ETV Bharat / sports

ମିଳିଲା ଟୋକିଓ ଟିକେଟ, ଭବାନୀ ଦେବୀଙ୍କୁ ନବୀନଙ୍କ ଶୁଭେଚ୍ଛା

author img

By

Published : Mar 16, 2021, 10:28 PM IST

ପ୍ରଥମ ଭାରତୀୟ ଫେନ୍ସର ଭାବେ ଟୋକିଓ ଅଲମ୍ପିକ କ୍ରୀଡା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଭବାନୀ ଦେବୀ । ଅଧିକ ପଢନ୍ତୁ...

Bhavani Devi  becomes first Indian fencer to to qualify for Olympics
ମିଳିଲା ଟୋକିଓ ଟିକେଟ, ଭବାନୀ ଦେବୀଙ୍କୁ ନବୀନଙ୍କୁ ଶୁଭେଚ୍ଛା

ଭୁବନେଶ୍ବର: ଇତିହାସ ରଚିଲେ ତାମିଲନାଡୁର ଝିଅ ଭବାନୀ ଦେବୀ । ପ୍ରଥମ ଭାରତୀୟ ଫେନ୍ସର ଭାବେ ଟୋକିଓ ଅଲମ୍ପିକ କ୍ରୀଡା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଭବାନୀ । ସେ ହଙ୍ଗେରୀ ବିଶ୍ବକପରେ ସ୍ଥାନ ପକ୍କା କରିଥିଲେ । ଆୟୋଜତ ଟିମ କ୍ବାର୍ଟର ଫାଇନାଲରେ ପରାସ୍ତ ହେବା ପରେ ଟିମ ଇଭେଣ୍ଟରେ ଦକ୍ଷିଣ କୋରିଆ ସେମିଫାଇନାଲରେ ପ୍ରବେଶ କରିଥିଲା ।

ଭବାନୀ ଦେବୀ ଏଓଆର ନିୟମ ଅନୁଯାୟୀ, ଯୋଗ୍ୟତା ଅର୍ଜନ କରିଥିଲେ ।

  • It is a historic moment as @IamBhavaniDevi becomes the 1st ever fencer from India to qualify for the @Olympics in women’s individual sabre on basis of Adjusted Olympic ranking at the Men’s and Women’s Sabre World Cup in Budapest. Many congratulations! pic.twitter.com/uqVHHLlmef

    — SAIMedia (@Media_SAI) March 14, 2021 " class="align-text-top noRightClick twitterSection" data=" ">

ଏପ୍ରିଲ5, 2021 ସୁଦ୍ଧା ବିଶ୍ବ ରାକିଂରେ ସ୍ଥାନ ଅନୁଯାୟୀ, ଏସିଆ ଓ ଓସେସିଆ ଦେଶରୁ ଦୁଇଟି ବ୍ୟକ୍ତିଗତ ସ୍ଥାନ ରହିଥିଲା । ଏହି ରାକିଂ ଆଧାରରେ 45 ସ୍ଥାନରେ ରହିବା ସହ ଗୋଟିଏ ସ୍ଥାନ ହାତେଇଛନ୍ତି ଭବାନୀ ।

  • Congratulate fencer and student of @KIITUniversity of Odisha, Bhavani Devi becoming India’s first sabre fencer to qualify for the #TokyoOlympics. Wish her more success and may she bring laurels for the country.

    — Naveen Patnaik (@Naveen_Odisha) March 16, 2021 " class="align-text-top noRightClick twitterSection" data=" ">

ତେବେ ଔପଚାରିକ ଭାବେ ରାକିଂ ଅପଡେଟ ପରେ 27 ବର୍ଷୀୟ ଆଥଲେଟଙ୍କ ଯୋଗ୍ୟତା ଅର୍ଜନ ସ୍ପଷ୍ଟ ହୋଇଯିବ ।

ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଭବାନୀଙ୍କୁ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଯାଇଛି । କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.