ହାଇଦ୍ରାବାଦ : ଲୋକପ୍ରିୟ ଖେଳାଳି ରୋନାଲ୍ଡଙ୍କ ଦଳ ପର୍ତ୍ତୁଗାଲର ଫିଫା ବିଶ୍ବକପ ସ୍ବପ୍ନ ଚୂରମାର ହୋଇଛି । ବିଶ୍ବକପ ମିଶନରେ ଅଧାରୁ ଫେଲ୍ ମାରିବା ପରେ ଦଳର କୋଚ୍ ନିଜ ପଦରୁ ଓହରି ଯାଇଛନ୍ତି । ପର୍ତ୍ତୁଗାଲ ଫୁଟବଲ ଟିମର କୋଚ୍ ଫର୍ଣ୍ଣାଡୋ ସୈଣ୍ଟୋସ୍ ( Fernando Santos ) ନିଜ ପଦ ଛାଡିଦେଇଛନ୍ତି । କ୍ବାର୍ଟର ଫାଇନାଲରେ ହିଁ ପର୍ତ୍ତୁଗାଲ ବିଶ୍ବକପ ୨୦୨୨ରେ ଯାତ୍ରା ସମାପ୍ତ ହୋଇଥିଲା । ତେବେ ଦଳ କ୍ବା୪ଟର ଫାଇନାଲରେ ବିଦା ହେବେ ପରେ କୋଚ୍ ଫର୍ଣ୍ଣାଡୋ ସୈଣ୍ଟୋସ୍ ଏହି ନିଷ୍ପତ୍ତି ନେଇଥିଲେ ।
-
Momentos 𝗛𝗶𝘀𝘁𝗼́𝗿𝗶𝗰𝗼𝘀. 📸🎞 Thanks for the memories, Fernando Santos. 👏👏#VesteABandeira #WearTheFlag pic.twitter.com/U8eIMvmUaa
— Portugal (@selecaoportugal) December 15, 2022 " class="align-text-top noRightClick twitterSection" data="
">Momentos 𝗛𝗶𝘀𝘁𝗼́𝗿𝗶𝗰𝗼𝘀. 📸🎞 Thanks for the memories, Fernando Santos. 👏👏#VesteABandeira #WearTheFlag pic.twitter.com/U8eIMvmUaa
— Portugal (@selecaoportugal) December 15, 2022Momentos 𝗛𝗶𝘀𝘁𝗼́𝗿𝗶𝗰𝗼𝘀. 📸🎞 Thanks for the memories, Fernando Santos. 👏👏#VesteABandeira #WearTheFlag pic.twitter.com/U8eIMvmUaa
— Portugal (@selecaoportugal) December 15, 2022
ଅନ୍ତିମ ପର୍ଯ୍ୟାୟପେ ପହଁଞ୍ଚିଛି ଫିଫା ବିଶ୍ବକପ ୨୦୨୨ । ଫାଇନାଲ ଲଢେଇ ପାଇଁ ଉଭୟ ଫ୍ରାନ୍ସ ଓ ଆର୍ଜେଣ୍ଟିନା ପ୍ରସ୍ତୁତ ରହିଛନ୍ତି । ଚଳିତ ବିଶ୍ବକପରେ ଛୋଟ ଛୋଟ ଫୁଟବଲ ଦଳଗୁଡିକର ରାଜୁତି ଦେଖିବାକୁ ମିଳିଥିଲା । ବଡ ଦଳଗୁଡିକୁ ପରାସ୍ତ କରି ବିପର୍ଯ୍ୟୟ ଘଟାଇଥିଲେ ସେମାନେ । ସେହିପରି ଅପେକ୍ଷାକୃତ କମ ଦୁର୍ବଳ ମରକ୍କୋ କ୍ବାର୍ଟର ଫାଇାଲରେ ପର୍ତ୍ତୁଗାଲକୁ ପରାସ୍ତ କରି ସେମିରେ ପ୍ରବେଶ କରିବା ସମସ୍ତଙ୍କୁ ଚକିତ କରିଥିଲା । ସବୁଠୁ ବଡ କଥା ହେଲା କ୍ବାର୍ଟର ଫାଇନାଲ ଭଲି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ରୋନାଲ୍ଡ ଭଳି ଅଭିଜ୍ଞ ଖେଳାଳିଙ୍କୁ ବ୍ୟାଞ୍ଚରେ ବସିବାକୁ ପଡିଥିଲା । ଯାହା ମ୍ୟାଚ୍ ହାରିବାର କାରଣ ବୋଲି ଦଳରେ ସମାଲୋଚନା ହୋଇଥିଲା । ଯାହା କିଛି ଲୋକ କୋଚଙ୍କ ଇସ୍ତଫା ଦାବି କରିଥିଲେ । ଏହା ଘଟଣା ପରେ ପର୍ତ୍ତୁଗାଲ ଫୁଟବଲ ଟିମର କୋଚ୍ ଫର୍ଣ୍ଣାଡୋ ସୈଣ୍ଟୋସ୍ ଗୁରୁବାର ପ୍ରଶିକ୍ଷକ ପଦ ଛାଡିଥିଲେ ।
-
𝗢𝗯𝗿𝗶𝗴𝗮𝗱𝗼 por tudo, Mister Fernando Santos. 🤝 #VesteABandeira pic.twitter.com/L20QjwfQve
— Portugal (@selecaoportugal) December 15, 2022 " class="align-text-top noRightClick twitterSection" data="
">𝗢𝗯𝗿𝗶𝗴𝗮𝗱𝗼 por tudo, Mister Fernando Santos. 🤝 #VesteABandeira pic.twitter.com/L20QjwfQve
— Portugal (@selecaoportugal) December 15, 2022𝗢𝗯𝗿𝗶𝗴𝗮𝗱𝗼 por tudo, Mister Fernando Santos. 🤝 #VesteABandeira pic.twitter.com/L20QjwfQve
— Portugal (@selecaoportugal) December 15, 2022
ସେପଟେ ପର୍ତ୍ତୁଗାଲ ଫୁଟବଲ ଟିମର ପ୍ରଶିକ୍ଷକ ପଦ ଏବେ ଖାଲି ପଡିଥିବା ବେଳେ ଜୋସ୍ ମୋରିହ୍ନୋ କୋଚ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି । ଖ୍ୟାତନାମା ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡଙ୍କର ଏହା ଥିଲା ଶେଷ ବିଶ୍ବକପ । ସେ ଫିଫା ବିଶ୍ବକପ ୨୦୨୨ ବିଜେତା ଦଳର ସଦସ୍ୟ ହେବାକୁ ଆଶା ରଖିଥିଲେ । ହେଲେ ତାଙ୍କର ଆଶା ଆଶାରେ ରହିଯାଇଛି । ସେପଟେ ଫିଫା ବିଶ୍ବକପ ଫାଇନାଲ ମୁକାବିଲା ପାଇଁ ଲାଇନ ଅଫ୍ ଚୂଡାନ୍ତ ହୋଇସାରିଛି । ଡିସେମ୍ବର 18 ତାରିଖରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଟ୍ରଫି ଟକ୍କର ହେବ । ଫିଫା ବିଶ୍ବକପରେ ତୃତୀୟ ସ୍ଥାନ ପାଇଁ କ୍ରୋଏସିଆ ଓ ମରକ୍କୋ ମଧ୍ୟରେ ମୁକାବିଲା ହେବ ।