ETV Bharat / sports

ପ୍ୟାରିସ ଅଲମ୍ପିକ୍ସରେ ସାମିଲ ହେଲା ବ୍ରେକ୍‌ ଡ୍ୟାନ୍ସ

author img

By

Published : Nov 15, 2021, 8:35 AM IST

୨୦୨୪ ପ୍ୟାରିସ ଅଲମ୍ପିକ ଗେମ୍ସରେ ପ୍ରଥମ ଥର ପାଇଁ ବ୍ରେକ ଡ୍ୟାନ୍ସକୁ ସାମିଲ କରାଯାଇଛି । ଏହାକୁ ନେଇ ଡ୍ୟାନ୍ସ ସ୍ପୋର୍ଟସ ଫେଡେରେସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ଅଧିକ ପଢ଼ନ୍ତୁ

ପ୍ୟାରିସ ଅଲମ୍ପିକ୍ସରେ ବ୍ରେକ୍‌ ଡ୍ୟାନ୍ସ ସାମିଲ, ଡ୍ୟାନ୍ସ ସ୍ପୋର୍ଟସ ଫେଡେରେସନ ଦେଲା ଏହି ତଥ୍ୟ

ଭୁବନେଶ୍ବର: ୨୦୨୪ ପ୍ୟାରିସ ଅଲମ୍ପିକ ଗେମ୍ସରେ ପ୍ରଥମ ଥର ପାଇଁ ବ୍ରେକ ଡ୍ୟାନ୍ସକୁ ସାମିଲ କରାଯାଇଛି । ଏହାକୁ ନେଇ ଡ୍ୟାନ୍ସ ସ୍ପୋର୍ଟସ ଫେଡେରେସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ବ୍ରେକ୍‌ ଡ୍ୟାନ୍ସ ଭଳି କ୍ରୀଡ଼ାରେ ଓଡିଶାର ଖେଳାଳୀମାନେ କିଭଳି ଭଳ ପ୍ରଦର୍ଶନ କରି ପାରିବେ ସେନେଇ ଏହି ଫେଡେରେସନ କାର୍ଯ୍ୟ କରୁଛି ।

ଏହି ଖେଳ ଖେଳି ଅଲମ୍ପିକ ଗେମ୍ସରେ ଖେଳାଳିମାନେ କିଭଳି ପଦକ ଜିତି ପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି । ଏହି ବ୍ରେକ୍‌ ଡ୍ୟାନ୍ସ କ୍ରୀଡ଼ାକୁ ନେଇ ଆସନ୍ତା ଅଲିମ୍ପିକ୍ସରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ପଦକ ପାଇଁ ପ୍ରତିଯୋଗିତା ହେବ । ଡିଜେ ସଙ୍ଗୀତ ଟ୍ରାକ୍‌ର ତାଳେତାଳେ ନୃତ୍ୟର କଳାକୌଶଳ ପ୍ରଦର୍ଶନ କରିବେ ଖେଳାଳୀ । ବ୍ରେକ୍‌ ଡ୍ୟାନ୍ସ ଏବେ ଆନ୍ତର୍ଜାତିକ ଅଲିମ୍ପିକ୍ସର ସ୍ବୀକୃତି ପାଇଛି । ଏହି ଫେଡେରେସନରେ ଭାରତ ସହ ମୋଟ ୯୪ଟି ଦେଶ ସାମିଲ ଅଛନ୍ତି ।

ଭାରତରେ ଏହି କ୍ରୀଡାକୁ ଲୋକପ୍ରିୟ କରିବା ପାଇଁ ଇଣ୍ଡିଆନ୍ ଡ୍ୟାନ୍ସ ସ୍ପୋର୍ଟସ ଫେଡେରେସନ ଉଦ୍ୟମ ଜାରି ରଖିଛି । ଦେଶରେ ବହୁତ ଭଲ ବ୍ରେକିଂ ନୃତ୍ୟଶିଳ୍ପୀ ଅଛନ୍ତି । ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, ଅରୁଣାଚଳ ପ୍ରଦେଶ, ଆସାମ ଓ ମିଜୋରମରୁ ପ୍ରତିଭାବାନ ନୃତ୍ୟଶିଳ୍ପୀଙ୍କୁ ଚୟନ କରାଯାଇଛି । ବରିଷ୍ଠ ବର୍ଗ ପ୍ରତିଯୋଗିତା ପରେ ସମ୍ଭାବ୍ୟ ଦଳ ପ୍ରସ୍ତୁତ କରି ସେମାନଙ୍କୁ ତାଲିମ ଦିଆଯିବ ।

ଏଥିପାଇଁ ମାଲେସିଆ, ୟୁକ୍ରେନ ଏବଂ ଜର୍ଜିଆରୁ ପ୍ରଶିକ୍ଷକମାନେ ଆସିବେ । ତାଲିମ ଓ ପ୍ରୋତ୍ସାହନ ମିଳିଲେ ଆମ ପିଲା ବି ଭଲ ପ୍ରଦର୍ଶନ କରିବେ ବୋଲି ସଂଗଠନର ସମ୍ପାଦକ ବିଶ୍ବଜିତ ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.