ETV Bharat / sports

FIH Pro League: ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଜର୍ମାନୀ - ଏଫଆଇଏଚ ପ୍ରୋ ଲିଗ

ଏଫଆଇଏଚ ପ୍ରୋ ଲିଗର ପ୍ରଥମ ମ୍ୟାଚରେ ଭାରତକୁ ଭେଟିବ ଜର୍ମାନୀ । ସନ୍ଧ୍ୟା 7ଟା ସମୟରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ ମ୍ୟାଚ । ଅଧିକ ପଢନ୍ତୁ

Hockey Pro League LIVE Updates
Hockey Pro League LIVE Updates
author img

By

Published : Mar 10, 2023, 7:55 AM IST

ରାଉରକେଲା: ଆଜି ଠାରୁ ଆରମ୍ଭ ହେବ ଏଫଆଇଏଚ ପ୍ରୋ ଲିଗ । ପ୍ରଥମ ମ୍ୟାଚରେ ବିଶ୍ବ ଚମ୍ପିଆନ ଜର୍ମାନୀକୁ ଭେଟିବ ଭାରତ । ନୂଆ ପ୍ରଶିକ୍ଷକ କ୍ରେଗ ଫଉଲଟନଙ୍କ ତତ୍ତ୍ବାବଧାନରେ ପଡିଆକୁ ଓହ୍ଳାଇବ ଟିମ ଇଣ୍ଡିଆ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରୋ ଲିଗ୍‌ର ପ୍ରଥମ ମ୍ୟାଚରେ ଜର୍ମାନୀ ସହ କଡା ମୁକାବିଲା କରିବାକୁ ନୂଆ ରଣନୀତି ସହିତ ମୈଦାନକୁ ଓହ୍ଲାଇବା ନେଇ ନିଜକୁ ପୁରା ପ୍ରସ୍ତୁତ କରିଛନ୍ତି ଭାରତୀୟ ଦଳର ଖେଳାଳୀ । ସନ୍ଧ୍ୟା 7ଟା ସମୟରେ ଆରମ୍ଭ ଏହି ହାଇ ଭୋଲଟେଜ ମ୍ୟାଚ ।

ତେବେ ପ୍ରୋ ଲିଗରେ ଜର୍ମାନୀ, ଅଷ୍ଟ୍ରେଲିୟା ଓ ଭାରତ ମଧ୍ୟରେ ମୋଟ 6ଟି ମ୍ୟାଚ ହେବ । ପରସ୍ପର ବିରୋଧରେ 2ଟି ଲେଖାଏଁ ମ୍ୟାଚ ଖେଳିବେ । ପ୍ରଥମ ମ୍ୟାଚରେ ଜର୍ମାନୀ ଓ ଭାରତ ମଧ୍ୟରେ ମୁକାବିଲା ହେବ। ଆଜି ବିର୍ସାମୁଣ୍ଡା ଷ୍ଟାଡିୟମରେ ପ୍ରୋ ଲିଗକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବିଶ୍ବକପରେ ଭାରତର ପ୍ରଦର୍ଶନ ଏତେଟା ଭଲ ନଥିବାରୁ ପ୍ରୋ ଲିଗରେ ବିଜୟୀ ହେବା ଲକ୍ଷ୍ୟ ରଖି ପଡିଆକୁ ଓହ୍ଳାଇବ । ହକି ବିଶ୍ବକପର ମଜା ଉଠାଇବା ପରେ ଏବେ ପ୍ରୋ ଲିଗ ମ୍ୟାଚ ଦେଖିବାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ହକି ପ୍ରେମୀ ।

''ମ୍ୟାଚ ପୂର୍ବରୁ ଗତକାଲି ଭାରତୀୟ ହକି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ମ୍ୟାଚ ନେଇ ଖୁସିଥିବା କହିଥିଲେ ହକି ଦଳର କ୍ୟାପଟେନ ହରମନ ପ୍ରୀତ ସିଂ ଓ ଉପ ଅଧିନାୟକ ହାର୍ଦ୍ଦିକ ସିଂ। ଏଥିସହ ବିଶ୍ବକପରେ କରିଥିବା ଭୁଲକୁ ସୁଧାରିବା ସହ ଆଜିର ମ୍ୟାଚ ଚ୍ୟାଲେଞ୍ଜିଂ ରହିବ ବୋଲି କହିଥିଲେ ଅଧିନାୟକ ହରମନ । ନୂଆ ଷ୍ଟାଡିୟମରେ ନୂଆ ଫର୍ମରେ ଭାରତୀୟ ହକି ଦଳ ବିଶ୍ବକପରେ ଖେଳି ସାରିଛନ୍ତି ତେବେ ବର୍ତ୍ତମାନ ମଧ୍ୟ ସମସ୍ତ ମ୍ୟାଚ ଚ୍ୟାଲେଞ୍ଜ ପୂର୍ଣ୍ଣ ରହିବ । ''

''ଦଳରେ ଏଥର ସମସ୍ତ ଖେଳାଳି ଯୁବକ । ତେଣୁ ଭଲ ପ୍ରଦର୍ଶନ ହେବା ନେଇ ଆଶା କରାଯାଉଛି । ପୂର୍ବ ପ୍ରୋ ଲିଗ ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିଥିଲା । ଯାହା ଆଗକୁ ବଜାୟ ରହିବ ବୋଲି ଚେଷ୍ଟା ଜାରି ରହିବ । ଭଲ ପ୍ରଦର୍ଶନ କରିବା ସହ ନୂଆ ଛାପ ଛାଡିବା ପାଇଁ ଆମେ ଆସିଛୁ । ସମସ୍ତେ ଖେଳାଳୀ ସୁସ୍ଥ ରହି ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିବେ । ବର୍ତ୍ତମାନ ଯାଏ ଭାରତ ହକି ଦଳର କୌଣସି ଖେଳାଳି ଅନ ଫିଟ ନାହାନ୍ତି ବୋଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଅଧିନାୟକ ।'' ଆସନ୍ତା 11 ତାରିଖରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ମୁକାବିଲା ହେବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.