ETV Bharat / sports

FIFA World Cup: ଆଜି ଦ୍ବିତୀୟ ସେମି ଫାଇନାଲ, ମୁହାଁମୁହିଁ ହେବେ ମରକ୍କୋ-ଫ୍ରାନ୍ସ - ଫିଫା ବିଶ୍ବକପ

କତାର ଫିଫା ବିଶ୍ବକପରେ ଆଜି ଦ୍ବିତୀୟ ସେମିଫାଇନାଲ ମୁକାବିଲା ଖେଳାଯିବ । ଏଥିରେ ମରକ୍କୋ ଓ ଫ୍ରାନ୍ସ ମଧ୍ୟରେ ହେବ ଟକ୍କର । ଅଧିକ ପଢନ୍ତୁ

FIFA World Cup
ଆଜି ଦ୍ବିତୀୟ ସେମି ଫାଇନାଲ, ମୁହାଁମୁହିଁ ହେଲେ ମରକ୍କୋ-ଫ୍ରାନ୍ସ
author img

By

Published : Dec 14, 2022, 1:43 PM IST

ଦୋହା: ଚଳିତ କତାର ଫିଫା ବିଶ୍ବକପରେ ଆଜି ଦ୍ବିତୀୟ ସେମିଫାଇନାଲ ମୁକାବିଲା ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଓ ମରକ୍କୋ ପରସ୍ପରକୁ ଭେଟିବେ । ଇତିହାସ ରଚିବାକୁ ସେମିଫାଇନାଲ ଜିତିବାକୁ ପ୍ରୟାସ କରିବେ ଦୁଇଦଳ । ତେବେ ଜାଣନ୍ତୁ କିପରି କରିଛନ୍ତି ପ୍ରସ୍ତୁତି ।

ଗୋଟିଏ ପଟେ ଫ୍ରାନ୍ସ 2018 ଫାଇନାଲରେ ପ୍ରବେଶ କରିଥିବା ଫ୍ରାନ୍ସ ଲଗାତାର ଦ୍ବିତୀୟ ଥର ଫିଫା ଟ୍ରଫି ଜିତିବା ଜୋସରେ ପ୍ରସ୍ତୁତି କରିଛି । ସେପଟେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରି ପ୍ରଥମ ଦକ୍ଷିଣ ଆଫ୍ରିକୀୟ ଦେଶ ଭାବେ ମରକ୍କୋ ଇତିହାସ ରଚିଛି । ଫ୍ରାନ୍ସ ସପ୍ତମ ଥର ପାଇଁ ସେମିଫାଇନାଲ ଖେଳୁଛି । 1958, 1982 ଓ 1986ରେ ବିଶ୍ବକପ ସେମିଫାଇନାଲରେ ଫ୍ରାନ୍ସ ପରାସ୍ତ ହୋଇଥିଲା । 1998, 2006 ଓ 2018 ବିଶ୍ବକପ ସେମି ଫାଇନାଲରେ ଦଳ ବିଜୟୀ ହୋଇଥିଲା । 1998 ଓ 2018 ବିଶ୍ବକପରେ ଦଳ ଚମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ଏବେ ଯାଏ ଫ୍ରାନ୍ସ 3 ଥର ଫାଇନାଲ ପ୍ରବେଶ କରିଛି । ଯଦି ଏଥର ଫ୍ରାନ୍ସ ଟ୍ରଫି ଜିତିବାରେ ସଫଳ ହେଉଛି ତେବେ ବ୍ରାଜିଲର ରେକର୍ଡ ସମ ହେବ।

ଶେଷଥର ପାଇଁ ବ୍ରାଜିଲ ଲଗାତାର 1958 ଓ 1962ରେ 2ଥର ବିଶ୍ବକପ ବିଜେତା ହୋଇଥିଲା । ବିଶ୍ବକପରେ ଫ୍ରାନ୍ସ ଓ ମରକ୍କୋ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିବାକୁ ଯାଉଛନ୍ତି । ଦଳର ସମସ୍ତ ଖେଳାଳି ଫୁଲ ଫର୍ମରେ ରହିଛନ୍ତି ।

ଏହା ବି ପଢନ୍ତୁ....INDIA vs BAN 1st Test: ଟସ୍ ଜିତି ବ୍ୟାଟିଂ କରୁଛି ଭାରତ

ସେପଟେ ପ୍ରଥମ ଥର ପାଇଁ ସେମିରେ ସ୍ଥାନ ପକ୍କା କରିଥିବା ମରକ୍କୋ ଫ୍ରାନ୍ସ ବିପକ୍ଷରେ କଡା ସମରସଜ୍ଜା କରିଛି । ଦଳରେ ଆହତ ସମସ୍ୟା ରହିଛି ତଥାପି ଦଳ ଲଢେଇ ପାଇଁ ପ୍ରସ୍ତୁତ ରହିଛି । ଅଧିନାୟକ ରୋମେନ ସାଇସ ପର୍ତ୍ତୁଗାଲ ବିପକ୍ଷ କ୍ବାର୍ଟର ମୁକାବିଲାରେ ଆହତ ହୋଇଥିଲେ । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ଫ୍ରାନ୍ସ 3ଟି ଜିତିଥିବାବେଳେ 2ଟି ମ୍ୟାଚ ଡ୍ର ରହିଥିଲା । ପର୍ତ୍ତୁଗାଲକୁ ହରାଇ ଦଳ ସେମିରେ ପ୍ରବେଶ କରିଥିଲା । ଆଗକୁ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିବାକୁ ପ୍ରୟାସ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.