ଭୁବନେଶ୍ବର: ପ୍ରଥମ ମ୍ୟାଚ୍ରେ ୦-୮ରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମର ଆତ୍ମବିଶ୍ବାସକୁ ଲାଗିଛି ଶକ୍ତ ଧକ୍କା । ଶୁକ୍ରବାର (ଅକ୍ଟୋବର ୧୪)FIFA ୧୭ ବର୍ଷରୁ କମ ମହିଳା ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ମ୍ୟାଚ୍ ଖେଳିବ ଭାରତୀୟ ଟିମ । ଦ୍ବିତୀୟ ମ୍ୟାଚ୍ରେ ଭାରତ ସାମ୍ନାରେ ରହିଛି ମରକ୍କୋ । ଟୁର୍ଣ୍ଣାମେଣ୍ଟରେ ସୁରକ୍ଷିତ ରହିବାକୁ ହେଲେ ଏହି ମ୍ୟାଚ୍ରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛି ଟିମ ଇଣ୍ଡିଆ । କାରଣ ନିଜ ଗ୍ରୁପରେ ଶେଷ ସ୍ଥାନରେ ଥିବା ଆୟୋଜକ ୱମେନ ଇନ୍ ବ୍ଲୁ, ଦ୍ବିତୀୟ ମ୍ୟାଚ୍ରେ ପରାସ୍ତ ହେଲେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ସମ୍ଭାବନା ଅଧିକ ରହିବ ।
![FIFA Women's U-17 WC: India look to salvage pride against Morocco](https://etvbharatimages.akamaized.net/etvbharat/prod-images/16636038_coach.jpg)
ତେବେ ଭାରତ ପାଇଁ ମରକ୍କୋ ଚ୍ୟାଲେଞ୍ଜ ମଧ୍ୟ ବିଲକୁଲ ସହଜ ହେବନାହିଁ । ଆଫ୍ରିକୀୟ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ବୟସ ବର୍ଗର ମ୍ୟାଚ୍ରେ ଦମଦାର ପ୍ରଦର୍ଶନ ଦେଖାଇଥିଲେ ମରକ୍କୋ ଖେଳାଳି । ଏଥିସହ ସୁଟଆଉଟ୍ରେ ଘାନାକୁ ମଧ୍ୟ ହରାଇଥିଲେ । ଅନ୍ୟପଟେ ଭାରତୀୟ ଟିମ ଟୁର୍ଣ୍ଣାମେଣ୍ଟର ଆୟୋଜକ ଭାବେ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି । ବାସ୍ତବିକ ଭାରତୀୟ ଖେଳାଳିଙ୍କ ଠାରୁ ଶାରୀରିକ ଓ କୌଶଳ ଆଧାରରେ ବହୁତ ଶକ୍ତିଶାଳୀ ଆମେରୀକୀୟ ଟିମ । ତଥାପି ପୂର୍ବ ପରାଜୟରୁ ଭୁଲି ମରୋକ୍କୋ ବିପକ୍ଷରେ ଭଲ ପ୍ରଦର୍ଶନ ପାଇଁ ଆଶାବାଦୀ ରହିଛି ଘରୋଇ ଟିମ ।
Also read: U-17 Football WC: ଆସ୍ତମ କହିଲେ ନିଶ୍ଚୟ ଉଦୟ ହେବ ବିଜୟର ନୂଆ ସୂର୍ଯ୍ୟ
ଭାରତୀୟ ଟିମର ମୁଖ୍ୟ କୋଚ୍ ଥୋମାସ ଡେନର୍ବେ କହିଛନ୍ତି, "ଆସନ୍ତାକାଲି ମରକ୍କୋ ବିପକ୍ଷରେ ଆମ ପାଖରେ ଭଲ ସୁଯୋଗ ରହିଛି । ଯଦି ଆମେ ସଠିକ୍ ପ୍ରଦର୍ଶନ କରିପାରିଲୁ, କିଛି ପଏଣ୍ଟ ନିଶ୍ଚୟ ହାସଲ କରିପାରିବୁ । ଅନ୍ୟ କୌଣସି ବିକଳ୍ପ ନଥିବାରୁ ଆମକୁ ନିର୍ଣ୍ଣାୟକ ଲଢେଇ ଲଢିବାକୁ ହେବ । ସଠିକ୍ ସମୟରେ ଉପଯୁକ୍ତ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । USA ବିପକ୍ଷ ମ୍ୟାଚ୍ରେ ଏହା ଆମର ବଡ ସମସ୍ୟା ହୋଇଥିଲା । ସମସ୍ତ ଖେଳାଳି ଶତ ପ୍ରତିଶତ ପ୍ରଦର୍ଶନ କରିବାକୁ ହେବ ।"
![FIFA Women's U-17 WC: India look to salvage pride against Morocco](https://etvbharatimages.akamaized.net/etvbharat/prod-images/16636038_india-players.jpg)
