ନୂଆଦିଲ୍ଲୀ: ଆଜିଠୁ କତାର ରାଜଧାନୀ ଦୋହାରେ ଆରମ୍ଭ ହେବାକୁ ଯାଉଛି ଡାଇମଣ୍ଡ ଲିଗ । ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତର ସୁନା ପୁଅ ନୀରଜ ଚୋପ୍ରା ଏଥିରେ ଅଂଶ ଗ୍ରହଣ କରିବେ । ସମସ୍ତଙ୍କ ନଜର ନୀରଜଙ୍କ ପ୍ରଦର୍ଶନ ଉପରେ ରହିଛି । ଏଥର ଡାଇମଣ୍ଡ ଲିଗରେ ଦେଶ ପାଇଁ ସ୍ବର୍ଣ୍ଣ ଜିତିବେ ବୋଲି ଆଶା କରାଯାଉଛି ।
ଗତ ଡାଇମଣ୍ଡ ଲିଗ ପରଠୁ ସେ ଆଉ କୌଣସି ପ୍ରତିଯୋଗିତାରେ ଭାଗ ନେଇନାହାନ୍ତି । ଚଳିତ ବର୍ଷ ଦୋହାରେ ଆରମ୍ଭ ହେବାକୁ ଥିବା ବିଶ୍ବ ଆଥଲେଟ ଡାଇମଣ୍ଡ ଲିଗରୁ ସେ ତାଙ୍କ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ନୀରଜ ଏହି ପ୍ରତିଯୋଗିତାରେ ମୁଖ୍ୟ ଆକର୍ଷଣ ରହିବେ । ପୁରୁଷ ଜାଭଲିନରେ ପ୍ରତିନ୍ଦ୍ବନ୍ଦିତା ଜୋରଦାର ହେବାକୁ ଯାଉଛି । ଏହି ବିଭାଗରେ ନୀରଜ ଚୋପ୍ରାଙ୍କ ମୁକାବିଲା ଡିଫେଣ୍ଡିଂ ବିଶ୍ବଚାମ୍ପିଅନ ଗ୍ରେନେଡାର ଆଣ୍ଡରସନ ପିଟର୍ସ, ଟୋକିଓ ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ଜାକୁବ ଭାଲେଡିଚଙ୍କ ସହ ହେବ । ତେଣୁ ଏଥିରେ କେଉଁ ପ୍ରତିଯୋଗୀ ବାଜି ମାରିବ ତାହା ଆକଳନ କରିବା କଷ୍ଟକର । ନୀରଜ ଚୋପ୍ରାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଜାଭଲିନରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ 89.94 ମିଟର ରହିଛି । ଆଜିଠୁ ଆରମ୍ଭ ହେବାକୁ ଥିବା ଡାଇମଣ୍ଡ ଲିଗ ଫାଇନାଲ ଇଭେଣ୍ଟ ସେପ୍ଟେମ୍ବର 16 ଓ 17ରେ ୟୁନାଇଟେଡ ସ୍ଟେଟ ହାଏୱାର୍ଡରେ ଅନୁଷ୍ଠିତ ହେବ ।
ନୀରଜ ଚୋପ୍ରାଙ୍କ ସହ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ବିଜେତା ଟ୍ରିପଲ ଜମ୍ପର ଏଲଡୋସ ପଲ ମଧ୍ୟ ଏଥିରେ ପ୍ରତିନ୍ଦ୍ବନ୍ଦିତା କରିବେ । ଏହି ଦୋହା ଇଭେଣ୍ଟ ପଲଙ୍କ ପାଇଁ ମଧ୍ୟ ଅଭିଜ୍ଞତା ଆଣିବ ବୋଲି ଆଶା କରାଯାଉଛି ।
ଏହା ବି ପଢନ୍ତୁ...Sub Junior Women National Championship: ବିଜୟରୁ ଓଡିଶାର ଅଭିଯାନ ଆରମ୍ଭ, 20-0ରେ ବିଜୟୀ
ଏହା ବି ପଢନ୍ତୁ...IPL 2023: ପ୍ରତିଶୋଧ ନେଲା କୋଲକାତା, ଘରୋଇ ମାଟିଲେ ହାରିଲା ହାଇଦ୍ରାବାଦ
ପ୍ରକାଶଥାଉ କି, ଗତବର୍ଷ ଜୁନରେ ଅନୁଷ୍ଠିତ ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଥିଲେ । ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଥ୍ରୋ ଇଭେଣ୍ଟ ସ୍ବର୍ଣ୍ଣ ପଦକ ଜିତିବା ପରେ ଡାଇମଣ୍ଡ ଲିଗ 2022ରେ 89.94 ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ଜିତିଥିଲେ ନୀରଜ । ଏହା ସହିତ ନିଜର ପୂର୍ବ ଜାତୀୟ ରେକର୍ଡ ଭାଙ୍ଗିଥିଲେ । ଗତ ବର୍ଷ ସେ ଲୁସାନେ ଡାଇମଣ୍ଡ ଲିଗ ଟାଇଟଲ ମଧ୍ୟ ହାତେଇଥିଲେ । ସୁଇଜରଲ୍ୟାଣ୍ଡର ଜୁରିଖରେ ଅନୁଷ୍ଠିତ ହୋଇଥିବା ଡାଇମଣ୍ଡ ଲିଗ 2022 ଫାଇନାଲରେ ସ୍ବର୍ଣ୍ଣ ପଦକ ଜିତିଥିଲେ ନୀରଜ ।