପିଅନ ଜର୍ମାନୀ ? ସୁପର ସଣ୍ଡେରେ ହେବ ସୁପରମୁକାବିଲା । ଆଜି ହକି ବିଶ୍ବକପ ଫାଇନାଲ ଯୁଦ୍ଧ । ବିଶ୍ବକପ ତାଜ ପାଇଁ ମୁହାଁମୁହିଁ ହେବେ ବିଶ୍ବ ହକିର ଦୁଇ ସୁପର ପାଓ୍ବାର ଜର୍ମାନୀ ଓ ବେଲଜିୟମ । 16ଟି ଦଳ ମଧ୍ୟରୁ ଫାଇନାଲ ଲଢେଇ ଲଢିବେ ବେଲଜିୟମ ଓ ଜର୍ମାନୀ । ରାତି 7ଟାରେ ଖେଳାଯିବ ଫାଇନାଲ ମ୍ୟାଚ । ଷ୍ଟାର ସ୍ପୋର୍ଟ୍ସ ନେଟୱାର୍କ, ହଟଷ୍ଟାର, ୱାଚ ହକି ଡଟ୍‌ କମରେ ଫାଇନାଲ ମୁକାବିଲାର ସିଧାପ୍ରସାରଣ ଦେଖିବେ ହକିପ୍ରେମୀ ।

କଳିଙ୍ଗ ଷ୍ଟାଡିୟମରେ 2018ରେ ନେଦରଲାଣ୍ଡସକୁ ହରାଇ ଚମ୍ପିଆନ ମୁକୁଟ ପିନ୍ଧିଥିଲା ବେଲଜିୟମ । ତେଣୁ ଏହି ୟୁରୋପୀୟ ଦଳ ଏହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଦୁଇଥର ବିଶ୍ବବିଜେତା ଜର୍ମାନୀ ଦୀର୍ଘ 17 ବର୍ଷ ପରେ ଟ୍ରଫି ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଦୁଇଦଳ ମଧ୍ୟରେ ଆଜି ଏକ ରୋମାଞ୍ଚକର ଲଢେଇ ଦେଖିବାକୁ ମିଳିବ । ବିଶ୍ବମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ରହିଥିବା ତଥା ଡିଫେଣ୍ଡିଂ ଚମ୍ପିଆନ ଓ ବିଶ୍ବକପ ଚମ୍ପିଆନ ବେଲଜିୟମ ଶୁକ୍ରବାର ସେମିଫାଇନାଲରେ ନେଦରଲାଣ୍ଡସକୁ ପେନାଲ୍ଟି ସୁଟଆଉଟରେ 3-2 ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ସେହିଭଳି ଜର୍ମାନୀ ମ୍ୟାଚ ଶେଷ କ୍ବାର୍ଟରର ଅନ୍ତିମ 6 ସେକେଣ୍ଡରେ ଅଷ୍ଟ୍ରେଲିଆଠୁ ମ୍ୟାଚ ଛଡାଇ ଆଣିଥିଲା । 4-3 ଗୋଲରେ ଅଷ୍ଟ୍ରେଲିଆକୁ ମାଚ ଦେଇ ଫାଇନାଲରେ ପ୍ରବେଶ କରିଥିଲା ଜର୍ମାନୀ । ଜର୍ମାନୀ ବର୍ଷ ୨୦୦୨ ଏବଂ ବର୍ଷ ୨୦୦୬ରେ ବିଶ୍ବ ଚମ୍ପିଆନ ହୋଇଥିଲା । 2010ରେ ଦଳକୁ ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଆଉ ଏକ ଫାଇନାଲ ଖେଳିବାକୁ ଜର୍ମାନୀକୁ 12 ବର୍ଷ ଲାଗିଛି । ଏହି ସୁଯୋଗ ହାତଛଡା କରିବାକୁ ଚାହିଁବନି ଦଳ । ନୂଆ ରଣନୀତି ନେଇ ପଡିଆକୁ ଓହ୍ଲାଇବ ଟିମ୍‌ ଜର୍ମାନୀ ।

ହେଡ ଟୁ ହେଡ:

