ETV Bharat / sports

ଜାପାନରେ ବଢିଲା କୋଭିଡ୍ କଟକଣା, ପ୍ରଭାବିତ ହେବନି ଅଲମ୍ପିକ୍ସ: ପ୍ରଧାନମନ୍ତ୍ରୀ - ଟୋକିଓ ଅଲମ୍ପିକ୍ସ 2021 କୋରୋନା ଜରୁରୀକାଳିନ ପରିସ୍ଥିତି

ଟୋକିଓରେ କୋରୋନା କଟକଣା ଅବଧି ବୃଦ୍ଧି କରାଯାଇଛି । ତେବେ ଏହି କଟକଣା ଟୋକିଓ ଅଲମ୍ପିକ୍ସ ଆୟୋଜନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ...

କୋରୋନା କଟକଣାର ପ୍ରଭାବ ଅଲମ୍ପିକ୍ସ ଆୟୋଜନ ଉପରେ ପଡ଼ିବ ନାହିଁ: ଜାପାନ ପ୍ରଧାନ ମନ୍ତ୍ରୀ

author img

By

Published : May 7, 2021, 8:18 PM IST

ଟୋକିଓ: ଜାପାନରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଟୋକିଓରେ କୋରୋନା କଟକଣା ଅବଧି ବୃଦ୍ଧି କରାଯାଇଛି । ମେ’ ମାସ ଶେଷ ଯାଏଁ ଏହି କଟକଣାକୁ ବଳବତ୍ତର ରଖିଛନ୍ତି ଜାପାନ ସରକାର । ତେବେ ଏହି କଟକଣା ଟୋକିଓ ଅଲମ୍ପିକ୍ସ ଆୟୋଜନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ୟୋସିନ୍ଦେ ସୁଗା ।

ଜୁଲାଇ ମାସ 24 ତାରିଖରେ ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବ । ଅଲମ୍ପିକ୍ସ ଆରମ୍ଭ ହେବାକୁ ଆଉ ଦୁଇମାସରୁ କମ ସମୟ ରହିଛି । ଏହାସତ୍ତ୍ବେ ଟୋକିଓ ଅଲମ୍ପିକ୍ସ ଆୟୋଜନ ଉପରେ କୋରୋନା କଟକଣାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ । ବର୍ତ୍ତମାନ ଜାପାନରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜଧାନୀ ଟୋକିଓରେ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ଏହି କଟକଣାକୁ ବୃଦ୍ଧି କରାଯାଇଛି ।

ଜାପାନ ପ୍ରଧାନମନ୍ତ୍ରୀଙ୍କ ମୁତାବକ ଜୁଲାଇ 24 ତାରିଖରେ ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବ । ମେ 31 ତାରିଖ ଯାଏଁ ଟୋକିଓରେ କଟକଣା ଜାରି ରହିବ । ଅଲମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ସମସ୍ତ ସ୍ଥିତି ଆୟତାଧିନ ରହିଥିବ । ଟୋକିଓ ଅଲମ୍ପିକ୍ସ ସୁରକ୍ଷିତ ଭାବରେ ଆୟୋଜିତ ହେବା ନେଇ ଆଶାବାଦି ରହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.