ETV Bharat / sports

FIH Hockey Pro League: ଚାଇନାକୁ ୭-୧ରେ ଧୂଳି ଚଟାଇଲା ଭାରତ

FIH ପ୍ରୋ ଲିଗ୍‌ରେ ଭାରତୀୟ ମହିଳା ହକି ଟିମର ଧମାକାଦାର ବିଜୟ । ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଚାଇନାକୁ ୭-୧ ଗୋଲ୍‌ରେ ହରାଇଛି ଭାରତ । ଅଧିକ ପଢନ୍ତୁ

author img

By

Published : Jan 31, 2022, 8:29 PM IST

Updated : Jan 31, 2022, 10:03 PM IST

Debut delight for India women in FIH Hockey Pro League, thrash China 7-1
FIH Hockey Pro League: ଚାଇନାକୁ ୭-୧ରେ ଧୂଳି ଚଟାଇଲା ଭାରତ

ମସ୍କଟ(ଓମାନ): ଚଳିତ FIH ପ୍ରୋ ଲିଗ୍‌ରେ ଭାରତୀୟ ମହିଳା ହକି ଟିମର ଧମାକାଦାର ବିଜୟ । ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଚାଇନାକୁ ୭-୧ ଗୋଲ୍‌ରେ ହରାଇଛି ଭାରତ । ସବିତା ପୁନିଆଙ୍କ ନେତୃତାଧୀନ ଭାରତୀୟ ଟିମ ପକ୍ଷରୁ ସୁଶିଳା ଚାନୁ ପୁଖ୍ରାମ୍ବମ(୪୭', ୫୨'), ନବନୀତ କୌର(୫'), ନେହା(୧୨'), ବନ୍ଦନା କଟାରିୟା(୪୦'), ଶର୍ମିଳା ଦେବୀ(୪୮') ଓ ଗୁରଜିତ କୌର(୫୦') ଗୋଲ୍‌ ସ୍କୋର କରିଥିଲେ । ଚାଇନା ପକ୍ଷରୁ ଡେଙ୍ଗ ସୁଇ ଏକମାତ୍ର ଗୋଲ୍‌ ମ୍ୟାଚ୍‌ର ୪୩ତମ ମିନିଟ୍‌ରେ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଭାରତୀୟ ହକିର ଦ ୱାଲ୍‌ଙ୍କୁ ଶ୍ରେଷ୍ଠ ସମ୍ମାନ

FIH ହକି ପ୍ରୋ ଲିଗ୍‌ ୨୦୨୧-୨୨ ରେ ଭାରତୀୟ ମହିଳା ହକି ଟିମର ପ୍ରଥମ ଅଭିଯାନ । ମ୍ୟାଚ୍‌ର ପ୍ରଥମ ମିନିଟ୍‌ରୁ ହିଁ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲା ଭାରତ । ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରେ ନବନୀତ ଭାରତ ପକ୍ଷରୁ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ । ପରେ ପ୍ରଥମ କ୍ବାର୍ଟର ଶେଷ ଭାଗରେ ଦ୍ବାଦଶ ମିନିଟ୍‌ରେ ନେହା ଆଉ ଏକ ଚମତ୍କାର ଗୋଲ୍‌ କରିବା ପରେ ଭାରତ ୨-୦ରେ ଆଗୁଆ ରହିଥିଲା । ପରେ ଚାଇନିଜ ଖେଳାଳି ଗୋଲ୍‌ କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ନିରାଶ ହୋଇଥିଲେ । ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ଭାରତୀୟ ଟିମ ଆଉ ୫ଟି ଗୋଲ୍‌ କରିଥିଲେ ।

Last Updated : Jan 31, 2022, 10:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.