ମରକ୍କୋ ମଧ୍ୟ ବ୍ରାଜିଲ ଠାରୁ ଗ୍ରୁପ ଏର ପ୍ରଥମ ମ୍ୟାଚ୍ରେ ୧-୦ରେ ପରାସ୍ତ ହୋଇଛି । ଫଳରେ ମରକ୍କୋ କିମ୍ବା ଭାରତ ଏଯାବତ କୌଣସି ପଏଣ୍ଟ ହାସଲ କରିବାରେ ସଫଳ ହୋଇନାହାନ୍ତି । ବଡ ବ୍ୟବଧାନରେ ପରାଜୟ କାରଣରୁ ଭାରତ ପଏଣ୍ଟ ଟେବୁଲର ଶେଷରେ ରହିଛି । ତେବେ ଏକମାତ୍ର ବିଜୟ ହିଁ କେବଳ ଭାରତ ପାଇଁ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାକୁ ସାହାଯ୍ୟ କରିପାରିବ ।
ଭାରତୀୟ କୋଚ୍ କହିଛନ୍ତି, "ମରକ୍କୋ ଏକ ଶକ୍ତିଶାଳୀ ଟିମ, ଡିଫେଣ୍ଡରେ ଅଧିକ ଦକ୍ଷ ମଧ୍ୟ । ଟେକ୍ନିକାଲି ସେମାନେ ଅଧିକ ଦକ୍ଷ ଓ ବଲ୍ ପାସିଂରେ ସିଦ୍ଧହସ୍ତ । ସେମାନଙ୍କର ସ୍ପିଡ୍ ମଧ୍ୟ ପ୍ରଶଂସନୀୟ । ବ୍ରାଜିଲ ବିପକ୍ଷ ମ୍ୟାଚ୍ରେ ପଡିଆରେ ମରକ୍କୋ ଖେଳାଳିଙ୍କ ପ୍ରଦର୍ଶନ ଦେଖିଛୁ । ତାଙ୍କ ବିପକ୍ଷରେ ଗୋଲ୍ କରିବା ସହଜ ହେବନାହିଁ । ମାତ୍ର ଆମ ପାଇଁ ଗୋଟିଏ ମାତ୍ର ବିକଳ୍ପ ଉପଲବ୍ଧ ରହିଛି । ବିଜୟ ନଚେତ୍ ଟୁର୍ଣ୍ଣାମେଣ୍ଟରୁ ବାହାର । ସମସ୍ତ ଖେଳାଳି ଚାପମୁକ୍ତ ଭାବେ ଖେଳିବା ଉଚିତ୍ ମ୍ୟାଚ୍ରେ ପ୍ରତ୍ୟେକ ସୁଯୋଗର ଫାଇଦା ଉଠାଇବାକୁ ସଫଳ ପ୍ରୟାସ ହେବା ଉଚିତ୍ ।"
![FIFA Women's U-17 WC: India look to salvage pride against Morocco](https://etvbharatimages.akamaized.net/etvbharat/prod-images/16636038_ind.jpg)
Also read:FIFA U-17 Womens World Cup: ଭାରତକୁ 8-0ରେ ପରାସ୍ତ କଲା ଆମେରିକା
ଟିମ:
ଭାରତ: ମୋନାଲିସା ଦେବୀ ମୋଇରଙ୍ଗଥେମ, ମେଲୋଡି ଚାନୁ କୈଶମ, ଅଞ୍ଜଳୀ ମୁଣ୍ଡା, ଆସ୍ତମ ଓରାଅନ, ପୂର୍ଣ୍ଣିମା କୁମାରୀ, ବର୍ଷିକା, ସିଲକି ଦେବୀ ହେମମ, ବାବିନା ଦେବୀ ଲିସାମ, ନିତୁ ଲିଣ୍ଡା, ସୈଲଜା, ଶୁଭାଙ୍ଗୀ ସିଂ, ଅନିତା କୁମାରୀ, ଲିଣ୍ଡା କମ ସେର୍ଟୋ, ନେହା, ରେଜିୟା ଦେବୀ ଲୈସରମ, ଶୈଲିଆ ଦେବୀ ଲକଟଙ୍ଗବମ, କାଜୋଲ ହବର୍ଟ ଡିସୁଜା, ଲାବଣ୍ୟ ଉପାଧ୍ୟୟ, ସୁଦ୍ଧା ଅଙ୍କିତା ତିର୍କୀ ।
![FIFA Women's U-17 WC: India look to salvage pride against Morocco](https://etvbharatimages.akamaized.net/etvbharat/prod-images/16636038_india.jpg)
ମରୋକ୍କୋ: ଡର୍ବଲି ଲୋଉସା, ସେଡ୍ ହେଜର, ବଉସାଟ୍ଟ ଡାନିଆ, ବେନାସଉ ନାଦିଆ, କରମି ହିବା, ଐଚ୍ ଲିନା, ଲାକସିରି କେଞ୍ଜା, ଏଇ ଆସାଉଇ, ମାସନାଉଘ ସମ୍ୟ, ଚେରିଫ ଡିଜିନା, ଏଇ ମଦାନି ଦୋହା, ଟିଟାହ ୱିସାଲ, ମ୍ରାବତି ଡାନିଆ, ତେଇବି କାମିଲିଆ, ଇଲମେଷ୍ଟର ହୌଡା, ମାରମି ଅମିରା, ଜୋହିର ଜସମିନ୍, ବାସିର ଆମ୍ବ୍ରେ, ଏଇ ହାମଜାଉଇ ମିନା, ଏଇଘାଜୌଆନି ଫାତିମା, ଏଇ ହନାଚି ଇମାନ ।