ETV Bharat / sports

ଜାତୀୟ ରେକର୍ଡ ସହ ଦୂତୀଙ୍କୁ ସ୍ବର୍ଣ୍ଣ

author img

By

Published : Oct 11, 2019, 9:52 PM IST

ମହିଳା 100ମିଟର ସେମିଫାଇନାଲ ଇଭେଣ୍ଟରେ 11.22 ସେକେଣ୍ଡରେ ଦୂରତା ଅତିକ୍ରମ କରି ନ୍ୟାସନାଲ ରେକର୍ଡ କରିଛନ୍ତି ।

ଜାତୀୟ ରେକର୍ଡ ସହ ଦୂତିଙ୍କୁ ସ୍ବର୍ଣ୍ଣ

ରାଞ୍ଚି: ପୁଣି ଚମକିଛନ୍ତି ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ନିଜ ରେକର୍ଡକୁ ଭାଙ୍ଗି ପୁଣି ଏକ ନ୍ୟାସନାଲ ରେକର୍ଡ ସୃଷ୍ଟି କରିଛନ୍ତି । ଏଠାରେ ଚାଲିଥିବା 59ତମ ନ୍ୟାସନାଲ ଓପନ୍ ଆଥଲେଟିକ୍ସ ଚମ୍ପିଆନସିପରେ ନୂଆ ଜାତୀୟ ରେକର୍ଡ କରିବା ସହିତ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଦୂତୀ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ।

ଜାତୀୟ ରେକର୍ଡ ସହ ଦୂତିଙ୍କୁ ସ୍ବର୍ଣ୍ଣ
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ମହିଳା 100ମିଟର ସେମିଫାଇନାଲ ଇଭେଣ୍ଟରେ 11.22 ସେକେଣ୍ଡରେ ଦୂରତା ଅତିକ୍ରମ କରି ନ୍ୟାସନାଲ ରେକର୍ଡ କରିଛନ୍ତି । ତେବେ ପୂର୍ବରୁ ଏହି ଇଭେଣ୍ଟରେ ଜାତୀୟ ରେକର୍ଡ 11.16 ସେକେଣ୍ଡ ଥିଲା ଯାହା କି ଦୂତୀଙ୍କ ନାମରେ ରହିଥିଲା ।

ସେହିପରି ଫାଇନାଲ ଇଭେଣ୍ଟରେ 11.25ସେକଣ୍ଡରେ ଦୂରତା ଅତିକ୍ରମ କରି ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ତେବେ ଏହି ଟାଇମିଂ ସହ ଦୂତୀ 2020 ଟୋକିଓ ଅଲିମ୍ପିକ କ୍ୱାଲିଫାଏ ମାର୍କର ନିକଟତର ହୋଇଛନ୍ତି । 100 ମିଟରରେ ଅଲିମ୍ପିକ୍ କ୍ୱାଲିଫାଏ ପାଇଁ 11.15 ସେକେଣ୍ଡ ସମୟ ଧାର୍ଯ୍ୟ ରଖାଯାଇଛି ।

ତେବେ ନିକଟରେ ଦୋହାଠାରେ ଶେଷ ହୋଇଥିବା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ଦୂତୀ ମହିଳା 100 ମିଟର୍ ସେମିଫାଇନାଲରେ 11.48ସେକେଣ୍ଡରେ ଦୂରତା ଅତିକ୍ରମ କରି ସମସ୍ତଙ୍କୁ ନିରାଶ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.