ବେଲଜିୟମ ଏବଂ ଜର୍ମାନୀ ମଧ୍ୟରେ ଏପର୍ଯ୍ୟନ୍ତ ୩୫ ଥର ମୁକାବିଲା ହୋଇଛି । ଯେଉଁଥିରେ ବେଲଜିୟମ ୧୫ଟି ମୁକାବିଲାରେ ବିଜୟ ହାସଲ କରିଥିବାବେଳେ ଜର୍ମାନୀ ୧୩ ଟି ମୁକାବିଲାରେ ବିଜୟ ହାସଲ କରିଛି । ଉଭୟ ଦଳ ମଧ୍ୟରେ ୭ ମ୍ୟାଚ ଡ୍ର ରହିଛି । ତେବେ ଏହି ମୁକାବିଲା ଉପରେ ନଜର ପକାଇଲେ ଜର୍ମାନୀ ବିପକ୍ଷରେ ବେଲଜିୟମର ପଲ୍ଲା ଭାରି ରହିଛି । ବେଲଜିୟମର ବିଜୟ ପ୍ରତିଶତ ୪୨.୮୬ ରହିଛି । ସେହିପରି ଜର୍ମାନୀର ବିଜୟ ପ୍ରତିଶତ ୩୪.୧୪ ରହିଛି । ଜର୍ମାନୀ ୫ ଥର ପାଇଁ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି । ସେହିପରି ବେଲଜିୟମ ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବକପ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି।

୨୦୨୩ ହକି ବିଶ୍ବକପରେ ଉଭୟ ଦଳର ପ୍ରଦର୍ଶନ: ଜର୍ମାନୀ ୨୦୨୩ ହକି ବିଶ୍ବକପରେ ୬ଟି ମୁକାବିଲା ଖେଳିଛି । ଯେଉଁଥିରେ ୫ଟି ମ୍ୟାଚରେ ଜର୍ମାନୀ ବିଜୟ ଲାଭ କରିଛି । ଗୋଟିଏ ମ୍ୟାଚ ଡ୍ର ରହିଛି । ସେହିପରି ବେଲଜିୟମ ୨୦୨୩ ହକି ବିଶ୍ବକପରେ ୫ଟି ମୁକାବିଲା ଖେଳିଛି । ଯେଉଁଥିରେ ୪ଟି ମ୍ୟାଚରେ ବିଜୟ ଲାଭ କରିଛି । ଗୋଟିଏ ମ୍ୟାଚ ଡ୍ର ରହିଥିଲା । ୨୦୨୩ ହକି ବିଶ୍ବକପର ଫାଇନାଲ ମ୍ୟାଚ ଜର୍ମାନୀର ସପ୍ତମ ମ୍ୟାଚ ହେବ ଏବଂ ବେଲଜିୟମର ଏହା ଷଷ୍ଠ ମ୍ୟାଚ ହେବ । ତେବେ ଉଭୟ ଦଳ ଫାଇନାଲ ମୁକାବିଲା ଜିତିବା ପାଇଁ ଜୋରଦାର କସରତ କରିବେ । ବେଲଜିୟମ ପକ୍ଷରେ ରେକର୍ଡ ଯାଉଛି ହେଲେ ଜର୍ମାନୀ ଯେଉଁ ଆଶା ଓ ବିଶ୍ବାସର ସହ ଖେଳୁଛି ତାହା ଫଳପ୍ରଦ ହୋଇପାରେ । ତେବେ କିଏ ମାରିବ ବାଜି କାହାର ହେବ ବିଶ୍ବକର ତାଜ ତାକୁ ଅପେକ୍ଷା ।

ଅନ୍ୟପଟେ ଆଜି ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ମଧ୍ୟ ମୁକାବିଲା ହେବ । ବ୍ରୋଞ୍ଜ ପଦକ ପାଇଁ ନେଦରଲାଣ୍ଡସ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ପ୍ରକାଶ ଥାଉ କି ଗତକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା କ୍ଲାସିଫିକେସନ ମ୍ୟାଚ୍‌ରେ 5-2 ଗୋଲରେ ବିଜୟ ହାସଲ କରିଛି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.