ETV Bharat / sports

ପରଲୋକରେ ପୂର୍ବତନ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଅଧ୍ୟକ୍ଷ

ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ପୂର୍ବତନ ଅଧ୍ୟକ୍ଷ ଜ୍ୟାକ୍ସ ରୋଗଙ୍କ ପରଲୋକ ହୋଇଛି । ୭୯ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ...

ପୂର୍ବତନ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଅଧ୍ୟକ୍ଷଙ୍କ ପରଲୋକ

author img

By

Published : Aug 30, 2021, 7:28 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ପୂର୍ବତନ ଅଧ୍ୟକ୍ଷ ଜ୍ୟାକ୍ସ ରୋଗଙ୍କ ପରଲୋକ ହୋଇଛି । ୭୯ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅଲମ୍ପିକ ଅଧ୍ୟକ୍ଷ ସହ ସେ ଜଣେ କୁଶଳୀ ନୌଚାଳକ ଥିଲେ । ଏହାସହ ସେ ବେଲଜିୟମର ଜଣେ ରଗବୀ ଚମ୍ପିଆନ ଥିଲେ । ୧୯୬୮, ୧୯୭୨ ଓ ୧୯୭୬ ମସିହାରେ ଅଲମ୍ପିକ୍ସରେ ଭାଗ ନେଇ ନୌଚାଳନା ଇଭେଣ୍ଟରେ ଭାଗ ନେଇଥିଲେ ।

ଜଣେ ଆଥଲେଟ ଭାବେ ଅବସର ନେବାପରେ ସେ ଜ୍ୟାକ୍ସ ରୋଗ ବେଲଜିୟମ ଓ ୟୁରୋପିଓ ଅଲମ୍ପିକ ସମିତିର ଅଧ୍ୟକ୍ଷ ଦାୟିତ୍ବ ନେଇଥିଲେ । ଏହାପରେ ୨୦୦୧ ମସିହାରେ ସେ ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ଅଧ୍ୟକ୍ଷ ଦାୟିତ୍ବରେ ରହିଥିଲେ । ଏହାକୁ ନେଇ ଶୋକ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ଅଧ୍ୟକ୍ଷ ଥୋମାସ ୱାକ୍ ।

କ୍ରୀଡ଼ାରେ ନିଶା କାରାବାର ବିରୋଧରେ ସ୍ବର ଉଠାଇଥିଲେ । ଏଥିପାଇଁ ସେ ଅଲମ୍ପିକ୍ସରେ ଡୋପ ନୀତି ନିୟମକୁ ଶକ୍ତ କରିଥିଲେ । ଯାହାଫଳରେ ଏକ ସ୍ବଚ୍ଛ କ୍ରୀଡ଼ା ମହାକୁମ୍ଭ ଆୟୋଜନ ହୋଇ ପାରିଥିଲା । ଆମେରିକାରେ ରହିଥିବା ଯୁବ ଶରଣାର୍ଥୀଙ୍କୁ ସେ କ୍ରୀଡ଼ା ପ୍ରତି ଆଗ୍ରହୀ କରାଇଥିଲେ । ଯାହାଫଳରେ ସେମାନଙ୍କୁ ଏକ ନୂଆ ଜୀବନ ମିଳି ପାରିଥିଲା ।

ଏହାକୁ ନେଇ ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ଅଧ୍ୟକ୍ଷ ଥୋମାସ ୱାଖ୍ କହିଛନ୍ତି ଯେ, "ତୁମର ମୋର ବନ୍ଧୁତା ମୁଁ କେବେ ଭୁଲି ପାରିବି ନାହିଁ । ଅନ୍ତର୍ଜାତୀୟ ଅଲମ୍ପିକ କମିଟି ସଦସ୍ୟ ଭାବରେ ଆମେ ଯୋଡ଼ି ହୋଇଥିଲୁ । ଆପଣଙ୍କ ସହ ବିତାଇଥିବା ପ୍ରତ୍ୟେକ ମୂହୁର୍ତ୍ତ ମୋ ପାଇଁ ଏକ ସ୍ମୃତି ହୋଇ ରହିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.