ETV Bharat / sports

Hockey Men’s World Cup 2023: ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ - ପୁରୁଷ ହକି ବିଶ୍ବକପ ୨୦୨୩

ପୁରୁଷ ହକି ବିଶ୍ବକପ ଓଡିଶା ୨୦୨୩ର ଅଫିସିଆଲ ଲୋଗୋ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ହକି ଷ୍ଟାଡିୟମରେ ଏହି ଲୋଗୋ ଉନ୍ମୋଚିତ କରିଛନ୍ତି । ଅଧିକ ପଢନ୍ତୁ

FIH odisha Men's Hockey World Cup 2023 Bhubaneswar - Rourkela logo unveiled
ପୁରୁଷ ହକି ବିଶ୍ବକପ ୨୦୨୩ର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
author img

By

Published : Apr 14, 2022, 7:56 PM IST

Updated : Apr 14, 2022, 8:49 PM IST

ଭୁବନେଶ୍ବର: ବହୁ ପ୍ରତିକ୍ଷୀତ ପୁରୁଷ ହକି ବିଶ୍ବକପ ଓଡିଶା ୨୦୨୩ର ଅଫିସିଆଲ ଲୋଗୋ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ହକି ଷ୍ଟାଡିୟମରେ ଏହି ଲୋଗୋ ଉନ୍ମୋଚିତ କରିଛନ୍ତି । ଲୋଗୋ ଉନ୍ମୋଚନ ସମୟରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଓ ଓଡିଶା ସରକାରଙ୍କ କ୍ରୀଡା ବିଭାଗ ସଚିବ ଭିନିଲ କ୍ରୀଷ୍ଣା ଉପସ୍ଥିତ ରହିଥିଲେ ।

Hockey Men’s World Cup 2023: ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

୧୩ ଜାନୁଆରୀ ୨୦୨୩ ରୁ ୨୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଓଡିଶାରେ ଖେଳାଯିବ ଏହି ବିଶ୍ଵକପ ଟୁର୍ଣ୍ଣାମେଣ୍ଟ। ଉଭୟ କଳିଙ୍ଗ ହକି ଷ୍ଟାଡିୟମ୍ ଭୁବନେଶ୍ବର ଓ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ଷ୍ଟାଡିୟମ ରାଉରକେଲାରେ ଖେଳାଯିବ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ । ଏହି ମେଗା ଇଭେଣ୍ଟର ଗତ ସଂସ୍କରଣ ୨୦୧୮ରେ ସଫଳତାର ସହିତ ଆୟୋଜନ କରିବା ପରେ, ଓଡିଶା ପୁଣି ୨୦୨୩ ସଂସ୍କରଣ ବିଶ୍ବକପର ଆୟୋଜକ ରହିଛି ।

ଅଗଷ୍ଟ ସୁଦ୍ଧା ରାଉରକେଲାରେ ତିଆରି ହେଉଥିବା ଷ୍ଟାଡିୟମ୍ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବାନେଇ ଆଶା ରହିଥିବା କହିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ସେହିପରି ହକି ବିଶ୍ବକପକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି ଓ ଷ୍ଟାଡିୟମରେ ବସି ମ୍ୟାଚ୍‌ର ମଜା ଉଠାଇବାକୁ ଚାହାନ୍ତି । ଫଳରେ କୋଭିଡ ସ୍ଥିତିରେ ସୁଧାର ଆସିଥିବ ଓ ୨୦୨୩ରେ ବିନା କୌଣସି ପ୍ରତିବନ୍ଧକରେ ହକି ପ୍ରେମୀ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମକୁ ଆସିପାରିବେ ବୋଲି ଆଶାବାଦୀ ଥିବା କହିଛନ୍ତି ହକି କିମ୍ବଦନ୍ତୀ ଦିଲୀପ ତିର୍କୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Apr 14, 2022, 8:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.