ETV Bharat / sports

ଅଲମ୍ପିକ୍ସରେ ଦୌଡିବେ ଦୂତୀ, ନବୀନଙ୍କ ଶୁଭେଚ୍ଛା - ଦୂତୀଙ୍କୁ ନବୀନଙ୍କ ଶୁଭେଚ୍ଛା

ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ ପାଇଁ ଦୂତୀଙ୍କୁ ଶୁଭକାମନା ସହ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

CM Naveen Patnaik Congratulates Odisha's ace sprinter Dutee Chand on qualifying for TokyoOlympics
ଅଲମ୍ପିକ୍ସରେ ଦୌଡିବେ ଦୂତୀ, ନବୀନଙ୍କ ଶୁଭେଚ୍ଛା
author img

By

Published : Jul 2, 2021, 4:31 PM IST

ଭୁବନେଶ୍ବର: କ୍ରମାଗତ ଦ୍ବିତୀୟ ଥର ପାଇଁ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି ଓଡିଆ ଧାବିକା ଦୂତୀ ଚାନ୍ଦ । ବୁଧବାର ବିଶ୍ବ ମାନ୍ୟତା ଆଧାରରେ ଉଭୟ 100 ଓ 200 ମିଟର ଦୌଡ ପ୍ରତିଯୋଗିତା ପାଇଁ ସେ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି । ଫଳରେ ଦୂତୀଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତୀଙ୍କ ଭଲ ପ୍ରଦର୍ଶନ ପାଇଁ ଶୁଭକାମନା ଜଣାଇବା ସହ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ଆଥଲେଟିକ୍ସରେ ଭାରତ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଥିବା କହିଛନ୍ତି ।

  • Congratulate #Odisha’s ace sprinter @DuteeChand on qualifying for #TokyoOlympics in both 100m & 200m races via World Rankings. Wish her the very best for her future endeavours.

    — Naveen Patnaik (@Naveen_Odisha) July 2, 2021 " class="align-text-top noRightClick twitterSection" data=" ">

ଷ୍ଟାର ଧାବିକା ଦୂତୀ ଚାନ୍ଦ ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ପ୍ରସ୍ତୁତିରେ କୌଣସି କମି ନ ରଖିବା ଲକ୍ଷ୍ୟରେ ରହିଛନ୍ତି ଦୂତୀ । ଏପରିକି ପ୍ରତିକୂଳ ପାଗ କିମ୍ବା ପରିସ୍ଥିତି ମଧ୍ୟ ତାଙ୍କ ପ୍ରସ୍ତୁତିକୁ ପ୍ରଭାବିତ କରିପାରିନାହିଁ । ଆଥଲେଟିକ୍ସରେ ଦେଶ ତଥା ରାଜ୍ୟର ଅଲମ୍ପିକ ପଦକ ସ୍ବପ୍ନ ପୂରଣ କରିବାକୁ ପ୍ରତ୍ୟେକ ଦିନ 6ରୁ 7 ଘଣ୍ଟା ଟ୍ରାକ୍‌ରେ କଡା ଅଭ୍ୟାସ କରୁଥିବା କହିଛନ୍ତି ।

ଦ୍ବିତୀୟ ଥର ପାଇଁ ଅଲମ୍ପିକ୍ସରେ ବ୍ୟକ୍ତିଗତ ବର୍ଗରେ ଅଂଶଗ୍ରହଣ କରୁଥିବାରୁ ବିଶେଷ ଭାବେ ଗର୍ବିତ ଅନୁଭବ କରୁଥିବା କହିବା ସହ ପଦକ ବିଜୟ ନେଇ ଆଶାବାଦୀ ଅଛନ୍ତି । ପୂର୍ବରୁ 2016 ରିଓ ଅଲମ୍ପିକ୍ସରେ 100 ମିଟର ଇଭେଣ୍ଟରେ ଭାରତର ପ୍ରତିନିଧିତ୍ବ କରିସାରିଛନ୍ତି ଦୂତୀ ।

ବିଶ୍ବ ମାନ୍ୟତା ଆଧାରରେ 100 ମିଟର ଦୌଡ ପ୍ରତିଯୋଗିତା ପାଇଁ 22ଟି ସ୍ଥାନ ଓ 200 ମିଟର ପ୍ରତିଯୋଗିତା ପାଇଁ 15ଟି ସ୍ଥାନ ରହିଥିଲା । 100 ମିଟର ବିଶ୍ବ ମାନ୍ୟତାରେ ଦୂତୀ 44 ଓ 200 ମିଟର ମାନ୍ୟତାରେ 51ତମ ସ୍ଥାନରେ ରହି ଆସନ୍ତା ମାସରେ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବକ୍ରୀଡାର ମହାକୁମ୍ଭ, ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.