ETV Bharat / sports

CWG 2022: ଆଥଲେଟିକ୍ସରେ ଭାରତକୁ ତୃତୀୟ ମେଡାଲ ଦେଲେ ପ୍ରିୟଙ୍କା

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତର ଦମଦାର ପ୍ରଦର୍ଶନ । ଆଥଲେଟିକ୍ସରେ ଭାରତକୁ ତୃତୀୟ ମେଡାଲ ଦେଲେ ପ୍ରିୟଙ୍କା ଗୋସ୍ବାମୀ । ମହିଳା ୧୦ କିଲୋମିଟର ରେସ୍‌ ୱାକ୍‌ରେ ସେ ସିଲଭର ମେଡାଲ ବିଜୟୀ ହୋଇଛନ୍ତି । ଅଧିକ ପଢନ୍ତୁ

Commonwelth Games 2022: ଆଥଲେଟିକ୍ସରେ ଭାରତକୁ ତୃତୀୟ ମେଡାଲ ଦେଲେ ପ୍ରିୟଙ୍କା

author img

By

Published : Aug 6, 2022, 4:31 PM IST

Updated : Aug 6, 2022, 7:34 PM IST

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତର ଦମଦାର ପ୍ରଦର୍ଶନ । ଆଥଲେଟିକ୍ସରେ ଭାରତକୁ ତୃତୀୟ ମେଡାଲ ଦେଲେ ପ୍ରିୟଙ୍କା ଗୋସ୍ବାମୀ । ମହିଳା ୧୦ କିଲୋମିଟର ରେସ୍‌ ୱାକ୍‌ରେ ସିଲଭର ମେଡାଲ ବିଜୟୀ ହୋଇଛନ୍ତି ପ୍ରିୟଙ୍କା । ୧୦ କିଲୋମିଟରକୁ ୪୩ ମିନିଟ ୩୮ ସେକେଣ୍ଡରେ ପହଞ୍ଚି ଇତିହାସ ରଚିଛନ୍ତି ଟୋକିଓ ୨୦୨୨ ଅଲମ୍ପିଆନ ପ୍ରିୟଙ୍କା ।

  • Congratulations to our national race walking champion Priyanka Goswami for winning the coveted Silver medal. By this medal, she has inspired many youngsters in India to take up this sport. May she keep scaling new heights of success in the times to come. #Cheer4India pic.twitter.com/GKHPjgUEMo

    — Narendra Modi (@narendramodi) August 6, 2022 " class="align-text-top noRightClick twitterSection" data=" ">

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗୀତା ୨୦୨୨ରେ ଭାରତୀୟ ଆଥେଲେଟମାନଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ମହିଳା ବର୍ଗର ୧୦ କିଲୋମିଟର ରେସ୍‌ ୱାକ୍‌ରେ ପ୍ରିୟଙ୍କା ଗୋସ୍ବାମୀ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ ସହିତ ପ୍ରଥମ ସ୍ଥାନରେ ରହିଥିଲେ ପ୍ରିୟଙ୍କା ।

ପ୍ରତିଯୋଗୀତାରେ କିଛି ସମୟ ପାଇଁ ସେ ପଛରେ ରହିଥିଲେ ମାତ୍ର ଶେଷ ପର୍ଯ୍ୟାୟରେ ପୁଣି ଉତ୍ତମ ପ୍ରଦର୍ଶନ ଫଳରେ ନିଜ ଲୟକୁ ଫେରିଥିଲେ । ଏହି ପ୍ରତିଯୋଗୀତାରେ ଅଷ୍ଟ୍ରେଲିଆର ଜେମିମା ମୋଣ୍ଟାଗ୍ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ କେନିଆର ଏମିଲି ୱାମୁସି ଙ୍ଗି ତୃତୀୟ ସ୍ଥାନରେ ବ୍ରୋଞ୍ଜ ପଦକ ହାତେଇଛନ୍ତି ।

ପ୍ରିୟଙ୍କାଙ୍କ ଏହି ଜବରଦସ୍ତ ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରିୟଙ୍କାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଦେଶ ତୁମପାଇଁ ଗର୍ବିତ ।" ଅନ୍ୟପଟେ ପୂର୍ବତନ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ପ୍ରିୟଙ୍କାଙ୍କ ଏହି ପ୍ରଦର୍ଶନରେ ଖୁସିରେ ବିଭୋର ହୋଇଛନ୍ତି । ରିଜିଜୁ କହିଛନ୍ତି, ତୁମେ ୧୦ କିଲୋମିଟର ରେସ୍‌ ଇଭେଣ୍ଟରେ ପଦକ ଜିତି ଭାରତୀୟ କ୍ରୀଡାର ସ୍ତରକୁ ବହୁତ ଉଚ୍ଚକୁ ନେଇଯାଇଛ । ଆଗାମୀ ପିଢିର ଭାରତୀୟ କ୍ରୀଡାବିତ୍‌ ଏଥିରୁ ପ୍ରେରିତ ହେବେ ।"

Last Updated : Aug 6, 2022, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.