ବର୍ମିଂହାମ(ଇଂଲଣ୍ଡ): ଚଳିତ କମନୱେଲ୍ଥ ଗେମ୍ସ ୨୦୨୨ ସନ୍ତରଣ ପ୍ରତିଯୋଗିତା(Commonwealth Games 2022 )ରେ ସେମିଫାଇନାଲରେ ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ । ପୁରୁଷ 50 ମିଟର ବ୍ୟାକଷ୍ଟ୍ରୋକ୍ ଇଭେଣ୍ଟର ସେମିଫାଇନାଲରେ ପହଞ୍ଚିଛନ୍ତି ଶ୍ରୀହରି । ନଟରାଜ 100 ମିଟର ବ୍ୟାକଷ୍ଟ୍ରୋକ୍ ଇଭେଣ୍ଟର ଫାଇନାଲରେ ସପ୍ତମ ସ୍ଥାନ ହାସଲ କରିଛନ୍ତି । ପୁରୁଷ 200 ମିଟର ବଟରଫ୍ଲାଏ ଇଭେଣ୍ଟରେ ସାଜନ ପ୍ରକାଶ 1:58.99 ଦଶକରେ ଚତୁର୍ଥ ସ୍ଥାନ ଅଧିକାର କରି ରିଜର୍ଭ ତାଲିକାରେ ସ୍ଥାନ ପାଇଛନ୍ତି ।
ତେବେ ପୁରୁଷ 200 ମିଟର ବଟରଫ୍ଲାଏ ଇଭେଣ୍ଟରେ ଶ୍ରେଷ୍ଠ ଆଠ ଜଣ ସନ୍ତରଣକାରୀ ଫାଇନାଲ ପାଇଁ ମନୋନୀତ ହେବେ । ଯଦି ନଟରାଜ ସେମିଫାଇନାଲରେ ବିଜୟ ଲାଭ କରନ୍ତି ତେବେ ସେ ଏହି ୮ ଜଣଙ୍କ ମଧ୍ୟରେ ରହିବେ । ବେଙ୍ଗାଲୁରୁର 21 ବର୍ଷୀୟ ଶ୍ରୀହରି ଗତ ବର୍ଷ ସଂଯୁକ୍ତ ଆରବ ଏମିରେଟ୍ସରେ ଅନୁଷ୍ଠିତ 15ତମ ଫିନା ବିଶ୍ୱ ସନ୍ତରଣ ଚାମ୍ପିଅନସିପ୍ ସମୟରେ ପୁରୁଷ 50 ମିଟର ବ୍ୟାକଷ୍ଟ୍ରୋକ୍ ଇଭେଣ୍ଟରେ ବ୍ୟକ୍ତିଗତ ଶ୍ରେଷ୍ଠ 24.40 ସେକେଣ୍ଡ୍ ହାସଲ କରିଥିଲେ ।