ETV Bharat / sports

ପୋଲାଣ୍ଡ ଓପନରୁ ଓହରିଲେ କୁସ୍ତିଯୋଦ୍ଧା ଦୀପକ ପୁନିଆ - ପୋଲାଣ୍ଡ ଓପନରୁ ଓହରିଲେ ପୁନିଆ

ଆହତ କାରଣରୁ ପୋଲାଣ୍ଡ ଓପନରୁ ଓହରିଲେ କୁସ୍ତିଯୋଦ୍ଧା ଦୀପକ ପୁନିଆ । ଅଧିକ ପଢନ୍ତୁ...

Deepak Punia pulls out of Poland Open due to hand injury
ପୋଲାଣ୍ଡ ଓପନରୁ ଓହରିଲେ କୁସ୍ତିଯୋଦ୍ଧା ଦୀପକ ପୁନିଆ
author img

By

Published : Jun 8, 2021, 7:34 PM IST

ହାଇଦ୍ରାବାଦ: ଆହତ କାରଣରୁ ଗୁରୁବାର ପୋଲାଣ୍ଡ ଓପନରୁ ଓହରିଲେ କୁସ୍ତିଯୋଦ୍ଧା ଦୀପକ ପୁନିଆ । ତାଙ୍କ ବାମହାତରେ ଆଘାତ ଲାଗିଥିବା ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଛନ୍ତି ପୁନିଆ । ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଶେଷ ମାନ୍ୟତା ସିରିଜ ଇଭେଣ୍ଟ ରହିଥିଲା ।

86 କିଲୋଗ୍ରାମ ବର୍ଗରେ ପୁନିଆ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ନେଇ ପ୍ରସ୍ତୁତି ଚଳାଇଥିଲେ । ମାତ୍ର ଦୁଇଦିନ ତଳେ ଅଭ୍ୟାସ ସମୟରେ 2019 ୱାର୍ଲ୍ଡ ଚମ୍ପିଆନସିପ ବ୍ରୋଞ୍ଜ ବିଜେତା ପୁନିଆ ଆହତ ହୋଇଥିବା ଜଣାପଡିଛି । ଏନେଇ ଭାରତୀୟ କୁସ୍ତି ମହାସଂଘ(WFI) ସ୍ପଷ୍ଟ କରିଛି । ଅଲମ୍ପିକ ନିକଟରେ ରହିଛି । ଫଳରେ କୁସ୍ତିଯୋଦ୍ଧାଙ୍କୁ ନେଇ କୌଣସି ପ୍ରକାର ରିସ୍କ ନେବା ଉଚିତ ହେବନାହିଁ ବୋଲି WFI ସହକାରୀ ସମ୍ପାଦକ ବିନୋଦ ତୋମାର କହିଛନ୍ତି ।

ତେବେ ଜୁଲାଇ 5 ପର୍ଯ୍ୟନ୍ତ ଟ୍ରେନିଂ କ୍ୟାମ୍ପ ପାଇଁ ଟିମ ସହ ରହିବେ ପୁନିଆ । ଟ୍ରେନିଂ କ୍ୟାମ୍ପ ପୋଲିସ ମହାସଂଘ ପକ୍ଷରୁ ଆୟୋଜନ କରାଯାଇଛି ।ପୁନିଆଙ୍କ ପରେ 3ଜଣ ଭାରତୀୟ କୁସ୍ତିଯୋଦ୍ଧା ପ୍ରତିଯୋଗିତାରେ ରହିଛନ୍ତି । 57 କିଲୋଗ୍ରାମ ବର୍ଗରେ ରବି ଦହିୟା 61 କିଲୋଗ୍ରାମ ବର୍ଗରେ ଲଢିବେ । ସେହିପରି 53 କିଲୋଗ୍ରାମ ବର୍ଗରେ ଭିନେଶ ଫୋଗଟ ଓ 57 କିଲୋଗ୍ରାମ ବର୍ଗରେ ଶୁକ୍ରବାର ମହିଳା ବର୍ଗରେ ଲଢିବେ ଅଂଶୁ ମଲ୍ଲିକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.