ETV Bharat / sports

କୋଭିଡ-19 ଯୋଗୁଁ ITTF ୱାର୍ଲ୍ଡ ଟୁର ବୁଲଗେରିଆ ଓପନ ବାତିଲ

author img

By

Published : Jun 13, 2020, 1:56 AM IST

ସେପ୍ଟେମ୍ବର 1 ରୁ 6 ପର୍ଯ୍ୟନ୍ତ ପାନାଗୁରିଷ୍ଟରେ ଅନୁଷ୍ଠିତ ହେବାକୁ ଥିବା ITTF ୱାର୍ଲ୍ଡ ଟୁର୍ ବୁଲଗେରିଆ ଓପନ୍ ବାତିଲ ଘୋଷଣା କରିଛି ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେସନ୍ । ଅଧିକ ପଢ଼ନ୍ତୁ...

COVID-19, ITTF World Tour Bulgaria Open cancelled, ITTF, ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେସନ୍, ITTF ୱାର୍ଲ୍ଡ ଟୁର ବୁଲଗେରିଆ ଓପନ ବାତିଲ
କୋଭିଡ-19 ଯୋଗୁଁ ITTF ୱାର୍ଲ୍ଡ ଟୁର ବୁଲଗେରିଆ ଓପନ ବାତିଲ

ବେଜିଙ୍ଗ: ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେସନ୍ (ଆଇଟିଟିଏଫ୍) ଶୁକ୍ରବାର 2020 ତୃତୀୟ ତ୍ରୟ ମାସିକରେ ପ୍ରମୁଖ ଇଭେଣ୍ଟ ଗୁଡ଼ିକର ଏକ ଅପଡେଟ ପ୍ରକାଶ କରି ୱାର୍ଲ୍ଡ ଟୁର ବୁଲଗେରିଆ ଓପନ ବାତିଲ ଘୋଷଣା କରିଛି । ତେବେ ଏହା ବଦଳରେ ଚେକ୍‌ ରିପବ୍ଲିକ ଯାତ୍ରା କରୁଥିବା ଖେଳାଳିଙ୍କ ପାଇଁ ଏକ ବିକଳ୍ପ ଇଭେଣ୍ଟ ଆୟୋଜନ କରିବାର ସମ୍ଭାବନା ଖୋଜୁଛି ।

ଜୁନ 4ରେ ଏହାର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ITTF ପ୍ରକାଶ କରିଛି ଯେ ଏହା 2020ର ଶେଷ ତ୍ରୟ ମାସରେ ସମ୍ପୂର୍ଣ୍ଣ ଖୋଲା ଆନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରିବାକୁ ଆଶା କରୁଛି। ଏହା ମଧ୍ୟ ତୃତୀୟ ତ୍ରୟ ମାସରେ ବିକଳ୍ପ, ଆଞ୍ଚଳିକ ଭିତ୍ତିକ ତଥା ଆମନ୍ତ୍ରଣୀୟ କାର୍ଯ୍ୟକ୍ରମ ଆୟୋଜନ କରିବାର ସମ୍ଭାବନା ଅନୁସନ୍ଧାନ କରୁଛି।

ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ପାଇଁ ସ୍ଥାନୀୟ ପ୍ରତିବନ୍ଧକ ହେତୁ, ଆଇଟିଟିଏଫ୍ ସେପ୍ଟେମ୍ବର 1 ରୁ 6 ପର୍ଯ୍ୟନ୍ତ ପାନାଗୁରିଷ୍ଟରେ ଅନୁଷ୍ଠିତ ହେବାକୁ ଥିବା ITTF ୱାର୍ଲ୍ଡ ଟୁର୍ ବୁଲଗେରିଆ ଓପନ୍ ବାତିଲ ଘୋଷଣା କରିଛି ।

ସମାନ ତାରିଖରେ ଏକ ବିକଳ୍ପ ଇଭେଣ୍ଟର ସମ୍ଭାବନା ପାଇଁ ଟେବୁଲ ଟେନିସର ବିଶ୍ବସ୍ତରୀୟ ପରିଚାଳନା ସଂସ୍ଥା ସୁଯୋଗ ଅନୁସନ୍ଧାନ କରିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.