ନୂଆଦିଲ୍ଲୀ: ଓଡ଼ିଶାରେ ହେବ ୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ ବିଶ୍ବକପ । କାରଣ AIFF ଉପରୁ ବାସନ୍ଦାଦେଶ ଉଠାଇଛି FIFA । AIFF ଆଭ୍ୟନ୍ତରୀଣ ମାମଲାରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅଭିଯୋଗରେ FIFA, AIFFକୁ ବାସନ୍ଦାଦେଶ ଦେଇଥିଲା ।
ତେବେ ଭାରତୀୟ ଫୁଟବଲ ସଂଘ ପାଖରେ ପୁନଃ ସମସ୍ତ ନିୟନ୍ତ୍ରଣ ରହିଛି । ତା ସହିତ ପୂର୍ବରୁ ଯେଉଁ କାର୍ଯ୍ୟନିର୍ବାହୀ କମିଟି ଥିଲା ତାହାକୁ ଭଙ୍ଗ କରାଯାଇଛି । ଏହାକୁ ନେଇ FIFAକୁ ଅବଗତ କରାଯିବା ପରେ ଭାରତୀୟ ଫୁଟବଲ ସଂଘ ଉପରୁ ବାସନ୍ଦାଦେଶ ଉଠିଛି ।