ହାଇଦ୍ରାବାଦ: ଅନ୍ତର୍ଜାତୀୟ ହକି ମହାସଂଘ(International Hockey Federation)ର କାର୍ଯ୍ୟକାରୀ ସଭାପତି ଭାବରେ ସୈଫ ଅହମ୍ମଦଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି । ଏନେଇ ବୁଧବାର ଏଫଆଇଏଚ ତରଫରୁ ଘୋଷଣା କରାଯାଇଛି । ଏଫଆଇଏଚର ସ୍ଥାୟୀ ସଭାପତିର ନିର୍ବାଚନ ଆଗାମୀ ନଭେମ୍ବର ମାସରେ ହେବ ।
ଗତ ସୋମବାର ଦିନ ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ପଦରୁ ନରିନ୍ଦର ବତ୍ରା ଇସ୍ତଫା ଦେଇଥିଲେ । ବତ୍ରାଙ୍କ ଇସ୍ତଫା ପରେ ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ପଦ ଖାଲି ପଡିଥିଲା । ଏଫଆଇଏଚର ବୈଠକ ଅନୁଯାୟୀ କାର୍ଯ୍ୟକାରୀ ସଭାପତି ଭାବରେ ଆଫ୍ରିକା ହକି ମହାସଂଘର ସଭାପତି ସୈଫ ଅହମ୍ମଦଙ୍କୁ ଏଫଆଇଏଚ ସ୍ଥାୟୀ ସଭାପତି ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ବ ନ୍ୟସ୍ତ କରାଯାଇଛି । ଅନ୍ତର୍ଜାତୀୟ ହକି ମହାସଂଘର ସ୍ଥାୟୀ ସଭାପତିର ନିର୍ବାଚନ ଆଗାମୀ ନଭେମ୍ବର ମାସରେ ହେବ ।
ଜୁଲାଇ 18 ତାରିଖରେ ପୂର୍ବତନ ଏଫଆଇଏଚ ସଭାପତି ପଦରୁ ନରିନ୍ଦର ବତ୍ରା ଇସ୍ତଫା ଦେଇଥିଲେ । ସେ ତାଙ୍କ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ । ଏହା ସହିତ ସେ ଭାରତୀୟ ଅଲମ୍ପିକ ସଂଘ(Indian Olympic Association)ର ସଭାପତି ଏହଂ ଅନ୍ତର୍ଜାତୀୟ ଅଲମ୍ପିକ ସମିତି(International Olympic Committee) ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।