ETV Bharat / sports

ଫେଡେରେସନ ମନିକା ବାତ୍ରା ବିବାଦ, କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ଜବାବ ମାଗିଲେ ହାଇକୋର୍ଟ - ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା

ଏସିଆନ ଚମ୍ପିଆନସିପ୍‌ ପାଇଁ ଦଳରେ ସ୍ଥାନ ନ ମିଳିବା ପରେ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢ଼ନ୍ତୁ...

ଫେଡେରେସନ ମନିକା ବାତ୍ରା ବିବାଦ, କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ଜବାବ ମାଗିଲେ ହାଇକୋର୍ଟ

author img

By

Published : Sep 20, 2021, 9:29 PM IST

ନୂଆଦିଲ୍ଲୀ: ଏସିଆନ ଚମ୍ପିଆନସିପ୍‌ ପାଇଁ ଦଳରେ ସ୍ଥାନ ନ ମିଳିବା ପରେ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା । ଭାରତୀୟ ଟେବୁଲ ଟେନିସ ଫେଡେରେସନ ବିରୋଧରେ ହାଇକୋର୍ଟ ଦ୍ବାରସ୍ଥ ହୋଇଛନ୍ତି ମନିକା । ତେବେ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ନିକଟରେ ଏସିଆନ ଚମ୍ପିଆନସିପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଥିଲା ଭାରତୀୟ ଟେବୁଲ ଟେନିସ ଫେଡେରେସନ । ତେବେ ଏଥିରେ ଅଲମ୍ପିଆନ୍‌ ମନିକା ବାତ୍ରାଙ୍କୁ ସାମିଲ କରାଯାଇନଥିଲା । ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ନିଷ୍ପତ୍ତି ନେଇଥିଲେ ମନିକା ବାତ୍ରା ।

ସେପଟେ ସୋନିପତ୍‌ରେ ଜାତୀୟ କ୍ୟାମ୍ପରେ ଯୋଗ ଦେଇନଥିବାରୁ ମନିକାଙ୍କୁ ଏସିଆନ୍‌ ଚମ୍ପିଆନସିପ ପାଇଁ ଦଳରେ ସାମିଲ କରାଯାଇନଥିବା କଥା କହିଛି ଭାରତୀୟ ଟେବୁଲ ଟେନିସ ଫେଡେରେସନ । ଏହି କ୍ୟାମ୍ପରେ ଭାଗ ନନେଲେ ଏସିଆନ ଚମ୍ପିଆନସିପ୍‌ ପାଇଁ ଦଳରେ ସ୍ଥାନ ମିଳିବ ନାହିଁ ବୋଲି ଫେଡେରେସନ ସେହି ସମୟରେ ସ୍ପଷ୍ଟ କରିଥିଲା ।

ତେବେ ସେହି ସମୟରେ ମନିକା ପୁଣେରେ ନିଜ ବ୍ୟକ୍ତିଗତ କୋଚ୍‌ଙ୍କ ସହ ଅଭ୍ୟାସ କରିବାକୁ ନିଷ୍ପତ୍ତି ନେଇ ସୋନିପତ୍‌ କ୍ୟାମ୍ପରେ ଯୋଗ ଦେଇନଥିଲେ । ଟୋକିଓ ଅଲମ୍ପିକ୍ସ ପରଠୁ ଫେଡେରେସନ ଓ ମନିକା ବାତ୍ରାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଅଲମ୍ପିକ ଗେମ୍ସରେ ଜାତୀୟ କୋଚ୍‌ଙ୍କ ସହାୟତା ନେବାକୁ ମନା କରି ଦେଇଥିଲେ ମନିକା । ଏହାପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା ଭାରତୀୟ ଟେବୁଲ ଟେନିସ ଫେଡେରେସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.