ନୂଆଦିଲ୍ଲୀ: ଘାତକ ସାଜିଲାଣି କୋରୋନା ଭାଇରସ । ଏକାଧିକ କ୍ରୀଡା ଇଭେଣ୍ଟ ଏହି ଭାଇରସ ଭୟରେ ପ୍ରଭାବିତ ହୋଇଛି । ସଦ୍ୟ ସୂଚନା ଅନୁଯାୟୀ ଦିଲ୍ଲୀରେ ହେବାକୁ ଥିବା ସୁଟିଂ ବିଶ୍ବକପକୁ ଘୁଞ୍ଚାଇ ଦିଆଯାଇଛି ।
23 ଦେଶର 240 ଜଣ ସୁଟର କୋରୋନା ଭୟ ପାଇଁ ଏହି ବିଶ୍ବକପରୁ ଓହରି ଯାଇଥିଲେ । ଫଳରେ ମାର୍ଚ୍ଚ 15ରୁ ଆରମ୍ଭ ହେବାକୁଥିବା ସୁଟିଂ ବିଶ୍ବକପକୁ, ନ୍ୟାସନାଲ ରାଇଫଲ ଆସୋସଏସନ ଅଫ ଇଣ୍ଡିଆ(NRAI) ଘୁଞ୍ଚାଇବା ପାଇଁ ବାଧ୍ୟ ହୋଇଛି ।
ମିଳିତ ରାଇଫଲ-ପିସ୍ତଲ ଓ ସଟ୍ଗନ ଟୁର୍ଣ୍ଣାମେଣ୍ଟ ପୃଥକ ରୂପେ ଆୟୋଜିତ ହେବ । ଏନେଇ ଦିଲ୍ଲୀର ବିଶ୍ବକପ ଆୟୋଜକ କମଟି ସଦସ୍ୟ ଚେୟାରମ୍ୟାନ ତଥା NRAI ସଭାପତି ରନିନ୍ଦର ସିଂ ସୂଚନା ଦେଇଛନ୍ତି । ଭାରତ ସରକାର ଚାଇନା, ଇଟାଲି, ଦକ୍ଷିଣ କୋରିଆ, ଜାପାନ, ଇରାନ ଆଦି ଦେଶର କ୍ରୀଡାବିତଙ୍କୁ ଭିସା ପ୍ରଦାନକୁ ବାରଣ କରିଛି । ଫଳରେ ଏହି ଦେଶର ଖେଳାଳି ବିଶ୍ବକପରୁ ଓହରିଯାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