ETV Bharat / sports

ସୁଟିଂ ବିଶ୍ବ କପରେ ସ୍ବର୍ଣ୍ଣ ପଦକ ହାସଲ କଲେ ଚିଙ୍କି, ମନୁ ଓ ରାହି

author img

By

Published : Mar 25, 2021, 8:15 PM IST

ଆଇଏସଏସଏଫ ସୁଟିଂ ବିଶ୍ବ କପରେ ସ୍ବର୍ଣ୍ଣ ପଦକ ହାସଲ କଲେ ଭାରତୀୟ ଦଳ। 25 ମିଟର ଦଳୀୟ ପିସ୍ତଲ ସୁଟିଂ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଚିଙ୍କି ଯାଦବ, ମନୁ ଭାକର ଓ ରାହି ସର୍ଣ୍ଣୋବାତ। ଅଧିକ ପଢ଼ନ୍ତୁ...

ସୁଟିଂ ବିଶ୍ବ କପରେ ସ୍ବର୍ଣ୍ଣ ପଦକ ହାସଲ କଲେ ଚିଙ୍କି, ମନୁ ଓ ରାହି
ସୁଟିଂ ବିଶ୍ବ କପରେ ସ୍ବର୍ଣ୍ଣ ପଦକ ହାସଲ କଲେ ଚିଙ୍କି, ମନୁ ଓ ରାହି

ନୂଆଦିଲ୍ଲୀ: ଆଇଏସଏସଏଫ ସୁଟିଂ ବିଶ୍ବ କପରେ ସ୍ବର୍ଣ୍ଣ ପଦକ ହାସଲ କଲେ ଭାରତୀୟ ଦଳ। 25 ମିଟର ଦଳୀୟ ପିସ୍ତଲ ସୁଟିଂ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଚିଙ୍କି ଯାଦବ, ମନୁ ଭାକର ଓ ରାହି ସର୍ଣ୍ଣୋବାତ । ସ୍ବର୍ଣ୍ଣ ପଦକ ରାଉଣ୍ଡରେ ପୋଲାଣ୍ଡର ଜୋନା ଲୌନା, ଜୁଲିତା ବୋରେକ ଓ ଆଗ୍ନେସ୍କା କର୍ଜୋଙ୍କ ସହ ମୁକାବିଲା ହୋଇଥିଲା।

17ଟି ସଠିକ ସଟ୍ ପରେ ଭାରତୀୟ ଖେଳାଳି ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇଥିଲେ। ଶେଷ ରାଉଣ୍ଡରେ ପୋଲାଣ୍ଡର ଖେଳାଳି କେବଳ 7ଟି ସଠିକ ସଟ ଖେଳିବାକୁ ସକ୍ଷମ ହୋଇଥିଲେ। ଗତ ବୁଧବାର ଦିନ ଚିଙ୍କି ଯାଦବ, ମନୁ ଭାକର ଓ ରାହି ସର୍ଣ୍ଣୋବାତ 25 ମିଟର ଇଣ୍ଡିଭିଜୁଆଲ ପିସ୍ତଲ ସୁଟିଂ ଇଭେଣ୍ଟରେ ସମସ୍ତ ତିନୋଟି ପଦକ ହାସଲ କରିବାକୁ ସକ୍ଷମ ହୋଇଥିଲେ।

ଏହି ପଦକ ସହ ଭାରତ ଏହି ଟୁର୍ଣ୍ଣାମେଣ୍ଟ ମୋଟ 21ଟି ମେଡାଲ ଜିତିବାକୁ ସକ୍ଷମ ହୋଇଛି। ଏଥିରେ 10ଟି ସ୍ବର୍ଣ୍ଣ ପଦକ ସାମିଲ ରହିଛି। ସେହିଭଳି 21ଟି ମେଡାଲ ମଧ୍ୟରେ 6ଟି ରୌପ୍ୟ ଓ 5ଟି ବ୍ରୋଞ୍ଜ ପଦକ ହାସଲ କରିବାକୁ ଦଳ ସକ୍ଷମ ହୋଇଛି।

ସେପଟେ ଆଜି (ଗୁରୁବାର) ମହିଳା ବିଭାଗ 50 ମିଟର ରାଇଫଲ ସୁଟିଂ ଇଭେଣ୍ଟରେ ଭାରତର ଅଞ୍ଜୁମ ମୌଡଲୀ, ଶ୍ରେୟା ସକ୍ସେନା ଓ ଗାୟତ୍ରୀ ନିତ୍ୟାନନ୍ଦମ ରୌପ୍ୟ ପଦକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଭାରତୀୟ ଦଳ ଏହି ପ୍ରତିଯୋଗିତାରେ 43ଟି ସଠିକ ସଟ୍ ମାରିଥିବା ବେଳେ। ପୋଲାଣ୍ଡ ସୁଟିଂ ଖେଳାଳିମାନେ 47ଟି ସଠିକ ସଟ ଖେଳି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.