ETV Bharat / sports

EXCLUSIVE: ଦୂତୀଙ୍କ ଟାର୍ଗେଟରେ Tokyo, କହିଲେ ରିଓରେ ନଥିଲା ଅଭିଜ୍ଞତା - ଦୂତୀ ଚାନ୍ଦ

ବିଶ୍ବ ମାନ୍ୟତା ଆଧାରରେ ଉଭୟ 100 ଓ 200 ମିଟର ଦୌଡ ପାଇଁ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ ଚାନ୍ଦ । Etv Bharat କୁ EXCLUSIVE ସାକ୍ଷାତକାରରେ ଦୂତୀ ଟୋକିଓ ଅଲମ୍ପିକ୍ସରେ ପଦକ ଲକ୍ଷ୍ୟ ରଖିଥିବା କହିଛନ୍ତି । ଅଧିକ ପଢନ୍ତୁ...

EXCLUSIVE: Lacked experience in Rio, well-prepared now, says Dutee ahead of Tokyo Olympics
EXCLUSIVE: ଟୋକିଓରେ ଦୂତୀଙ୍କ ପଦକ ଲକ୍ଷ୍ୟ, କହିଲେ ରିଓରେ ଥିଲା ଅଭିଜ୍ଞତାର ଅଭାବ
author img

By

Published : Jul 3, 2021, 6:23 PM IST

ହାଇଦ୍ରାବାଦ: ଦୃଢ ଆତ୍ମବିଶ୍ବାସ ଓ ଗୌରବରେ ଭରା ରହିଛି ଦୂତୀଙ୍କ ସ୍ବର । ସେ କହିଛନ୍ତି, "ଅନେକ କଥା ଯାହା ମୁଁ ସେତେବେଳେ ଜାଣିନଥିଲି, ଏବେ ଜାଣିପାରୁଛି ।" ବୁଧବାର, ଓଡିଆ ଧାବିକା ଦୂତୀ ଚାନ୍ଦ, ବିଶ୍ବ ମାନ୍ୟତା ଆଧାରରେ ଆଗାମୀ ଟୋକିଓ ଅଲମ୍ପିକ୍ସର ଉଭୟ 100 ଓ 200 ମିଟର ଦୌଡ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ବ୍ୟକ୍ତିଗତ ବର୍ଗରେ କ୍ରମାଗତ ଅଲମ୍ପିକ୍ସର ଦ୍ବିତୀୟ ସଂସ୍କରଣରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଥିବାରୁ ଗର୍ବିତ ବୋଲି କହିଛନ୍ତି ଦୂତୀ ।

EXCLUSIVE: Lacked experience in Rio, well-prepared now, says Dutee ahead of Tokyo Olympics
ଅଲମ୍ପିକ ପ୍ରସ୍ତୁତି କରୁଛନ୍ତି ଦୂତୀ ଚାନ୍ଦ

ଦୂତୀ କହିଛନ୍ତି, "ଏକମାତ୍ର ଭାରତୀୟ ଆଥଲେଟ ଭାବେ ବିଶ୍ବ ମାନ୍ୟତା ଆଧାରରେ ଉଭୟ 100 ଓ 200 ମିଟର ଦୌଡ ପାଇଁ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଥିବାରୁ ଗର୍ବିତ । 2016 ରିଓ ଅଲମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲି । ଏହା ମୋର ଦ୍ବିତୀୟ ଅଲମ୍ପିକ ଯୋଗ୍ୟତା ହାସଲ, ସେଥିପାଇଁ ବହୁତ ଖୁସି ।"

ଆଥଲେଟ୍‌ ମାନେ ଯାହାସବୁ ସ୍ବପ୍ନ ଦେଖିଥାନ୍ତି, ସମସ୍ତ ଉପଲବ୍ଧି ହାସଲ କରିଛନ୍ତି ସେ । ମାତ୍ର ତାଙ୍କ ଜୀବନ ଓ ଖେଳରେ ଆଦୌ ନଥିଲା ସହଜ ଦୌଡ । ଜଣେ ବୁଣାକାର ପରିବାରରେ ଜନ୍ମ ହେବାଠାରୁ ନେଇ ଦୌଡିବା ପାଇଁ ହଳେ ଅଭ୍ୟାସ ଜୋତା କିଣିବା ପାଇଁ ଅଳଳ୍ପନୀୟ ପରିସ୍ଥିତି ପର୍ଯ୍ୟନ୍ତ ଓ ଲିଙ୍ଗଗତ ପରିଚୟ ବିବାଦ କାରଣରୁ 2014 କମନୱେଲଥ୍ ଖେଳରେ ଭାଗନେବାକୁ ବାରଣ ପର୍ଯ୍ୟନ୍ତ, ଦୂତୀ ସବୁ କିଛି ଆହ୍ବାନକୁ ସାମ୍ନା କରିଛନ୍ତି ।

