ETV Bharat / sports

ଅଲମ୍ପିକରେ ଜଲଓ୍ବା ଦେଖାଇବେ ଓଡ଼ିଆ ଝିଅ

author img

By

Published : Jun 30, 2021, 3:22 PM IST

Updated : Jun 30, 2021, 3:42 PM IST

ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ଉଭୟ 100 ଓ 200 ମିଟର ସ୍ପ୍ରିଣ୍ଟ ଇଭେଣ୍ଟ ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ଦୁତୀ ଚାନ୍ଦଙ୍କୁ ଟୋକିଓ ଅଲମ୍ପିକ ଟିକଟ, ଛୁଟିଲା ଶୁଭେଚ୍ଛା ସୁଅ

ଭୁବନେଶ୍ବର: ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ଉଭୟ 100 ଓ 200 ମିଟର ସ୍ପ୍ରିଣ୍ଟ ଇଭେଣ୍ଟ ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଶ୍ବ ରାଙ୍କିଂ ଅନୁଯାୟୀରେ ସେ ଟୋକିଓ ଅଲମ୍ପିକ ଗେମ୍ସ ପାଇଁ ଟିକଟ ହାସଲ କରିଛନ୍ତି । ଗତ ସପ୍ତାହରେ ପଟିଆଲାରେ ଆୟୋଜିତ ଗ୍ରାଣ୍ଡ ପ୍ରିକ୍ସ 4ରେ 100 ମିଟର ରେସରେ ନିଜର ହିଁ ରେକର୍ଡ ଭାଙ୍ଗିଥିଲେ ଦୂତୀ ।

ଗ୍ରାଣ୍ଡ ପ୍ରିକ୍ସ 4ରେ 100 ମିଟର ସ୍ପ୍ରିଣ୍ଟ ଇଭେଣ୍ଟକୁ ସେ 11.17 ସେକେଣ୍ଡରେ ପୂରା କରିଥିଲେ । ହେଲେ ତାହା ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିବା ତାହା ପର୍ଯ୍ୟାପ୍ତ ହୋଇନଥିଲା । ଟୋକିଓ ଅଲମ୍ପିକ୍ସରେ ଯୋଗ୍ୟତା ହାସଲ ପାଇଁ 11.19 ସମୟ ଧାର୍ଯ୍ୟ ରହିଥିଲା । ତେବେ ଏହି ଜାତୀୟ ସ୍ପ୍ରିଣ୍ଟ ଇଭେଣ୍ଟରେ ସେ ନିଜର ହିଁ ରେକର୍ଡ ଭାଙ୍ଗିଥିଲେ ।

ଟୋକିଓ ଅଲମ୍ପିକ୍ସରେ ଯୋଗ୍ୟତା ହାସଲ କରିବା ପାଇଁ ରାଙ୍କିଂ ଜରିଆରେ ଯୋଗ୍ୟତା ହାସଲ କରିବା ପାଇଁ ମୋଟ 100 ମିଟର ସ୍ପ୍ରିଣ୍ଟ ଇଭେଣ୍ଟରେ 22ଟି ସ୍ଥାନ ରହିଥିଲା। ସେହିଭଳି 200 ମିଟର ସ୍ପ୍ରିଣ୍ଟ ଇଭେଣ୍ଟ ପାଇଁ 15 ଟି ସ୍ଥାନ ରହିଥିଲା । ତେବେ ବିଶ୍ବ 100 ମିଟର ସ୍ପ୍ରିଣ୍ଟ ରାଙ୍କିଂର ଦୂତୀ ଚାନ୍ଦ 44ତମ ସ୍ଥାନରେ ରହିଛନ୍ତି । ସେହିଭଳି 200 ମଟିର ସ୍ପ୍ରିଣ୍ଟ ରାଙ୍କିଂରେ 51ତମ ସ୍ଥାନରେ ରହିଛନ୍ତି ଦୂତୀ ଚାନ୍ଦ ।

ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା କରିବା ପରେ ଦୁତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୂତୀଙ୍କୁ ଟ୍ବିଟ କରି ସୂଚନା ଦେଇଛନ୍ତି । ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିଶ କରିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Jun 30, 2021, 3:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.