ETV Bharat / sports

ଡୋପ ଟେଷ୍ଟରେ ବିଫଳ ବକ୍ସର ସୁମିତ ସାଙ୍ଗୱାନ, ବର୍ଷେ ନିଲମ୍ବିତ

author img

By

Published : Dec 27, 2019, 4:46 AM IST

ପୂର୍ବତନ ଏସିଆନ ଗେମ୍ସ ରୌପ୍ୟ ବିଜେତା ବକ୍ସର ସୁମିତ ସାଙ୍ଗୱାନ ଡୋପ ଟେଷ୍ଟରେ ବିଫଳ ହେବାପରେ, ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି(NADA) ସୁମିତଙ୍କୁ ଏକବର୍ଷ ପାଇଁ ନିଲମ୍ବିତ କରିଛି । ଅଧିକ ପଢନ୍ତୁ...

Boxer Sumit Sangwan suspended
ସୁମିତ ସାଙ୍ଗୱାନ

ନୂଆଦିଲ୍ଲୀ: ପୂର୍ବତନ ଏସିଆନ ଗେମ୍ସ ରୌପ୍ୟ ବିଜେତା ବକ୍ସର ସୁମିତ ସାଙ୍ଗୱାନ ନିଲମ୍ବିତ । ଡୋପ ଟେଷ୍ଟରେ ବିଫଳ ହେବାପରେ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି(NADA) ସୁମିତଙ୍କୁ ଏକବର୍ଷ ପାଇଁ ନିଲମ୍ବିତ କରିଛି ।

Boxer Sumit Sangwan suspended
ଫଟୋ ସୌଜନ୍ୟ: twitter@NADAIndiaOffice

ସୁମିତ 2012 ଲଣ୍ଡନ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । 91 କିଲୋଗ୍ରାମ ବର୍ଗର ଏହି ଷ୍ଟାର ବକ୍ସର ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ପାଇଁ ପ୍ରୟାସ ଚଳାଇଥିଲେ । ତେବେ ନାଡା ପକ୍ଷରୁ ନିଲମ୍ବନ ଆଦେଶ ଆସିବାପରେ, ଏହା ସମ୍ଭବ ନୁହେଁ ବୋଲି ଜଣାପଡିଛି ।

ଅକ୍ଟୋବର 2019ରେ ପରୀକ୍ଷା ପାଇଁ ସୁମିତଙ୍କ ନମୁନା ସଂଗ୍ରହ କରିଥିଲା ନାଡା । ସେହି ସମୟରେ ସୁମିତ ଇଲାଇଟ ପୁରୁଷ ବକ୍ସିଂ ଚମ୍ପିଆନସିପ-2019ରେ ଭାଗନେଇଥିଲେ ।

ସୁମିତଙ୍କ ଆଖିରେ ସଂକ୍ରମଣ ପାଇଁ ଆଖି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କିଛି ଔଷଧ ବ୍ୟବହାର କରିଥିବା ନାଡା ପକ୍ଷରୁ ସଂଗୃହିତ ନମୁନାରୁ ଜଣାପଡିଥିଲା । ବର୍ଷକ ପାଇଁ ହୋଇଥିବା ନିଲମ୍ବନ ଆଦେଶ 26 ଡିସେମ୍ବର 2019, ଗୁରୁବାର ଠାରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.