ETV Bharat / sports

Hockey World Cup 2023: ପଏଣ୍ଟ ବାଣ୍ଟିଲେ ଜର୍ମାନୀ ଓ ବେଲଜିୟମ, ୨-୨ରେ ମ୍ୟାଚ ଡ୍ର - ଜର୍ମାନୀ ଓ ବେଲଜିୟମ ମଧ୍ୟରେ କଡ଼ା ମୁକାବିଲା

ହକି ବିଶ୍ବକପ ୨୦୨୩ରେ ମଙ୍ଗଳବାର ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଦେଖିବାକୁ ମିଳିଥିଲା କଡ଼ା ମୁକାବିଲା । ଜର୍ମାନୀ ଓ ବେଲଜିୟମ ମଧ୍ୟରେ ହୋଇଥିବା ଏହି ସଙ୍ଘର୍ଷପୂର୍ଣ୍ଣ ମ୍ୟାଚ୍‌ ଅମୀମାଂସିତ ରହିଛି । ୨-୨ରେ ମ୍ୟାଚ୍‌ ଡ୍ର ହୋଇଥିବାରୁ ଉଭୟ ଦଳ ପଏଣ୍ଟ ବାଣ୍ଟିଛନ୍ତି । ଅଧିକ ପଢ଼ନ୍ତୁ

ପଏଣ୍ଟ ବାଣ୍ଟିଲେ ଜର୍ମାନୀ ଓ ବେଲଜିୟମ
ପଏଣ୍ଟ ବାଣ୍ଟିଲେ ଜର୍ମାନୀ ଓ ବେଲଜିୟମ
author img

By

Published : Jan 17, 2023, 9:06 PM IST

Updated : Jan 17, 2023, 10:27 PM IST

ପଏଣ୍ଟ ବାଣ୍ଟିଲେ ଜର୍ମାନୀ ଓ ବେଲଜିୟମ

ଭୁବନେଶ୍ବର: ଜାରି ରହିଥିବା ହକି ବିଶ୍ବକପ ୨୦୨୩ରେ ମଙ୍ଗଳବାର ଦ୍ବିତୀୟ ମ୍ୟାଚରେ ଜର୍ମାନୀ ଓ ବେଲଜିୟମ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ପ୍ରଥମ କ୍ବାର୍ଟରେ ବେଲଜିୟମ ପକ୍ଷରୁ ପ୍ରଥମ ଗୋଲ ସ୍କେର ହୋଇଥିବାବେଳେ ଦ୍ବିତୀୟ କ୍ବାର୍ଟରରେ ଏହାର ଜବାବ ଦେଇଥିଲା ଜର୍ମାନୀ । ତେବେ ତୃତୀୟ କ୍ବାର୍ଟରରେ କୌଣସି ଦଳ ଗୋଲ ସ୍କୋର କରିପାରି ନଥିଲେ । ଚତୁର୍ଥ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ସହିତ ମ୍ୟାଚ୍‌କୁ ଡ୍ରରେ ଶେଷ କରିଛନ୍ତି ।

ଜର୍ମାନୀ ଓ ବେଲଜିୟମ ମଧ୍ୟରେ ଏହି ସଙ୍ଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପ୍ରଥମ କ୍ବାର୍ଟରରୁ ହିଁ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ପ୍ରଥମ କ୍ବାର୍ଟରରେ ମ୍ୟାଚ୍‌ର ପ୍ରଥମ ଗୋଲ ବେଲଜିୟମ ଦେଇଥିଲା । ଦଳର ଚାର୍ଲିଅର କେଡରିକ ୯ ମିନିଟରେ ଏହି ଫିଲ୍ଡ ଗୋଲ୍‌ ଦେଇଥିଲେ । ପ୍ରଥମ କ୍ବାର୍ଟରରେ କୌଣସି ଗୋଲ ସ୍କୋର କରିପାରି ନଥିବା ଜର୍ମାନୀର ୱେଲ୍‌ନେଲ ନିକଲାସ ଦ୍ବିତୀୟ କ୍ବାର୍ଟରର ୨୨ ମିନିଟରେ ଏକ ଗୋଲ ଦେଇ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ । ତୃତୀୟ କ୍ବାର୍ଟରେ ଉଭୟ ଦଳ କଡ଼ା ସଙ୍ଘର୍ଷ କରିଥିଲେ । କିନ୍ତୁ ଉଭୟ ଦଳ ଗୋଟିଏ ମଧ୍ୟ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ ।

ଏହାପରେ ଚତୁର୍ଥ କ୍ବାର୍ଟରରେ ଜର୍ମାନୀ ପକ୍ଷରୁ ଗ୍ରାମ୍ବୁସ୍ଚ୍‌ ଟମ୍‌ ୫୨ ମିନିଟରେ ଏକ ଗୋଲ‌ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ । କିନ୍ତୁ ୫୪ ମିନିଟରେ ବେଲଜିୟମ ପକ୍ଷରୁ ୱେନେଜ୍‌ ଭିକ୍ଟର ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ପୁଣି ୨-୨ ସ୍ତରକୁ ଆଣିଥିଲେ । ଶେଷରେ ମ୍ୟାଚ ଡ୍ର ରେ ଶେଷ ହୋଇଥିଲା । ତେବେ ଆଜିର ମ୍ୟାଚ୍‌ରେ ଜର୍ମାନୀକୁ କୌଣସି ପେନାଲ୍‌ଟି ସୁଯୋଗ ମିଳିନଥିଲା । ସେପଟେ ବେଲଜିୟମକୁ ୨ ଥର ସୁଯୋଗ ମିଳିଥିଲେ ମଧ୍ୟ ବେଲଜିୟମ ଖେଳାଳି ଏଥିରୁ ଫାଇଦା ଉଠାଇ ପାରିନଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 17, 2023, 10:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.