ତଥାପି ଏଠାରେ ସେ 2021 ରେ ଅଛନ୍ତି, କାରଣ ବ୍ରାହ୍ମଣୀ ନଦୀ ପଠାରେ ସେଦିନ ଅଜଣା ଲକ୍ଷ୍ୟରେ ପିଲାଦିନେ ଅସାବଧାନତାର ସହ ଦୌଡିଥିବା କୁନି ଦୂତୀଙ୍କ ପରି ସେ ନାହାନ୍ତି, କିମ୍ବା ଅନ୍ୟମାନଙ୍କ ପରି ଅଲମ୍ପିକ୍ ବର୍ଷରେ ପ୍ରଶିକ୍ଷଣରେ ବ୍ୟାଘାତ ସୃଷ୍ଟି କରିନାହାନ୍ତି ।

ଭାରତର ସର୍ବଶ୍ରେଷ୍ଠ ଖେଳାଳି ହୋଇଥିବା ଯୋଗୁଁ ପିଟି ଉଷା ବିଶ୍ବରେ ଝଡ ସୃଷ୍ଟି କରିବାପରେ, ବର୍ତ୍ତମାନ ତାଙ୍କ କାନ୍ଧରୁ ଏହି ଭାର ଉଠିଯାଇଛି । ଫଳରେ ତାଙ୍କ ଠାରୁ ଲୋକମାନେ କ'ଣ ଆଶା ରଖନ୍ତି, ଭଲଭାବେ ଜାଣନ୍ତି ଦୂତୀ ।

"ମୁଁ କେବଳ ନିଷ୍ଠାର ସହ କଠିନ ପରିଶ୍ରମ କରିପାରିବି ଓ ଏହା ଜାରି ରଖିଛି ମଧ୍ୟ, ବାକି ସବୁକିଛି ଇଶ୍ବରଙ୍କ ହାତରେ । ଏହା ମୋ ହାତରେ ନୁହେଁ ।" ଫୋନ ମାଧ୍ୟମରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ଇଟିଭି ଭାରତକୁ ଏହା କହିଛନ୍ତି ଦୂତୀ ।

ଯୁବ ବୟସରେ ସେ ସବୁଠୁ ଭଲ ପାଉଥିବା ଖେଳକୁ ସବୁକିଛି ଦେବାପାଇଁ ନିଶ୍ଚିନ୍ତ ଥିଲେ, ଯାହା ତାଙ୍କୁ ବିଶ୍ବର ସବୁଠୁ ବଡ କ୍ରୀଡା ଇଭେଣ୍ଟ ଅଲମ୍ପିକ୍ସକୁ ନେଇଯାଇଛି ।

"ମୁଁ ଭଲ ପ୍ରଦର୍ଶନ ଆଶରେ ରହିଛି । ଯଦି ମୁଁ ଭଲ ପ୍ରଦର୍ଶନ କରେ, ସେମିଫାଇନାଲ ଓ ଫାଇନାଲରେ ପହଞ୍ଚିବାର ସୁଯୋଗ ମିଳିବ । ଦେଶବାସୀ ମୋ ଠାରୁ ସ୍ବର୍ଣ୍ଣ ପଦକ ଆଶା ରଖିଛନ୍ତି ଏହା ଜାଣେ, ସେଥିପାଇଁ ମୁଁ ସର୍ବଶ୍ରେଷ୍ଠ ପ୍ରୟାସ କରିବି । ଯେତେସମ୍ଭବ ସମସ୍ତ ଜୋର ଲଗାଇବି," କହିଛନ୍ତି ଦୂତୀ ।

ସେ କହିଛନ୍ତି, "2020ରେ ଅତ୍ୟନ୍ତ କଠିନ ସମୟ ଥିଲା, ଯେବେ ସରକାର ଲକଡାଉନ ଘୋଷଣା କଲେ । ସବୁକିଛି ବନ୍ଦ ହୋଇଗଲା । ଗୋଟିଏ ମାସ ଘରେ ବସିବାକୁ ପଡିଲା । ତଥାପି ଯାହା ସମ୍ଭବ କରିଛି । ରୁମ୍‌ ଭିତରେ ଅଭ୍ୟାସ କରିଛି । 2021ରେ ଲକଡାଉନ ହଟିବା ପରେ ଜୁନ୍‌ରେ ଅଭ୍ୟାସ ଆରମ୍ଭ କରିଥିଲି ଓ ଫୋକସ କରିଥିଲି । ସରକାର ମଧ୍ୟ ଅଭ୍ୟାସ କରିବାକୁ ମୋ ପାଇଁ କଳିଙ୍ଗ ଷ୍ଟାଡିୟମ ଖୋଲିବାକୁ ଅନୁମତି ଦେଲେ ।"

ଦୂତୀ ଦ୍ବିତୀୟ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବେ । "ଗତ ସଂସ୍କରଣର ଅଲମ୍ପିକ୍ସରେ 'ଅଭିଜ୍ଞତା' ଏଥର କାମରେ ଆସିବ । ରିଓ ଅଲମ୍ପିକ ପରେ ଆତ୍ମବିଶ୍ବାସର ସହ ଏକାଧିକ ଇଭେଣ୍ଟରେ ଦୂତୀ ଅଂଶଗ୍ରହଣ କରିଛନ୍ତି ଓ ମେଗା ଇଭେଣ୍ଟରେ 100 ମିଟର ଦୌଡରେ 11.10 ସେକେଣ୍ଡରେ ପହଞ୍ଚିବା ଦୂତୀଙ୍କ ଲକ୍ଷ୍ୟ ରହିଛି ।

"ରିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବା ସମୟରେ ବିଶେଷ ଅଭିଜ୍ଞତା ନଥିଲା । ବହୁତ ଅନ୍ତର୍ଜାତୀୟ ମ୍ୟାଚ ଖେଳିନଥିଲି ଏହା ପୂର୍ବରୁ କେବଳ ପୁନେରେ ଆୟୋଜିତ ନ୍ୟାସନାଲ ଚମ୍ପିଆନସିପରେ ଭାଗ ନେଇଥିଲି । ବୋଧହୁଏ, ଏହା ରିଓରେ ମୁଁ ସଫଳ ନହେବାର କାରଣ ଥିଲା । ମାତ୍ର ଏଥର ଏସିଆନ ଗେମ୍ସ, ବିଶ୍ବ ଚମ୍ପିଆନସିପ ପରି ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାଗନେଇଛି । ଫଳରେ ବଡ ଟୁର୍ଣ୍ଣାମେଣ୍ଟର ଚାପ ଓ ପ୍ରଦର୍ଶନର ସାମାନ୍ୟ ଅଭିଜ୍ଞତା ଲାଭ କରିଥିବା କହିଛନ୍ତି, 25 ବର୍ଷୀୟା ଭାରତର ଦ୍ରୁତତମ ମହିଳା ଧାବିକା ଦୂତୀ ।"

ଅଲମ୍ପିକ ଯୋଗ୍ୟତା ପାଇଁ ବିଶ୍ବ ମାନ୍ୟତା ଆଧାରରେ 100 ମିଟରରେ 22ଟି ସ୍ଥାନ ଓ 200 ମିଟର ଦୌଡ ଇଭେଣ୍ଟରେ 15ଟି ସ୍ଥାନ ରହିଥିଲା । ଦୂତୀ 100 ମିଟରରେ ବିଶ୍ବ ମାନ୍ୟତାର 44ତମ ସ୍ଥାନ ଓ 200 ମିଟରରେ 51ତମ ସ୍ଥାନରେ ରହି ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

ଯଦି ଜଣେ ଆଥଲେଟ ସିଧାସଳଖ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଦ୍ବାରା ଅଲମ୍ପିକ ଯୋଗ୍ୟତା ହାସଲ କରିବାରୁ ବଞ୍ଚିତ ହୁଏ, ବିଶ୍ବ ଆଥଲେଟିକ୍‌ସ ମାନ୍ୟତା ଯୋଗ୍ୟତା ହାସଲ କରିବାକୁ ବିକଳ୍ପ ହୋଇଥାଏ । ତେବେ ଯୋଗ୍ୟତା ଅର୍ଜନର ସମୟ ଅବଧି ମଧ୍ୟରେ ଶ୍ରେଷ୍ଠ 5ଟି ପ୍ରଦର୍ଶନରେ ହାସଲ କରିଥିବା କରିଥିବା ପଏଣ୍ଟ ଆଧାରରେ ବିଶ୍ବ ମାନ୍ୟତା ସ୍ଥିର କରାଯାଏ ।

60ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍‌ସ ଚମ୍ପିଆନସିପର 100 ମିଟର ମହିଳା ଫାଇନାଲରେ ଦୂତୀ ସିଧାସଳଖ ଅଲମ୍ପିକ ଯୋଗ୍ୟତା ଅର୍ଜନରୁ ବଞ୍ଚିତ ହୋଇଥିଲେ ।

କୋଚ୍‌ ରମେଶ ନାଗାପୁରିଙ୍କ ନେତୃତ୍ବରେ, ଦୂତୀ 6ରୁ 7 ଘଣ୍ଟା ଅଭ୍ୟାସ ଜାରି ରଖିଛନ୍ତି ଓ 10ରୁ 12 ଘଣ୍ଟା କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବରରେ ବିତାଉଛନ୍ତି ।

ଜୁନ 21ରେ ପଟିଆଲାରେ ଆୟୋଜିତ ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ 4ରେ ଦୂତୀ ଐତିହାସିକ ପ୍ରଦର୍ଶନ ସହ 100 ମିଟପର ଦୌଡକୁ ରେକର୍ଡ 11.17 ସେକେଣ୍ଡରେ ଶେଷ କରି ମାତ୍ର 0.02 ସେକେଣ୍ଡ ପାଇଁ ଅଲମ୍ପିକ ଯୋଗ୍ୟତା ଅର୍ଜନରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ।

ପ୍ରସ୍ତୁତି ସମାନ ରହିଛି । କୌଣସି ପରିବର୍ତ୍ତନ ନାହିଁ । ଭଲ ପ୍ରଦର୍ଶନ ନେଇ ଆଶାବାଦୀ ରହିଥିବା କହିଛନ୍ତି ଦୂତୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.