ETV Bharat / sports

94 ବୟସ୍କ ମହିଳା ଜିତିଲେ ସ୍ୱର୍ଣ୍ଣ ପଦକ, ବିଦେଶରେ ଉଡାଇଲେ ଭାରତ ପତାକା

author img

By

Published : Jul 11, 2022, 8:26 PM IST

94 ବୟସ ଭଗବାନୀ ଦେବୀ ଡାଗର ଫିନଲାଣ୍ଡରେ ଭାରତର ପତାକା ଉଡାଇଛନ୍ତି । ଭଗବାନୀ ଦେବୀ ବିଶ୍ବ ମାଷ୍ଟର୍ସ ଆଥଲେଟିକ ଚମ୍ପିଆନସିପ 2022ରେ ସିନିୟର ସିଟିଜନ ବିଭାଗରେ ଭାଗ ନେଇ ଏକ ସ୍ବର୍ଣ୍ଣ ପଦକ ସହିତ ଦୁଇଟି ପଦକ ଜିତିଛନ୍ତି । 100 ମିଟର ଦୌଡରେ ଭାଗ ନେଇ ଭଗବାନୀ ଦେବୀ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅଧିକ ପଢନ୍ତୁ

94 ବୟସ ମହିଳା ଜିତିଲେ ସ୍ବର୍ଣ୍ଣ ପଦକ, ବିଦେଶରେ ଉଡାଇଲେ ଭାରତ ପତକା

ହାଇଦ୍ରାବାଦ: ଯେଉଁ ପରିଣତ ବୟସରେ ବିଶ୍ରାମ କରିବା କଥା ସେହି ପରିଣତ ବୟସରେ ଜଣେ ବୟସ୍କ ମହିଳା ଖେଳାଳି ବିଦେଶରେ ନିଜ ଦେଶର ପତାକା ଉଡାଇ ଦେଶକୁ ଗୌରବାନ୍ବିତ କରିଛନ୍ତି । 94 ବୟସ ଭଗବାନୀ ଦେବୀ ଡାଗର ଫିନଲାଣ୍ଡରେ ଭାରତର ପତକା ଉଡାଇଛନ୍ତି । ଭଗବାନୀ ଦେବୀ ବିଶ୍ବ ମାଷ୍ଟର୍ସ ଆଥଲେଟିକ ଚମ୍ପିଆନସିପ 2022( World Masters Athletics championships 2022)ରେ ସିନିୟର ସିଟିଜନ ବିଭାଗରେ ଭାଗ ନେଇ ଏକ ସ୍ବର୍ଣ୍ଣ ପଦକ ସହିତ ଦୁଇଟି ପଦକ ଜିତିଛନ୍ତି ।

  • 94-year-old Bhagwani Devi Dagar won a gold and 2 bronze for India at the World Masters Athletics championships 2022 in Finland, yesterday pic.twitter.com/JRPZrBDSAK

    — ANI (@ANI) July 11, 2022 " class="align-text-top noRightClick twitterSection" data=" ">

100 ମିଟର ଦୌଡରେ ଭାଗ ନେଇ ଭଗବାନୀ ଦେବୀ ସ୍ବର୍ଣ୍ଣ ପଦକ ଜିତିଛନ୍ତି । 20.74 ସେକେଣ୍ଡରେ ସେ 100 ମିଟର ଦୌଡି ଲକ୍ଷ୍ୟକୁ ପୁରା କରିଛନ୍ତି । ଏହା ସହିତ ସେ ସଟଫୁଟରେ ଭାଗ ନେଇ ବ୍ରଞ୍ଜ ପଦକ ହାସଲ କରିଛନ୍ତି । ଏହି ବିଶ୍ବ ମାଷ୍ଟର୍ସ ଆଥଲେଟିକ ଚମ୍ପିଆନସିପ 2022 ଜୁନ 29 ତାରିଖରୁ ଆରମ୍ଭ ହୋଇ ଜୁଲାଇ 10 ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହା ଫିନଲାଣ୍ଡରେ ଆୟୋଜିତ ହୋଇଥିଲା ।

94 ବୟସ ଭଗବାନୀ ଦେବୀଙ୍କ ଏହି ସଫଳତା ପାଇଁ ଖେଳ ମନ୍ତ୍ରଣାଳୟ ଟ୍ବିଟ କରି ଭଗବାନୀ ଦେବୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ କହିଛି ଯେ ସିଏ ପୁଣି ଥରେ ପ୍ରମାଣିତ କରିଲେ କି ବୟସ କୌଣସି କାର୍ଯ୍ୟରେ ବାଧା ଦିଏ ନାହିଁ । ସିଏ ଆଗରୁ ଦିଲ୍ଲୀ ଷ୍ଟେଟ ଆଥଲେଟିକ୍ସ ଚମ୍ପିଆନସିପରେ 100 ମିଟର ଦୌଡ, ସଟଫୁଟ ଏବଂ ଜାଭଲିନ ଥ୍ରୋରେ ତିନୋଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.