ETV Bharat / sports

ବଢିଲା ସୁଶୀଲ କୁମାରଙ୍କ ପୋଲିସ ହେପାଜତ ଅବଧି

author img

By

Published : May 29, 2021, 6:07 PM IST

ଛତ୍ରଶାଲ ଷ୍ଟାଡିୟମରେ କୁସ୍ତିଯୋଦ୍ଧା ସାଗର ହତ୍ୟା ମାମଲାରେ, ଦିଲ୍ଲୀର ରୋହିଣୀ କୋର୍ଟ ସୁଶୀଲ କୁମାରଙ୍କ ପୋଲିସ ହେପାଜତ ସମୟ ଆଉ 4 ଦିନ ବଢାଇଛନ୍ତି । ଅଧିକ ପଢନ୍ତୁ...

decision on increase police custody of sushil kumar reserved
ବଢିଲା ସୁଶୀଲ କୁମାରଙ୍କ ପୋଲିସ ହେପାଜତରେ ରହିବା ସମୟ

ନୂଆଦିଲ୍ଲୀ: ବଢିଲା ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ପୋଲିସ ହେପାଜତ ସମୟ ଅବଧି । ଦିଲ୍ଲୀର ରୋହିଣୀ କୋର୍ଟ ସୁଶୀଲ କୁମାରଙ୍କ ପୋଲିସ ହେପାଜତ ସମୟ ଆଉ 4 ଦିନ ବଢାଇଛନ୍ତି । ଛତ୍ରଶାଲ ଷ୍ଟାଡିୟମରେ କୁସ୍ତିଯୋଦ୍ଧା ସାଗର ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଅଲମ୍ପିକ ପଦକ ବିଜେତୀ ସୁଶୀଲ କୁମାରଙ୍କ ଓ ସହଯୋଗୀ ଅଜୟଙ୍କ ପୋଲିସ ହେପାଜତରେ ରହିବା ସମୟ ଅବଧି ବଢାଇବାକୁ ଦିଲ୍ଲୀ ପୋଲିସର ଆବେଦନକୁ ରୋହିଣୀ କୋର୍ଟ ଗ୍ରହଣ କରିଛନ୍ତି । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ମୟଙ୍କ ହୋୟଲ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ।

7 ଦିନ ପୋଲିସ ହେପାଜତରେ ରହିବାକୁ ଆବେଦନ

ଦିଲ୍ଲୀ ପୋଲିସ ପକ୍ଷରୁ ଓକିଲ ଆଶିଷ କାଜଲ କହିଛନ୍ତି ଘଟଣାରେ ଏଯାବତ 8ଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି । କୋର୍ଟରେ ସାତ ଦିନର ପୋଲିସ ହେପାଜତ ଆବେଦନ କରାଯାଇଥିଲା । ଏହି ସମୟରେ ସୁଶୀଲ କୁମାରଙ୍କ ପାଖରୁ ପିସ୍ତଲ ଜବତ କରାଯାଇଛି । ସେ କହିଛନ୍ତି ଏହି ଘଟଣାର ମାଷ୍ଟରମାଇଣ୍ଡ ସୁଶୀଲ କୁମାର ।

ସେହିପରି ପୋଲିସ ଓକିଲ କହିଛନ୍ତି, ଅଭିଯୁକ୍ତଙ୍କ ପାଖରୁ ଭିଡିଓ କ୍ଲିପ ମିଳିଛି ଓ ଏଯାବତ 7ଟି ଗାଡି ଜବତ ହୋଇଛି । ଆହୁରି ବ୍ୟବହାର ହୋଇଥିବା 4ଟି ଗାଡିକୁ ଖୋଜାଯାଉଛି । ଅଭିଯୁକ୍ତଙ୍କ ମୋବାଇଲ ଫୋନ ମଧ୍ୟ ଜବତ ହେବ । ଏହି ମାମଲାରେ 18ରୁ 20 ଜଣ ଲୋକଙ୍କର ସଂପୃକ୍ତି ଥିବା ଜଣାପଡିଛି ଓ ଯେଉଁମାନେ ଏବେବି ଫେରାର ଅଛନ୍ତି ସେମାନଙ୍କୁ ଖୁବଶୀଘ୍ର ଧରିବାକୁ ପ୍ରୟାସ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.