ETV Bharat / sports

ISSF ସୁଟିଂ ବିଶ୍ବକପରୁ ଓହରିଲେ ଚୀନ-ପାକିସ୍ତାନ - ନୂଆଦିଲ୍ଲୀରେ ISSF ସୁଟିଂ ବିଶ୍ବକପ

ମାର୍ଚ୍ଚ 15ରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ISSF ସୁଟିଂ ବିଶ୍ବକପ। ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି ଚୀନ ଓ ପାକିସ୍ତାନ । ଅଧିକ ପଢନ୍ତୁ...

ISSF World Cup in Delhi
ISSF ସୁଟିଂ ବିଶ୍ବକପ
author img

By

Published : Feb 18, 2020, 1:24 PM IST

ନୂଆଦିଲ୍ଲୀ: ମାର୍ଚ୍ଚ 15ରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ISSF ସୁଟିଂ ବିଶ୍ବକପ । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି ଚାଇନା ଓ ପାକିସ୍ତାନ । ଏହି ଟୁର୍ଣ୍ଣାମେଣ୍ଟରେ ରାଇଫଲ, ପିସ୍ତଲ ଓ ସଟଗନ ଭଳି 3ଟି ବିଭାଗରେ ପ୍ରତିଯୋଗିତା ହେବ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏସିଆନ ଚମ୍ପିଆନସିପ ପାଇଁ ଭାରତ ଆସିବା ଅପେକ୍ଷାରେ ରହିଛନ୍ତି 40 ଚୀନ କୁସ୍ତିଯୋଦ୍ଧା । ତେବେ ଚୀନ ଖେଳାଳିଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଭିସା ପ୍ରଦାନ କରାଯାଇନାହିଁ । ଚୀନରେ କୋରୋନା ଭାଇରାସ ସ୍ଥିତି ସଙ୍ଗୀନ ରହିଛି । ପ୍ରାୟ 1800ରୁ ଅଧିକ ଲୋକ ଏହି ଭାଇରାସରେ ପ୍ରାଣ ହରାଇଛନ୍ତି । 60 ହଜାରୁ ଅଧିକରୁ ଲୋକେ ଏହି ଭାଇରାସରେ ସଂକ୍ରମିତ ହୋଇଥିବା ସୂଚନା ରହିଛି ।

ଏପରି ସ୍ଥିତିରେ ଚାଇନା ISSF ସୁଟିଂ ବିଶ୍ବକପରୁ ଓହରି ଯିବା ନିଷ୍ପତ୍ତି ଭାରତକୁ ଆଶ୍ବସ୍ଥ କରିଛି । ତେବେ ଏହି ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଚାଇନା ପକ୍ଷରୁ ନିଆଯାଇଛି କହିଛନ୍ତି ଭାରତୀୟ ରାଇଫଲ ଆସୋସିଏସନ(NRAI) ସଭାପତି ରନିନ୍ଦର ସିଂହ ।

ଅନ୍ୟପଟେ ପାକିସ୍ତାନ ମଧ୍ୟ ISSF ସୁଟିଂ ବିଶ୍ବକପରେ ଭାଗନେବା ପାଇଁ ଭାରତ ଆସୁନଥିବା ସ୍ପଷ୍ଟ କରିଛି । ଟୋକିଓ ଅଲମ୍ପିକ ପ୍ରସ୍ତୁତି ପାଇଁ ଜର୍ମାନୀରେ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଯୋଗ୍ୟତା ଅର୍ଜନ କରିଥିବା 3 ସୁଟର । ସେଥିପାଇଁ ପାକିସ୍ତାନ ଏହି ସୁଟିଂ ବିଶ୍ବକପରୁ ଓହରି ଯାଇଥିବା କହିଛନ୍ତି ପାକିସ୍ତାନ ରାଇଫଲ ଆସୋସିଏସନର ଉପ ସଭାପତି ଜାଭେଦ ଲୋଧି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.