ଯାଜପୁର: ବ୍ୟାସନଗର ପୌରପରିଷଦ କହ୍ନେଇପୁର ସ୍ଥିତ ଖେଳପଡିଆରେ ଜିଲ୍ଲାସ୍ତରୀୟ ସବ ଜୁନିୟର ଟାଇକୋଣ୍ଡ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଯାଜପୁର ଜିଲ୍ଲା ଟାଇକୋଣ୍ଡ ସଙ୍ଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ ବୋଲି ସଙ୍ଘ ପକ୍ଷରୁ ସୂଚନା ମିଳିଛି ।
ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୭୦ରୁ ଊର୍ଦ୍ଧ୍ବ ଟାଇକୋଣ୍ଡ ସବଜୁନିୟର ପ୍ରତିଯୋଗୀ ଅଶଂ ଗ୍ରହଣ କରିଛନ୍ତି । ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ଯୁବ ସମାଜସେବୀ ଆଲୋକ ମହାନ୍ତି ଅତିଥିଭାବେ ଯୋଗ ଦେଇ ଏହି ଜିଲ୍ଲା ସ୍ତରୀୟ ସବଜୁନିୟର ଟାଇକୋଣ୍ଡ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ।
ଇଟିଭି ଭାରତ, ଯାଜପୁର