ETV Bharat / sports

ରାଜ୍ୟଗୋଷ୍ଠୀ କ୍ରୀଡା ପରେ 2 ପାକିସ୍ତାନୀ ବକ୍ସର ନିଖୋଜ - କମନୱେଲଥ ଗେମ୍ସ 2022

ବର୍ମିଂହାମରେ ଆୟୋଜିତ 22ତମ ରାଜ୍ୟଗୋଷ୍ଠୀ କ୍ରୀଡା ପରେ ଦୁଇ ପାକିସ୍ତାନୀ ବକ୍ସର ନିଖୋଜ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ରାଜ୍ୟଗୋଷ୍ଠୀ କ୍ରୀଡା ପରେ ନିଖୋଜ 2 ପାକିସ୍ତାନୀ ବକ୍ସର

author img

By

Published : Aug 11, 2022, 12:28 PM IST

ଇସଲାମାବାଦ: ବର୍ମିଂହାମରେ ଆୟୋଜିତ 22ତମ ରାଜ୍ୟଗୋଷ୍ଠୀ କ୍ରୀଡା ପରେ (commonwealth games 2022) ଦୁଇ ପାକିସ୍ତାନୀ ମୁଷ୍ଟିଯୋଦ୍ଧା ନିଖୋଜ ହୋଇଥିବା ଜଣାପଡିଛି । ସେମାନେ ହେଲେ ସୁଲେମାନ ବଲୁଚ ଏବଂ ନଜିରୁଲ୍ଲାହ । ଏନେଇ ପାକିସ୍ତାନ ବକ୍ସିଂ ଫେଡେରେସନ (Pakistan Boxing Federation) ସଚିବ ନସିର ତାଙ୍ଗ ସୂଚନା ଦେଇଛନ୍ତି । ଇସଲାମାବାଦ ଅଭିମୁଖେ ବାହାରିବାର କିଛି ଘଣ୍ଚା ପରେ ସେମାନଙ୍କ ନିଖୋଜ ହୋଇଥିବା କହିଛନ୍ତି ନସିର ତାଙ୍ଗ । ଏ ନେଇ ପାକିସ୍ତାନ ଅଧିକାରୀ ଇଂଲଣ୍ଡ ସରକାରଙ୍କ ସହ ଯୋଗାଯୋଗ କରିଛନ୍ତି । ଅଗଷ୍ଟ 27ରୁ ବର୍ମିଂହାମରେ ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡା ଅଗଷ୍ଟ 8ରେ ଶେଷ ହୋଇଥିଲା ।

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ସୋମବାର ଶେଷ ହୋଇଥିଲା । ପିବିଏଫ ସଚିବ କହିଛନ୍ତି, "ଦୁଇ ଖେଳାଳିଙ୍କ ପାସପୋର୍ଟ ସହିତ ଯାତ୍ରା କାଗଜପତ୍ର ଏବେ ବି ମହାସଂଘ ଅନ୍ୟ ଅଧିକାରୀଙ୍କ ପାଖରେ ରହିଛି ଯେଉଁମାନେ ମୁଷ୍ଟିଯୋଦ୍ଧା ଟିମ ସହିତ ଯାଇଥିଲେ । ଟିମ ପ୍ରବନ୍ଧନ ବ୍ରିଟେନରେ ପାକିସ୍ତାନ ଏବଂ ଲଣ୍ଡନରେ ସମ୍ବଦ୍ଧିତ ଅଧିକାରୀଙ୍କୁ ସୁଲେମାନ ଏବଂ ନଜିରୁଲ୍ଲାହଙ୍କ ନିଖୋଜ ହେବା ନେଇ ସୂଚିତ କରିଛନ୍ତି ।"

ଏହା ବି ପଢନ୍ତୁ...ICC T20 ରାକିଂରେ ଦ୍ବିତୀୟ ସ୍ଥାନକୁ ଖସିଲେ ସୂର୍ଯ୍ୟକୁମାର

ପିବିଏଫ ସଚିବ ଆହୁରି କହିଛନ୍ତି, ''ନିଖୋଜ ଦୁଇ ମୁଷ୍ଟିଯୋଦ୍ଧାଙ୍କ କାଗଜପତ୍ର ପାକିସ୍ତାନରୁ ଆସିଥିବା ସମସ୍ତ ଖେଳାଳିଙ୍କ ପାଇଁ ମାନକ ସଂଞ୍ଚାଳନ ପ୍ରକ୍ରିୟା ଅନୁସାରେ ରଖାଯାଇଛି । ପାକିସ୍ତାନ ଅଲମ୍ପିକ ସଂଘ ନିଖୋଜ ମୁଷ୍ଟିଯୋଦ୍ଧାଙ୍କ ମାମଲାର ତଦନ୍ତ ପାଇଁ 4 ସଦସୀୟ କମିଟି ଗଠନ କରିଛି । ବକ୍ସିଂ ପ୍ରତିଯୋଗିତାରେ ପାକିସ୍ତାନ କୌଣସି ପଦକ ହାସଲ କରିନାହିଁ । ଭାରୋତ୍ତୋଳନ ଏବଂ ଜାଭେଲିନ ଥ୍ରୋରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ ସହ ମୋଟ 8ଟି ପଦକ ଜିତିଛି । ଫିନା ବିଶ୍ବ ଚାମ୍ପିଅନସିପରେ ସନ୍ତରଣକାରୀ ଫେଜାନ ଅକବରଙ୍କ ନିଖୋଜ ହେବାର 2ମାସ ପରେ ଏହି ଦୁଇ ମୁଷ୍ଟିଯୋଦ୍ଧାଙ୍କ ନିଖୋଜ ଘଟଣା ଘଟିଛି । ଜୁନ ପରଠୁ ଫେଜାନ ଅକବରଙ୍କ ପତ୍ତା ମିଳୁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.