ଦୋହା: ଫିଫା ବିଶ୍ବକପ କ୍ବାର୍ଟରରେ ପ୍ରବେଶ କରିଛି ପର୍ତ୍ତୁଗାଲ । ଧମାକାଦାର ପ୍ରଦର୍ଶନ କରି 16 ବର୍ଷ ପରେ ଫିଫା ବିଶ୍ବକପ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଦଳ । ସ୍ବିଜରଲାଣ୍ଡକୁ 6-1 ଗୋଲରେ ପରାସ୍ତ କରି ଏକ ବୃହତ ବିଜୟ ହାସଲ କରିଛି ପର୍ତ୍ତୁଗାଲ । କ୍ବାର୍ଟର ଫାଇନାଲ ମୁକାବିଲାରେ ମରକ୍କୋକୁ ଭେଟିବ ପର୍ତ୍ତୁଗାଲ । ମରକ୍କୋ ସ୍ପେନକୁ ହରାଇ କ୍ବାର୍ଟରରେ ପ୍ରବେଶ କରିଛି ।
-
A perfect night for Portugal!
— FIFA World Cup (@FIFAWorldCup) December 6, 2022 " class="align-text-top noRightClick twitterSection" data="
The Round of 16 comes to a close. It's time for the Quarter-Finals 👀 #FIFAWorldCup | @adidasfootball
">A perfect night for Portugal!
— FIFA World Cup (@FIFAWorldCup) December 6, 2022
The Round of 16 comes to a close. It's time for the Quarter-Finals 👀 #FIFAWorldCup | @adidasfootballA perfect night for Portugal!
— FIFA World Cup (@FIFAWorldCup) December 6, 2022
The Round of 16 comes to a close. It's time for the Quarter-Finals 👀 #FIFAWorldCup | @adidasfootball
ଏହି ମୁକାବିଲାରେ ପର୍ତ୍ତୁଗାଲ ତାର ପ୍ରଭାବ ବିସ୍ତାର କରିଥିଲା । କ୍ରିଷ୍ଟିଆନୋ ରୋନାଲ୍ଡୋ ଏକାଦଶରେ ସ୍ଥାନ ପାଇ ନଥିଲେ ବି ଏହା ଦଳକୁ ପ୍ରଭାବିତ କରିନଥିଲା । ରୋନାଲ୍ଡୋଙ୍କ ସ୍ଥାନରେ ଗୋନକାଲୋ ରାମୋସଙ୍କୁ ସ୍ଥାନ ମିଳିଥିଲା । 17 ତମ ମିନିଟରେ ପର୍ତ୍ତୁଗାଲ ଗୋଲ ଖାତା ଖୋଲିଥିଲା । ପ୍ରଥମ ମ୍ୟାଚ ଖେଳୁଥିବା ରାମୋସ ସାଥୀ ଖେଳାଳି ଜୋଆଓ ଫେଲିକ୍ସଙ୍କଠୁ ଏକ ପାସ ପାଇ ଗୋଲ କରିଥିଲେ । ସ୍ବିଜରଲାଣ୍ଡ ମ୍ୟାଚକୁ ଫେରିବାକୁ ପ୍ରୟାସ କରିଥିଲା । ମାତ୍ର ପର୍ତ୍ତୁଗାଲ ଆକ୍ରମଣରେ ଧରାଶାୟୀ ହୋଇଥିଲା ସ୍ବିଜରଲାଣ୍ଡ । 33ତମ ମିନିଟରେ ପର୍ତ୍ତୁଗାଲ ଦ୍ବିତୀୟ ଗୋଲ କରିଥିଲା । ପେପେ ଏହି ଗୋଲ କରି ଦଳକୁ 2-0ରେ ଆଗୁଆ କରିଥିଲେ । ଦ୍ବିତୀୟାର୍ଦ୍ଧ ଆରମ୍ଭ ହେବା ମାତ୍ର ପର୍ତ୍ତୁଗାଲ ତୃତୀୟ ଗୋଲ କରିଥିଲା । ଦଳ ପକ୍ଷରୁ ରାମୋସ 51ତମ ମିନିଟରେ ଏହି ଗୋଲ କରିଥିଲେ । ପଦାର୍ପଣ ମ୍ୟାଚରେ ଏହା ତାଙ୍କ ଦ୍ବିତୀୟ ଗୋଲ ଥିଲା । ପରେ ଆଉ ଏକ ଗୋଲ କରିଥିଲା ଦଳ । ରାଫେଲ ଗୁରେରୋ ଏହି ଗୋଲ କରି ଦଳକୁ 4-0ରେ ଆଗୁଆ କରିଥିଲେ ।
ଏହା ବି ପଢନ୍ତୁ...FIFA World Cup: ଅଲଗା ଅଲଗା ଦଳରୁ ଖେଳୁଛନ୍ତି ଦୁଇ ଭାଇ, ସାନ ଭାଇକୁ ଟିପ୍ସ ଦେଲେ ବଡ ଭାଇ
ସ୍ବିଜରଲାଣ୍ଡ ଗୋଟିଏ ଗୋଲ କରିବାକୁ ସଫଳ ହୋଇଥିଲା । 58ତମ ମିନିଟରେ ମାନୁଏଲ ଏକ ଗୋଲ କରି ଆଶା ଉଜ୍ଜୀବିତ କରିଥିଲେ । ଦ୍ବିତୀୟ ଗୋଲ ପାଇଁ ଦଳ ପ୍ରସ୍ତୁତ ହେଉଥିବାବେଳେ 67ମିନିଟରେ ପର୍ତ୍ତୁଗାଲ ଆଉ ଏକ ଗୋଲ କରିଥିଲା । ରାମୋସ ଏହି ଗୋଲ କରି ହାଟ୍ରିକ ଅର୍ଜନ କରିଥିଲେ । ମ୍ୟାଚକୁ ଫେରିବା ସ୍ବିଜରଲାଣ୍ଡ ପାଇଁ କାଠିକର ପାଠ ହୋଇଥିଲା । 92 ତମ ମିନିଟରେ ପର୍ତ୍ତୁଗାଲ ଷଷ୍ଠ ଗୋଲ କରି ବିଜୟ ହାସଲ କରିଥିଲା । କ୍ବାର୍ଟରରେ ମରକ୍କୋକୁ ଭେଟିବ ପର୍ତ୍ତୁଗାଲ । ସ୍ପେନକୁ ପେନାଲ୍ଚିରେ 3-0ରେ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଛି ମରକ୍କୋ ।