ETV Bharat / sports

FIFA World Cup : ପୋଲାଣ୍ଡକୁ ହରାଇ ୩-୧ ରେ ହରାଇ କ୍ବାଟରରେ ପ୍ରବେଶ କଲା ଫ୍ରାନ୍ସ - କ୍ବାଟରଫାଇନାଲରେ ଫ୍ରାନ୍ସ

ପୋଲାଣ୍ଡକୁ ହରାଇଲା ଫ୍ରାନ୍ସ । ପୋଲାଣ୍ଡକୁ ୩-୧ ଗୋଲରେ ହରାଇ ପ୍ରି-କ୍ବାଟରଫାଇନାଲରେ ପ୍ରବେଶ କରିଲା ଡିଫେଣ୍ଡିଂ ଚମ୍ପିଆନ ଫ୍ରାନ୍ସ । ଅଧିକ ପଢନ୍ତୁ

FIFA World Cup : ପୋଲାଣ୍ଡକୁ ହରାଇ ୩-୧ ରେ ହରାଇ କ୍ବାଟରରେ ପ୍ରବାଶ କଲା ଫ୍ରାନ୍ସ

author img

By

Published : Dec 5, 2022, 6:26 PM IST

ଦୋହା: ପୋଲାଣ୍ଡକୁ ହରାଇଲା ଫ୍ରାନ୍ସ । ପୋଲାଣ୍ଡକୁ ହରାଇ ପ୍ରି-କ୍ବାଟରଫାଇନାଲରେ ପ୍ରବେଶ କରିଲା ଡିଫେଣ୍ଡିଂ ଚମ୍ପିଆନ ଫ୍ରାନ୍ସ । ରବିବାର ଖେଳାଯାଇଥିବା ଫିଫା ବିଶ୍ବକପ ୨୦୨୨ ଫ୍ରାନ୍ସ ପୋଲାଣ୍ଡକୁ ୩-୧ ଗୋଲରେ ମାତ୍ ଦେଇ ପ୍ରି-କ୍ବାଟରଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଏହି ବିଜୟ ପରେ ଫ୍ରାନ୍ସ ଲଗାତାର ତିନି ଥର କ୍ବାଟର ଫାଇନାଲରେ ପ୍ରବେଶ କରିଛି । ଫ୍ରାନ୍ସ ତରଫରୁ ଯୁବ ଷ୍ଟାର ଫୁଟବଲର କିଲିୟନ ଏମ୍ବାପେ ଦୁଇଟି ଗୋଲ ଦେଇଥିଲେ । ସେହିପରି ଅନୁଭବୀ ଫୁଟବଲର ଅଲିବର ଗିରାଉଡ ଗୋଟିଏ ଗୋଲ ଦେଇ ଦଳକୁ ବିଜୟ ଦ୍ବାରରେ ପହଁଞ୍ଚାଇଥିଲେ । ଫିଫା ବିଶ୍ବକପ ଇତିହାସରେ କ୍ବାଟରଫାଇନାଲରେ ଶକ୍ତିଶାଳୀ ଫ୍ରାନ୍ସ ୯ ଥର ପ୍ରବେଶ କରିଛି ।

ସେପଟେ ପୋଲାଣ୍ଡ ଫୁଟବଲ ଟିମ୍ ତରଫରୁ ଗୋଟିଏ ଗୋଲ ଫୁଟବଲର ରୋବର୍ଟ ଲେୱନଡୋସ୍କି ଦେଇଥିଲେ । ମ୍ୟାଚର ଶେଷ ସମୟରେ ପେନାଲ୍ଟିରେ ଗୋଲ ଦେବାକୁ ସୁଯୋଗ ମିଳିଥିଲା ରୋବର୍ଟ ଲେୱନଡୋସ୍କିଙ୍କୁ । ଯେଉଁଥିରେ ସେ ମାତ୍ର ଗୋଟିଏ ଗୋଲ ଦେଇପାରିଥିଲେ । ସେପଟେ ଶକ୍ତିଶାଳୀ ଫ୍ରାନ୍ସ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳିବା ଆରମ୍ଭ କରିଥିଲା । ଫ୍ରାନ୍ସ ତରଫରୁ ଦୁଇଟି ଗୋଲ କିଲିୟନ ଏମ୍ବାପେ ଦେଇଥିଲେ । ମ୍ୟାଚର ୭୪ ମିନିଟ ପର୍ଯ୍ୟନ୍ତ ଫ୍ରାନ୍ସ ଦୁଇଟି ଗୋଲ ଦେଇସାରିଥିଲା । ପୋଲାଣ୍ଡଠାରୁ ଫ୍ରାନ୍ସ ୨-୦ ଗୋଲରେ ଆଗୁଆ ରହିଥିଲା । ସେହିପରି ଅଲିବର ଗିରାଉଡ ଗୋଟିଏ ଗୋଲ ଦେଇଥିଲେ । ପରେ ମ୍ୟାଚର ଫଳାଫଳ ଏହା ରହିଥିଲା କି ପୋଲାଣ୍ଡ ଗୋଟିଏ ଗୋଲ ଦେଇଥିବା ବେଳେ ଫ୍ରାନ୍ସ ୩ଟି ଗୋଲ ଦେଇ ପ୍ରି କ୍ବାଟରଫାଇନାଲରେ ପ୍ରବେଶ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.