ETV Bharat / sports

ଆରପାରିରେ ପୂର୍ବତନ ଭାରତୀୟ ଫୁଟବଲ ଖେଳାଳି ସୁଭାଷ ଭୌମିକ - ଆରପାରିରେ ଭାରତୀୟ ଫୁଟବଲ ଖେଳାଳି ସୁଭାଷ ଭୌମିକ

ପୂର୍ବତନ ଭାରତୀୟ ଫୁଟବଲର ତଥା ଭାରତର ଅନ୍ୟତମ ପ୍ରସିଦ୍ଧ ଫୁଟବଲ ପ୍ରଶିକ୍ଷକ ସୁଭାଷ ଭୌମିକଙ୍କ କୋଲକାତାରେ ଦେହାନ୍ତ ଘଟିଛି । ଅଧିକ ପଢନ୍ତୁ

ଆରପାରିରେ ପୂର୍ବତନ ଭାରତୀୟ ଫୁଟବଲ ଖେଳାଳି ସୁଭାଷ ଭୌମିକ

author img

By

Published : Jan 22, 2022, 12:35 PM IST

କୋଲକାତା: ଆଉ ନାହାନ୍ତି ପୂର୍ବତନ ଭାରତୀୟ ଫୁଟବଲର ତଥା ଭାରତର ଅନ୍ୟତମ ପ୍ରସିଦ୍ଧ ଫୁଟବଲ ପ୍ରଶିକ୍ଷକ ସୁଭାଷ ଭୌମିକ । ଆଜି(ଶନିବାର) କୋଲକାତାରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ହୋଇଥିବା ବେଳେ ସେ ପତ୍ନୀ, ପୁଅ ଏବଂ ଝିଅଙ୍କ ସହିତ ରହୁଥିଲେ ।

ଆରପାରିରେ ପୂର୍ବତନ ଭାରତୀୟ ଫୁଟବଲ ଖେଳାଳି ସୁଭାଷ ଭୌମିକ
ଆରପାରିରେ ପୂର୍ବତନ ଭାରତୀୟ ଫୁଟବଲ ଖେଳାଳି ସୁଭାଷ ଭୌମିକ

କିଡନୀ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ତାଙ୍କୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏପରିକି ତାଙ୍କର କିଡ଼ନୀ ପ୍ରତିରୋପଣ ମଧ୍ୟ କରାଯାଇଥିଲା । 2003 ମସିହାରେ East Bengalକୁ Asean upରେ ପହଞ୍ଚାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ 1970 ମସିହାରେ ଏସୀୟ ଗେମ୍ସରେ ବ୍ରୋଞ୍ଜ ବିଜେତା ଭାରତୀୟ ଫୁଟବଲ ଦଳର ସଦସ୍ୟ ମଧ୍ୟ ଥିଲେ ।

2005 ମସିହାରେ, କେନ୍ଦ୍ରୀୟ ଏକ୍ସାଇଜ୍ ଅଧିକାରୀ ଭୌମିକ ଚର୍ଚ୍ଚାକୁ ଆସିଥିଲେ । ଦୁର୍ନୀତି ନିବାରଣ ୱିଙ୍ଗ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା ସେ ଲାଞ୍ଚ ଗ୍ରହଣ କରିବା ସମୟରେ ଧରାପଡ଼ିଥିଲେ । ଏହାକୁ ନେଇ ସେ ବିବାଦ ଘେରରେ ରହିଥିଲେ । ଗିରଫ ସମୟରେ କିଛି ଅଧିକାରୀଙ୍କ ସହିତ ଭୌମିକ ଗଣ୍ଡଗୋଳ କରିଥିବା ନଜର ଆସିଥିଲେ ।

ଭୌମିକ ଉତ୍ତର ବେଙ୍ଗଲର ମୂଳ ବାସିନ୍ଦା । ତାଙ୍କ ଫୁଟବଲ କ୍ୟାରିୟରର ପ୍ରାୟ ସମସ୍ତ ଅଂଶ ପୂର୍ବ ବଙ୍ଗ କ୍ଲବ ସହିତ ଅତିବାହିତ ହୋଇଥିଲା । ସେ କୋଲକାତାର ଫୁଟବଲ ସର୍କିଟରେ ଜଣେ 'ବୁଲଡୋଜିଂ ଷ୍ଟ୍ରାଇକର' ଭାବରେ ଖ୍ୟାତି ଅର୍ଜନ କରିଥିଲେ । ସେ 1979ରେ ସକ୍ରିୟ ଫୁଟବଲ ଜୀବନରୁ ଅବସର ନେଇଥିଲେ ଏବଂ 1991ରେ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.