ଲଣ୍ଡନ: ବିଶ୍ବର ଲୋକପ୍ରିୟ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପାଇଁ ଏକ ଦୁଃଖ ସମୟ ଆସିଛି । ତାଙ୍କର ଯମଜ ସନ୍ତାନ ମଧ୍ୟରୁ ଜଣେ ସନ୍ତାନର ମୃତ୍ୟୁ ହୋଇଛି । ଏ ନେଇ ଟ୍ବିଟରରେ ସୂଚନା ଦେଇଛନ୍ତି ରୋନାଲ୍ଡୋ ।
- — Cristiano Ronaldo (@Cristiano) April 18, 2022 " class="align-text-top noRightClick twitterSection" data="
— Cristiano Ronaldo (@Cristiano) April 18, 2022
">— Cristiano Ronaldo (@Cristiano) April 18, 2022
ଟ୍ବିଟରେ ରୋନାଲ଼୍ଡୋ କହିଛନ୍ତି ଆମର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ଏହା ଆମ ପାଇଁ ସବୁଠୁ ବଡ କଷ୍ଟ ଯାହା ସମସ୍ତ ପିତାମାତା ଅନୁଭବ କରି ପାରୁଥିବେ । ଆମ ଶିଶୁ କନ୍ୟା ଆମକୁ ସାହାସ ଓ ଧୈର୍ଯ୍ୟ ଦେଇଛି । ତାକୁ ନେଇ ଆମେ ଆଶା ରହିଛି ତା ପାଖରେ ହିଁ ଆମର ଖୁସି ବୋଲି କହିଛନ୍ତି ରୋନାଲ୍ଡୋ ।
ଏହାସହିତ ତାଙ୍କ ପତ୍ନୀ ଓ ପିଲାଙ୍କ ଯତ୍ନ ନେଇଥିବା ଡାକ୍ତର ଓ ନର୍ସଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଶିଶୁପୁତ୍ରକୁ ହରାଇବା ଏକ ବଡ କ୍ଷତି ବୋଲି କହିଛନ୍ତି । ଶିଶୁପୁତ୍ରକୁ ଆନଞ୍ଜେଲ ଓ ତାକୁ ସବୁବେଳେ ଭଲ ପାଇବା ନେଇ ଅବିହତ କରିଛନ୍ତି ରୋନାଲ୍ଡୋ । ଗତବର୍ଷ ରୋନାଲ୍ଡଙ୍କ ପତ୍ନୀ ଯମଜ ସନ୍ତାନ ଜନ୍ମ କରିବା ନେଇ ଘୋଷଣା କରିଥିଲେ ରୋନାଲ୍ଡୋ ।
@ANI