ETV Bharat / sports

ମାର୍ଚ୍ଚ 7ରୁ ଜମ୍ମୁ-କାଶ୍ମୀରରେ ହେବ ଖେଲୋ ଇଣ୍ଡିଆ ୱିଣ୍ଟର ଗେମ - କ୍ରୀଡାକ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା 2020 ପରେ ମାର୍ଚ୍ଚ 7ରୁ ଆରମ୍ଭ ହେବ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା 2020 । ଜମ୍ମୁ କାଶ୍ମୀରର ଗୁଲମାର୍ଗ ଠାରେ ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଖେଳାଯିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ ।

Khelo India Winter Games 2020
ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା
author img

By

Published : Mar 1, 2020, 9:53 PM IST

ଭୁବନେଶ୍ବର: ଶେଷ ହୋଇଛି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା 2020 । ତେବେ ମାର୍ଚ୍ଚ 7ରୁ ଆରମ୍ଭ ହେବ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା 2020 । ଜମ୍ମୁ କାଶ୍ମୀରର ଗୁଲମାର୍ଗ ଠାରେ ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଖେଳାଯିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ । ଏହି ପ୍ରତିଯୋଗିତାରେ ଦେଶରୁ ପ୍ରାୟ 2000 କ୍ରୀଡାବିତ ଅଂଶଗ୍ରହଣ କରିବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ସ୍ଥାନୀୟ କିଟ ୟୁନିଭରସିଟିରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ଉଦଯାପନୀ ଉତ୍ସବରେ ଅନ୍ୟତମ ଅତିଥିଭାବେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ । ଓଡିଶାର ଆୟୋଜନକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଭାରତ ସରକାରଙ୍କ ଯେଉଁ ଲକ୍ଷ ରହି ଥିଲା ତାହା ଖେଲୋ ଇଣ୍ଡିଆ ଗେମ ମାଧ୍ୟମରେ ପୁରାହେବାକୁ ଯାଉଥିବା ସେ କହିଛନ୍ତି ।

କ୍ରୀଡାକ୍ଷେତ୍ରରେ ଭାରତ ସରକାର କ୍ରାନ୍ତିକାରୀ ପରିବର୍ତ୍ତନ ପରିବର୍ତ୍ତନ କରିଛନ୍ତି । ଆସନ୍ତା 2028 ସୁଧା ଭାରତ ଅଲମ୍ପିକ୍ସର ଶ୍ରେଷ୍ଠ 10 ମେଡାଲ ହାସଲକାରୀ ଦେଶ ମଧ୍ୟରେ ରହିବା ନେଇ ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଦ୍ବାରା ସବୁ ବର୍ଗର ଲୋକଙ୍କୁ ଖେଳିବାର ସୁଯୋଗ ଦେବା ସହ କ୍ରୀଡା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ ଆଶାବ୍ୟକ୍ତ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.