ETV Bharat / sports

Canada Open: ସେମିରେ ସିନ୍ଧୁ-ଲକ୍ଷ୍ୟ, ରୌପ୍ୟ ପଦକ ପକ୍କା

author img

By

Published : Jul 9, 2023, 7:23 AM IST

କାନାଡା ଓପନ 2023ର ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ । ରୌପ୍ୟ ପଦକ ପକ୍କା କରିଛନ୍ତି ଦୁଇ ସଟଲର । ଅଧିକ ପଢନ୍ତୁ

ସେମିରେ ସିନ୍ଧୁ-ଲକ୍ଷ୍ୟ ସେନ
Canada Open

କାଲଗାରି: କାନାଡା ଓପନରେ ଚମକିଲେ ଭାରତୀୟ ସଟଲର । କାନାଡାରେ ଚାଲିଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବିଜୟ ଧାରା ବଜାୟ ରଖିଛନ୍ତି ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ । କାନାଡା ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ ଓ ଲକ୍ଷ୍ୟ ସେନ । ଦେଶ ପାଇଁ ରୌପ୍ୟ ପଦକ ପକ୍କା କରିଛନ୍ତି ଏହି ଦୁଇ ଷ୍ଟାର ସଟଲର ।

ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ମହିଳା ଏକକ ବର୍ଗ କ୍ବାର୍ଟରରେ ଫାଇନାଲରେ 21-13, 21-7 ସିଧାସଳଖ ସେଟରେ ଚୀନର ଗାଓ ଫାଙ୍ଗ ଜିଙ୍କୁ ପରାସ୍ତ କରିଛନ୍ତି । ଫାଙ୍ଗଙ୍କ ବିପକ୍ଷରେ ଏହା ସିନ୍ଧୁଙ୍କ ପ୍ରଥମ ବିଜୟ । ପୂର୍ବରୁ ପ୍ରଥମ 3 ଥର ଭେଟରେ ଫାଙ୍ଗ ବିଜୟୀ ହୋଇଥିଲେ । ସେମିଫାଇନାଲରେ ସିନ୍ଧୁ ଜାପାନର ଫାଷ୍ଟ ସିଡ ଖେଳାଳି ଆକୋନେ ୟାମାଗୁଚିଙ୍କୁ ଭେଟିବେ । ୟାମାଗୁଚିଙ୍କ ବିପକ୍ଷରେ ସିନ୍ଧୁଙ୍କ ଭଲ ବିଜୟ ରେକର୍ଡ ରହିଛି । ଉଭୟ ପରସ୍ପରକୁ 14 ଥର ଭେଟିଥିବା ବେଳେ ସିନ୍ଧୁ 10ଥର ବିଜୟ ହାସଲ କରିଛନ୍ତି ।

ଗତ ସିଙ୍ଗାପୁର ଓପନରେ ଉଭୟ ଶେଷ ଥର ପାଇଁ ପରସ୍ପରକୁ ଭେଟିଥିଲେ । ଏଥିରେ ୟାମାଗୁଚି ବିଜୟ ହାସଲ କରିଥିଲେ । ପୂର୍ବ ରେକର୍ଡକୁ ଦେଖିଲେ ସିନ୍ଧୁଙ୍କ ପଲ୍ଲା ଭାରି ରହିଛି । ତେଣୁ ସିନ୍ଧୁ ଫାଇନାଲରେ ପ୍ରବେଶ କରିବା ସମ୍ଭାବନା ଅଧିକ ରହିଛି । ପୂର୍ବରୁ ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରେ 21-16, 21-9 ସିଧାସଳଖ ଗେମରେ ଘରୋଇ ଖେଳାଳି ତାଲିଆ ଏନଜିଙ୍କୁ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଥିଲେ । 2 ରାଉଣ୍ଡରେ ୱାକ ଓଭର ପାଇଥିଲେ । ପ୍ରି କ୍ବାର୍ଟର ରାଉଣ୍ଡରେ ସେ ଜାପାନର ନାତସୁକି ନିଦାରାଇଙ୍କୁ ଭେଟିଥିଲେ ।

ଏହା ବି ପଢନ୍ତୁ...CWG 2022: ସ୍ୱର୍ଣ୍ଣ ପଦକ ଜିତିଲେ ପିଭି ସିନ୍ଧୁ

ଏହା ବି ପଢନ୍ତୁ...BWF Ranking: ଟପ 10ରୁ ବାଦ ପଡିଲେ ପିଭି ସିନ୍ଧୁ

ସେହିପରି ପୁରୁଷ ଏକକ କ୍ବାର୍ଟରରେ ଲକ୍ଷ୍ୟ ସେନ ଜର୍ମାନୀ ସଟଲର ଜୁଲିଏନ କାରାଗିଙ୍କୁ ପରାସ୍ତ କରିଛନ୍ତି । ଜର୍ମାନୀର ଜୁଲିଏନ କାରାଗିଙ୍କୁ 21-8, 17-21, 2-10 ଗେମରେ ପରାସ୍ତ କରିଛନ୍ତି । ସେ ସେମିଫାଇନାଲରେ ଚତୁର୍ଥ ସିଡ୍ ଜାପାନର କେଣ୍ଟା ନିଶିମୋଟାଙ୍କୁ ଭେଟିବେ । କାନାଡା ଓପନ ବିଶ୍ବ ଟୁର ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଲକ୍ଷ୍ୟ ଥାଇଲାଣ୍ଡର କୁନଲାଭୁତ ଭିତିଦସର୍ନଙ୍କୁ ହରାଇ କ୍ବାର୍ଟରରେ ପ୍ରବେଶ କରିଥିଲେ । ଉଭୟ ଲକ୍ଷ୍ୟ ସେନ ଓ ନିଶିମୋଟା ପରସ୍ପରକୁ 2 ଥର ଭେଟିଛନ୍ତି । ଉଭୟ ଥରେ ଲେଖାଏଁ ବିଜୟ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.